ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହୋଇଥିଲା । ଔଷଧ ଆଣିବାକୁ ସେ ଆନନ୍ଦ ପୁର ଡାକ୍ତରଖାନାକୁନାକୁ ଯାଇଥିଲା । ସେଠାରେ ତାର ଜଣେ ଶୁଭକାଂକ୍ଷୀ ଗୋପାଳବ ବାବୁଙ୍କ ଷ ସାକ୍ଷାତ ହେଲା । ଗୋପାଳ ବାବୁ ତାକ୍ୟୁ ପଚାରିଲେ, କିରେ,କେଉଁଠି ପଢିବୁ ବୋଲି ଭାବିଛୁ। ପିଲାଟି ତାଙ୍କୁ କହିଲା -ଆଜ୍ଞା,ମାଇନର ସିନା ପସ୍ କରିଗଲି, ହେଲେ ହାଇସ୍କୁଲରେ ପଢିବାକୁ ମୋ ପଖରେ ସମ୍ବଳ କାହିଁ ? ସେତେବେଳେ ସମଗ୍ର ଜିଲ୍ଲାରେ କେନ୍ଦୁଝର ଗଡ଼ଠାରେ ଗୋଟିଏ ମାତ୍ର ହାଇସ୍କୁଲ ଥିଲା । ଯୋଗକୁ କେନ୍ଦୁଝର ଗଡ଼ ହାଇସ୍କୁର ପ୍ରଧାନଶିକ୍ଷକ ଆନନ୍ଦପୁର ଆସିଥାନ୍ତି । ଗୋରା ତକ ତକ ଚେହେରା ,ଡ଼େଙ୍ଗା , ହୃଷ୍ଟପୃଷ୍ଟ, ନାକ ତଳକୁ ପ୍ରଜାପତିଆ ନିଶ । ଦେଖିଲେ ଛାତିରେ ଛନକା ପଶିଯିବ । ଗୋପାଳବାବୁଙ୍କଠାରୁ ପିଲାଟିରୁ ପରିଚୟ ଜାଣି ସେ ତାକୁ ପାଚାରିଲେ ତୁ ସ୍କୁଲରେ ଆଡମିସନ ନେଲୁନି କାହିଁକି ? ମୁଁ ତୋ ପାଇଁ ସିଟଟିଏ ରିର୍ଜଭ କରି ରଖିଛି । ପିଲାଟି ତାଙ୍କୁ ସବୁ କଥା କହିଲା । ସେ ସବୁ ଶୁଣି ସାରି କହିଲେ , ଚିନ୍ତା କରିବାର କିଛି ନାହିଁ । ତୁ ମୋ ଘରେ ରହି ପାଠ ପଢିବୁ । ଡ଼େରି ନ କରି ଶିଘ୍ର ଚାଲିଆ । ପରବର୍ତ୍ତି କାଳରେ ପିଲାଟି ପାଠପଢି ଜଣେ ହାକିମ ହେଲା । ସେହି ହୃଦୟବାନ ପ୍ରଧାନଶିକ୍ଷକ ଜଣକ କିଏ ଜାଣନ୍ତି ? ସେ ହେଉଛନ୍ତି ଆମ ଦେଶର ଜଣେ ସ୍ମରଣୀୟ ଶିକ୍ଷକ ସ୍ୱର୍ଗତ ଭାବଗ୍ରାହି ମହାନ୍ତି ।


୧୯୦୧ ମସିହାରେ ଭାବଗ୍ରହି ମହାନ୍ତି କଟକ ଜିଲ୍ଲାର ତିର୍ତ୍ତୋଲ ଥାନାର କଣ୍ଟାପଡ଼ା ଗ୍ରାମରେ ଜମ୍ମ ଗ୍ରହଣ କରିଥିଲେ । ୧୯୧୫ ମସିହାରେ କନକପୁର ମାଇନର ସ୍କୁଲରୁ ମାଇନର ପାସ କରିବା ପରେ ପ୍ଯାରିମୋହ୍ନ ଏକାଡମୀରୁ ୧୯୨୦ ମସିହାରେ ମାଟ୍ରୀକ୍ ଓ ରେଭେନ୍ସା କଲେଜରୁ ୧୯୨୨ ମସିହାରେ ଆଇ,ଏ ପାସ କଲେ । କନକପୁର ମାଇନର ସ୍କୁଲର ପ୍ରଧାନ ଶିକ୍ଷକ ରୂପେ ସେ ଅବସ୍ଥାପିତ ହୋଇଥିଲେ । ସେଠାରେ ସେ ଦୁଇ ବର୍ଷ ଚାକିରୀ କରିବାପରେ ପଢିବା ପାଇଁ କଟକଗଲେ । ସେଠାରୁ ସେ ପାସ୍ କରି ଆନନ୍ଦପୁରଠାରେ ସ୍କୁଲ ସବ୍ଇନ୍ସ୍ପେକ୍ଟର ଚାକିରୀ କରିଥିଲେ । ଚାକିରୀ କରି ମଧ୍ଯ ତାଙ୍କର ଜ୍ଞାନଲିପ୍ସା ପ୍ରଶମିତ ହୋଇନଥିଲା । ତେଣୁ ପାଠପଢି ଘରୋଇ ଭାବେ ରେଭେନ୍ସା କଲେଜରୁ ବି,ଏ , ଓ କଲିକତାରୁ ସେ ଓଡ଼ିଆରେ ଏମ,ଏ ପାସ୍ କରିଥିଲେ ୧୯୩୪ ମସିହାରେ କେନ୍ଦୁଝରଗଡ଼ରେ ହାଇସ୍କୁଲ ପ୍ରତିଷ୍ଟିତ ହୋଇଥିଲା । ଭାବଗ୍ରାହି ଭାବୁଥିଲେ ଏହି ସ୍କୁଲର ପ୍ରଧାନ ଶିକ୍ଷକ । ୧୯୩୪ ମସିହାରୁ ୧୯୪୬ ମସିହା ପର୍ଯ୍ଯନ୍ତ ଦୀର୍ଘ ବାରବର୍ଷକାଳ ସେ ଏହି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ହୋଇଥିଲେ ।

ସେ ଥିଲେ ଖୁବ୍ ସମୟାନୁବର୍ତ୍ତୀ । ତାଙ୍କର ଶୃଙ୍ଖଳାଜ୍ଞାନ ମଧ୍ଯ ଥିଲା ଖୁବ୍ ଅଧିକ । ଠିକ୍ ସମୟରେ ସେ ସ୍କୁଲକୁ ଆସୁଥିଲେ । ସବୁକାମ ନିୟମାନୁଯାୟୀ ହେଉଥିଲା । ନିୟମରୁ ଟିକିଏ