ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(୬୨)ପୀଡ଼ିତ ହୃଦୟର ପ୍ରତିକ୍ରିୟା ଯୋଗୁଁ। ପିଲାମାନେ ଚାଲି ଚାଲି ଯୌଥିଲେ। ଖଣ୍ଡପଡ଼ା ରାଜା ଏ ଖବର ପାଇ ଶିକ୍ଷକ ଓ ପିଲାମାନେଙ୍କ ଆତିଥେୟତା ନିମନ୍ତେ ପୂର୍ବରୁ ଜଣାଇଥିଲେ। ପିଲାମାନେ ଗୋବିନ୍ଦପୁରଠାରେ ପହଞ୍ଚିବା ବେଳକୁ ଖଣ୍ଡପଡ଼ା ରାଜା ଚାଳିଶ ଖଣ୍ଡ ଶଗଡ଼ ପଠାଇ ଦେଇଥିଲେ। ଶଗଡ଼ିଆମାନେ ଆଗରୁ ଆସି ଗୋବିନ୍ଦପୁରଠାରେ ଅପେକ୍ଷା କରଥିଲେ। ଗଢ଼ଜାତର ପ୍ରଜାମାନେ ରାଜାମାନଙ୍କ ଦ୍ବାରା ଅତ୍ଯାଚାରିତ ହେଉଥିବା ଆଗରୁ ଜଣାଥିଲା। ତେଣୁ ନୀଳକଣ୍ଠ ସେ ଶଗଡ଼ିଆମନଙ୍କୁ ଦେଖିଲେ ଏବଂ ସେମାନଙ୍କ ମନରେ କଷ୍ଟ ଥିବା ଅନୁଭବ କଲେ। ସେଥିପାଇଁ ସେମନଙ୍କୁ ପଚାରିଲେ ତୁମ୍ବେମାନେ କେତେ ଲେଖିଁଏ ମଜୁରି ପାଅ? ଶଗଡ଼ିଆମାନେ ହାତରୁ ଖାଇ ସେଠାକୁ ଶଗଡ଼ ଆଣି ଆସିଥିବା କଥା କହିବାରୁ ନୀଳକଣ୍ଠ କ୍ରୋଧାନ୍ନିତ ହୋଇପଡ଼ିଲେ। ସେ ଗୋବିନ୍ଦପୁରଠାରେ ଏକ ଛାତ୍ର ସଭା କରି ଗଡ଼ଜାତ ରାଜାମାନଙ୍କର ଅନ୍ଧାରିଶାସନର ସ୍ବରୂପ ବୁଝାଇ ଦେଲେ। ତା' ପରେ ଶଗଡ଼ିଆମାନଙ୍କୁ ଫେରିଯାଇ ରାଜାଙ୍କୁ କହିବାକୁ କହିଲେ ଯେ, ସତ୍ଯବାଦୀର ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଯେଉଁ ରାଜା ବେଠିଶଗଡ଼ ପଠାଇଛନ୍ତି, ସେ ରାଜାଙ୍କର ନିମନ୍ରଣ ରକ୍ଷା କରିବାକୁ ସତ୍ଯବାଦୀ ବିଦ୍ଯାଳୟ ସେଠାକୁ ଯିବ ନାହିଁ। ଶଗଡ଼ିଆମାନେ ମହା ଅଡ଼ୁଆରେ ପଡ଼ିଲେ। ସେମାନେ ନୀଳକଣ୍ଠଙ୍କୁ ଅନୁନୟ କରି ରାଜରୋଷର ପରିମାଣ ଜଣାଇବାରୁ ନୀଳକଣ୍ଠ ସାଙ୍ଗରେ ଥିବା ଶିକ୍ଷକ ମାନେ ମଧ୍ଯ ବହୁତ ଚିନ୍ତିତ ହେଲେ। ଶେଷକୁ କଥା ହେଲା ଯେ, ଶଗଡ଼ିଆମାନଙ୍କ ସରଦାର ଯାଇ ରାଜାଙ୍କୁ ଦେବେ ପିଲାମାନେ ବା ଶିକ୍ଷକମାନେ ବେଠିଶଗଡ଼ ବ୍ଯବହାର କରିବେ ନାହିଁ। କେତକ ଶଗଡ଼ର ଦରକାର ଥିବରୁ ସେମାନେ ଶଗଡ଼ ଭଡ଼ା ଦେଇ କେତେଖଣ୍ଡ ଶଗଡ଼ ରଖିବେ। ସରଦାର ଯାଇ ରାଜଙ୍କୁ ଏ ଖବର ଦେଲେ। ରାଜା ଏ ଖବର ପାଇ ଆଉ କୋଡ଼ିଏ ଖଣ୍ଡ ଶଗଡ଼ ଓ ପୂର୍ବ ଶଗଡ଼ିଆମାନଙ୍କ ପାଇଁ ମଜୁରୀ, ଖାଇବା ଜିନିଷ ଓ ବଳଦଙ୍କ ପାଇଁ ଖାଦ୍ଯ ପଠେଇ ଦେଲେ। ରାଜା ସାହେବ ମଧ୍ଯ କ୍ଷମାମାଗି ପତ୍ର ଦେଇଥିଲେ ଓ ଶିକ୍ଷକ ଏବଂ ପିଲାମାନଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ବୋଲି ସେଥିରେ ଲେଖିଥିଲ। ତେଣୁ ପିଲାମାନେ ଓ ଶିକ୍ଷକମାନେ ଆଦରରେ ସେସବୁ ଶଗଡ଼ ବ୍ଯବହାର କଲେ। ଏହିପରି ଭାବରେ ନୀଳକଣ୍ଠଙ୍କ ଦୃଢ଼ତା, ନିର୍ଭୀକତା ଏବଂ ଅନ୍ଯାୟ ବିରୋଧରେ ସିଂହ ପରକ୍ରମରେ ଠିଆହେବା ଆଦି କାର୍ଯ୍ଯରେ ପତ୍ରିଫଳିତ ହେଉଥିଲେ। ପଣ୍ଡିତ ନୀଳକଣ୍ଠ କଲିକତାରେ ରହୁଥିବା ସମୟରେ ପଣ୍ଡିତ ଗୋଦାବରୀଶ ମିଶ୍ର ପରୀକ୍ଷା ଦେବା ପାହଞ୍ଚିଥିଲେ। ଦର୍ଶନ ବିଷୟରେ ସେ ଆଦୈଅ ପ୍ରସ୍ତୁତ ହୋଇନଥିଲେ।