ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପୁସ୍ତକ ଖଣ୍ଡିକର ଭାଷା ଜଡିତା, ବିରହିତା, ଆବେ ଗ ବିଚିତ୍ରା , ଏବଂ ଉଚ୍ଛାସୋଛତା, କିନ୍ତୁ ପ୍ରସାଧନର ପ୍ରତୀକ୍ଷା ରଖିଅଛି। ନାଳୀଗଳି କଟକ ଶଶୀଭୂଷଣ ରାୟ

ତା  ୭।୫।୧୯୨୪

୨• କୁମାରୀ ନୀତିଶିକ୍ଷା -(୧୯୩୩‌) ୪ର୍ଥ ଓ ୫ମ ଶ୍ରେଣୀର ପାଠ୍ଯରୂପେ ପ୍ରଚଳିତ । କବିସମ୍ରାଟ ଉପେନ୍ଦ୍ରଭଂଜ - (୧୯୫୯) ଉତ୍କଳ ବିଶ୍ବବିଦ୍ଯାଳୟ କର୍ତ୍ତୃକ ପ୍ରକାଶିତ ଏବଂ ପାଠ୍ଯ ଓ ସହାୟକ ବହି ରୂପେ ଓଡିଆ ଏମ• ଏ• ଓ ବି• ଏ• ଶ୍ରେଣୀ ପାଇଁ ଗ୍ରୁହୀତ ଏବଂ ବ୍ରହ୍ମ ପୁର ବିଶ୍ବବିଦ୍ଯାଳୟର ଏମ •ଏ• ଓ ବି• ଏ• ଅନର୍ସ ଶ୍ରେଣୀ ପାଇଁ ପ୍ରଚଳିତ ।

ଏହା ଭଂଜ   ସାହିତ୍ଯ    ଆଲୋଚନାର ଏକ ପ୍ରସିଦ୍ଧ ତଥା ଅନତିକ୍ରାନ୍ତ ପୁସ୍ତକ ରୂପେ ସମ୍ମାନିତ । ୧୯୬୫  ମସିହାରେ ଓଡିଶା ସାହିତ୍ଯ ଏକାଡେମିଙ୍କ  କର୍ତ୍ତୃକ    ପୁରସ୍କୃତ ।
୪•   ମହାବୀର  ଦୋହରାବିଷୋୟୀ -(୧୯୬୧) ବ୍ରହ୍ମ ପୁର  ବିଶ୍ବବିଦ୍ଯାଳୟ  କର୍ତ୍ତୃକ  ୧୯୭୦-୮୦ ମଧ୍ଯରେ ବି •ଏ•  ଶ୍ରେଣୀ ପାଠ୍ଯ ରୂପେ ସିଲାବସ୍ ରେ  ସ୍ଥାନିତ । 
ଶିକ୍ଷା ଓ ସାହିତ୍ଯର ବିକାଶ ନିମନ୍ତେ ସେ  ବ ହୁ  ଉଦ୍ଯମ କରିଛନ୍ତି । ଛାତ୍ର ଛାତ୍ରୀମାନେ କିପରି ଏ ଦିଗରେ ଯତ୍ନବାନ ଓ ଉତ୍ସାହିତ ହେବେ  ସେ ଦିଗରେ ସେ ପ୍ରେରଣାଦାୟକ ଉଦ୍ଯମମାନ  କରିଯାଇଛନ୍ତି ।  ସେ  ମଧ୍ଯରୁ  ଛାତ୍ରବୃତ୍ତି  ଓ ପୁରସ୍କାର ଅନୁଦାନ ଉଲ୍ଲେଖନୀୟ ।
ବ୍ରହ୍ମ ପୁର  ବିଶ୍ବବିଦ୍ଯାଳୟକୁ ସେ  ଟ ୫୦୦୦/‌- ଦାନ କରିଯାଇଛନ୍ତି । ତାର ସୁଧରେ ପ୍ରତିବର୍ଷ  ଶ୍ରେଷ୍ଠ  ଓଡିଆ ଏମ •ଏ• ଛାତ୍ରଙ୍କୁ  ଅନନ୍ତ ପଦ୍ମନାଭ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯା ଉଅଛି । ସେ  ତାଙ୍କର  ନିମ୍ନୋକ୍ତ   ସ୍ବୀକାରୋକ୍ତି ମଧ୍ଯ ଏ ପ୍ରସଙ୍ଗରେ ଲକ୍ଷଣୀୟ । 
"ଲେଖକ ହିଁ ଏ ବହିର  ପ୍ରକାଶନ ଭାର  କରିଛି  ଏକ ସାଧୁ   ଉଦ୍ଦେଶ୍ଯରେ । ବହିର ବିକ୍ରୀଲବ୍ଧ   ଅର୍ଥ  , କେତୋଟି   ଉଚ୍ଚ ମାଧ୍ଯମିକ ବିଦ୍ଯାପୀଠକୁ ଅର୍ପଣ କରାଯିବ ।  ପ୍ରତ୍ଯକ ବର୍ଷ ବାର୍ଷିକ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରୁଥିବା, ଏପରିକି ୧ମ ଓ ୨ୟ ହୋ ଉ ଉତ୍ତୀର୍ଣ୍ଣ   ହେଉଥିବା ଶିକ୍ଷାର୍ଥୀ   କିମ୍ବା  ଶିକ୍ଷାର୍ଥିନୀ  ଦୁଇ  ଜଣଙ୍କୁ  ପୁରସ୍କାର  ଅର୍ପଣ  କରିବାରେ ତାହା