ପୃଷ୍ଠା:Bhasa o Jatiyata.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 


== ମୁଖବନ୍ଧ ==

ସୁବତ୍ର କୁମାର ପୃଷ୍ଟିଙ୍କ ର ‘ଭାଷା ଓ ଜାତୀୟତା' ଏକ ଭିନ୍ନ ସ୍ୱାଦର ପ୍ରବନ୍ଧ ପୁସ୍ତକ । ଭାଷା ସହିତ ଜାତୀୟତା କିପରି ଜଡ଼ତି, ସେହି ପରିପ୍ରେକ୍ଷୀରେ ସେ ଓଡ଼ିଆ ଭାଷାର ପ୍ରାଚୀନତା, ଶାସ୍ତ୍ରୀୟତା ତଥା ବର୍ତ୍ତମାନର ସ୍ଥିତି ଉପରେ ବିଚାର-ବିମର୍ଶ କରିଛନ୍ତି । ଶ୍ରୀ ପୃଷ୍ଟି ଓଡ଼ିଆ ଭାଷା-ସାହିତ୍ୟର ଛାତ୍ର ଓ ଗବେଷକ ତଥା ଓଡ଼ିଆଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ ଆରମ୍ଭ ହେଉଥିବା ଆନ୍ଦୋଳନର ଅନ୍ୟତମ ପୁରୋଧା । ତେଣୁ ଏଠାରେ ସନ୍ନିବେଶିତ ସବୁଯାକ ପ୍ରବନ୍ଧରେ ଯେ ତାଙ୍କର ଭାଷାଭାବନା ପ୍ରତିଫଳିତ ହେବ, ସେଥିରେ ସନ୍ଦେହର ଅବକାଶ ନାହିଁ ।

            ଭାଷାର ମହତ୍ତ୍ବକୁ ଦର୍ଶାଇବାକୁ ଯାଇ ଶ୍ରୀ ପୃଷ୍ଟି ପୁସ୍ତକର ପ୍ରତିଟି ପ୍ରବନ୍ଧକୁ ତଥ୍ୟାଶ୍ରୟୀ ଭିତ୍ତିକ ଶାଣିତ ଯୁକ୍ତିଦ୍ୱାରା ଆଲୋଚନା କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କର ପ୍ରଥମ ପ୍ରବନ୍ଧରେ ସେ ପ୍ରମାଣ କରିବାକୁ ଚାହିଁଛନ୍ତି ଯେ ଓଡ଼ିଶାରେ ଡ଼ିଆ ଭାଷା ପ୍ରତି ତାତ୍ସଲ୍ୟ, ହେୟଜ୍ଞାନ ଏବଂ ଅନ୍ୟଭାଷାପ୍ରୀତି ଓଡ଼ିଶା ପ୍ରଗତିର ବାଧକ ସାଜିଛି । ଏଥିପାଇଁ ସେ ସତ୍ୟାଶ୍ରୟୀ ତଥ୍ୟ ଉପସ୍ଥାପନ କରିବା ଛଳରେ ଆଜିକାଲି ଓଡ଼ିଶାରେ ଭାଷାକୁ ନେଇ ଆମ ଶିକ୍ଷିତବର୍ଗଙ୍କ ଯେଉଁ ନକାରାତ୍ମକ ମନୋବୃତ୍ତି ସୃଷ୍ଟି ହୋଇଛି ତାହା ଦର୍ଶାଇଛନ୍ତି । ପରବର୍ତ୍ତୀ ତିନୋଟି ପ୍ରବନ୍ଧରେ ଓଡିଆଭାଷାର ଐତିହ୍ୟ,ପରମ୍ପରା,ପୁରୋଦୃଷ୍ଟି ତଥା ବିଶେଷତ୍ତ୍ୱ ପ୍ରର୍ଶନ ଭିତରେ ଓଡିଆଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନା କରିବାସହ ପ୍ରାବନ୍ଧିକ ଏଥିପାଇଁଁ ଏକ ବୌଦ୍ଧିକ ବାତାବରଣ ସୃଷ୍ଟି କରିବାର ଉଦ୍ୟମ ଚଳାଇଥିବା ଜଣାଯାଏ । ପ୍ରାବନ୍ଧିକଙ୍କ ମନ୍ତବ୍ୟଗୁଡ଼ିକ ବେଶ୍ ଯୌକ୍ତିକ ଓ ବସ୍ତୁନିଷ୍ଠ ଥିଲେମଧ୍ୟ ଓଡ଼ିଆଭାଷାର ପ୍ରାଚୀନତାର ପ୍ରମାଣପାଇଁ ଆହୁରି ଗବେଷଣା ଆବଶ୍ୟକ କରେ । ଅବଶ୍ୟ ସନେ୍ଦହର ଅବକାଶ ନାହିଁ ଯେ ଓଡ଼ଅି ।ଭାଷାର ଜନନୀ ସଂସ୍କୃତ ନୁହେଁ, ପରସ୍ପରର ଭଗିନୀ ସୃଶ । ଏହି ସତ୍ୟକୁ ପ୍ରବନ୍ଧଗୁଡ଼ିକରେ ସପ୍ରମାଣେ ସ୍ପଷ୍ଟ କରାଯାଇଥିବାରୁ ଓଡିଆଭାଷା ସୃଷ୍ଟି ସମ୍ପର୍କିତ ଅଜ୍ଞତାକୁ ଦୂର କରିବାରେ ଯଥେଷ୍ଟ ସାହାଯ୍ୟ କରିବ । ଅର୍ଥାତ ଓଡ଼ିଆଭାଷାର ପ୍ରାଚୀନତା ସଂସ୍କୃତକୁ ଆଧାର ନ କରି ବରଂ ସ୍ୱାଧୀନଭାବେ ଆବିଷ୍କାର କରିବା ପ୍ରୟୋଜନ ।

            ଏହି ପୁସ୍ତକରେ ସ୍ଥାନିତ ଏକ ପ୍ରବନ୍ଧରେ ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବ କି ନାହିଁ ପ୍ରଶ୍ନ ଉତ୍ଥାପନ କରାଯାଇଛି ଓ ଏହି ପରିପ୍ରେକ୍ଷୀରେ ଶାସ୍ତ୍ରୀୟ ମାନ୍ୟତା ପାଇସାରିଥିବା ଅନ୍ୟାନ୍ୟ ଭାରତୀୟ ଭାଷା, ଯଥା- ତାମିଲ୍, ସଂସ୍କୃତ, ତେଲୁଗୁ ଓ କନ୍ନଡ଼ କଥା ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି । ଏଠାରେ ମନେ ରଖିବାକୁ ହେବ ଯେ,ଏହି ଭାଷାଗୁଡ଼ିକ ରାତାରାତି ଶାସ୍ତ୍ରୀୟ ମାନ୍ୟତା ପାଇନାହାନ୍ତି5, ଏଥିପାଇଁ ସେମାନଙ୍କୁ ଦୀର୍ଘକାଳ ଧରି ଉଦ୍ୟମ ଓ ସଂଘର୍ଷ କରିବାକୁ ପଡ଼ିଛି । ଆମର ଓଡ଼ିଆଭାଷା କ୍ଷେତ୍ରରେ ଏପରି ବିଧିବଦ୍ଧ ଉଦ୍ୟମ / ଗବେଷଣା ଆରମ୍ଭ ହେଲାଣି କି? ଦ୍ୱିତୀୟତଃ, କୌଣସି ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାପାଇଁ ରାଜନୈତିକ ପ୍ରଚେଷ୍ଟା ଓ ସମର୍ଥ ଏକାନ୍ତ ଜରୁରୀ । ଓଡ଼ିଶା କ୍ଷେତ୍ରରେ ଏବେ ବୋଧହୁଏ ଏହା ଆଶା କରା ନ ଯାଇପାରେ ।