(୬୫) ନୀଳକଣ୍ଠ ସ୍କୁଲରେ ପ୍ରଧନ ଶିକ୍ଷକ ଥ୍ ବାବେଳେ ପୁରୀକୁ ବହୁତ ଯାତ୍ରୀ ଚାଲି ଚାଲି ଗୁଣ୍ଡିଚା ବେଳେ ଜଗନ୍ନାଥ ଦର୍ଶନ କରିବାକୁ ଆସୁଥ୍ ଲେ। ସେମାନେ ଏହି ସମୟରେ ସାକ୍ଷୀଗୋପାଳଙ୍କୁ ମଧ୍ଯ ଦର୍ଶନ କରିବାକୁ ଆସୁଥ୍ ଲେ। କିନ୍ତୁ ଅଧ୍କାଂଶ ସମୟରେ ସେମାନେ ହଇଜା ରୋଗରେ ଆକ୍ରାନ୍ଥ ହୋଇ ପୋକମାଛି ପରି ରାସ୍ତାକଡ଼ରେ ମରିଯାଉଥିଲେ। ବିଶେଷ ଭାବରେ ସାକ୍ଷୀଗୋପଳ ମଧ୍ଯରେ ସେମାନେ ରାସ୍ତାକଡ଼ରେ ମରିପଡ଼ିବା ସହ ପାକ ଆଖ ଗାଁରେ ହଇଜା ରୋଗ ମଧ୍ଯ ବ୍ଯାପୁଥିଲା। ସେଥିରେ ବହୁଲୋକ ମରୁଥିଲେ। ପଣ୍ଡିତ ନୀଳକଣ୍ଠ ସେମନଙ୍କୁ ହୋମିଓପ୍ଯାଥ୍କ ଔଷଧ ଦେଲେ ଏବଂ ମୃତ ବ୍ଯାକ୍ତିମାନଙ୍କ ଶବ ସତ୍କାର କରି ବହୁ ଯାତ୍ରୀଙ୍କ ଜୀବନ ରକ୍ଷା କରିବା ସହତ ପାଖ ଆଖ ଗାଁରେ ତାହା ବ୍ଯାପିବା ବନ୍ଦ କରିବା ପାଇଁ ଉଦ୍ଯମ କରିଥିଲେ। ଆଉ ମଧ୍ଯ ଗାଁ ଗହଳରେ ସେ ହୋମିଓପ୍ଯାଥ୍କ ଔଷଧ ଦେଇ ହଇଜା ରୋଗୀଙ୍କ ସେବା କରିଥିଲେ। ସେମନଙ୍କୁ ହଇଜାର ପ୍ରତିକାର ନିୟମ ମଧ୍ଯ ବତାଇ ଦେଉଥିଲେ। ଏହା ଗୋଟିଏ ରୋଗ ଓ ଠାକୁରାଣୀଙ୍କ କୋପ ନୁହେଁ ବୋଲି ବଝାଇ ସେ କୁସଂସ୍କାର ଦୁର କରିବା ପାଇଁ ଆପ୍ରଣ ଉଦ୍ଯମ କରିଥିଲେ। ଏହି ସମୟରେ ତାଙ୍କର ପ୍ରଧାନ ସହାୟକ ଥିଲେ ସତ୍ଯବଦୀ ସ୍କୁଲର ଅନ୍ଯତମ ଶିକ୍ଷକ ରାମଚନ୍ଦ୍ର ରଥ। ଏହା ଦ୍ବାରା ପାଖ ଆଖ ଗାଁରେ ନୀଳକଣ୍ଠଙ୍କ ପ୍ରତି ଲୋକଙ୍କର ସ୍ନେହ ଓ ଭକ୍ତି ଜାଗ୍ରତ ହୋଇଥିଲା। ସତ୍ଯବାଦୀ ସ୍କୁଲରେ ପିଲାମାନେ ପଂକ୍ତିଭୋଜନରେ ବସି ଖାଉଥିଲେ। ସତ୍ଯବାଦୀ ସ୍କୁଲ ଚାରିପାଖରେ ନୈଷ୍ଠକ ଆଚରବନ୍ତ ସାସନଗ୍ରାମର ବ୍ରାହ୍ମଣମାନେ ଏହାକୁ ଘୋର ବିରୋଧ କରିଥିଲେ। ସେଥି ସହିତ ପଣ୍ଡିତ ନୀଳକଣ୍ଠ ନିଶ ରଖିବା ଯୋଗୁଁ ସେମାନେ ଆହୁରି ଖପା ହେଲେ। ଫଳରେ ସତ୍ଯବାଦୀ ସ୍କୁଲରେ କୌଣିସି ଲୋକ ନିଆଁ ଲଗାଇଦେଲେ। ସ୍କୁଲ ଗୃହ ଓ ସେଥିରେ ଥିବା ବହୁ ମ୍ବଲ୍ଯବାନ୍ ପସ୍ତକ ଭସ୍ମସାତ୍ ହୋଇଥିଲା। କିନ୍ତୁ ନୀଳକଣ୍ଠ ଅବିଚଳିତ ଭାବରେ ଶିକ୍ଷକ ଓ ଛାତ୍ରଙ୍କୁ ଧରି ନଡ଼ିଆ ବରଡାର ଛାମୁଣ୍ଡିଆ କରି ତହିଁ ଆରଦିନକୁ ସ୍କୁଲ ପାଠପଢ଼ାର ଯଥାରୀତ କାର୍ଯ୍ଯ କରିବାରେ ସଫଳ ହେଲେ। ସେହିପରି ନିଜର ନିଶ ଅନ୍ଦୋଳନ ବିରୋଧରେ କପୋତେଶ୍ବର ନିକଟରେ ରକ୍ଷଣଶୀଳ ବ୍ରାହ୍ମଣ ଗୋଷ୍ଠୀ ପଣ୍ଡିତ ନୀଳକଣ୍ଠଙ୍କ ନିଶ ବିରୋଧରେ ଏକ ସଭା କରି ତାଙ୍କୁ ଜାତିରୁ ବହିଷ୍କାର କରିବାର ବ୍ଯବସ୍ଥା କରିଥିଲେ। ଏପରିକି ପୁରୀରୁ 'ପ୍ରଦୀପ' ନାମରେ ବାହାରିଥିବା ପତ୍ରିକାରେ ପଣ୍ଡିତ ନୀଳକଣ୍ଠଙ୍କ ନିଶ ପୋଢ଼ିବା ନିମନ୍ତେ ପ୍ରଚାର