ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପରୋପକାରୀ ଶିକ୍ଷକ

                     ସୁରେନ୍ଦ୍ର  ନାଥ   ମଢ଼ୁଆଳ
           ଡକ୍ଟର   ଭାଗବତ   ପ୍ରସାଦ   ଲେଙ୍କା

ପରିବାରର ବେଲଗଡ଼ିଆ ରାଜବାଟୀ ସନ୍ନିକଟ ବାରିପଦା ସ ହରର ଉପକଣ୍ଠ ।ଏଠାରେ ସ ହରର ଜନ ଗ ହଳି ନାହିଁ । ଶାନ୍ତ ଶାଚଳ ପରିବେଶ ।ଆମ୍ବକୁଞ୍ଜ ତଳେ ମଥାନୁଆଁଶିଆ ଚାଳପର । ବର୍ତ୍ତମାନ ଅବଶ୍ଯ ଛପର ଘରଟିଏ ଛିଡ଼ାହେଲାଣି ।ନିକଟରେ ବୋଳଙ୍ଗନ୍ଦୀ, କୂଳ ଦେଶରେ ଦିଗନ୍ତ ବିସ୍ତାରୀ ଶ୍ଯାମଳ ନେବାରମାଳା ।ଏପରି ଏକ ଶାନ୍ତ ସିନ୍ଦର ପରିବେଶ ମଧ୍ଯରେ ବେଳଗଡ଼ିଆ ଉ ପ୍ରା ବିଦ୍ଯାଳୟର କର୍ମ ପ୍ରବାହ ବ ହିଚାଲିଛି ସ୍ବଚ୍ଛନ୍ଦ ଗତିରେ ।

ସମସ୍ତ ବିଦ୍ଯାଳୟ କର୍ମମୁଖର। ସମୟ ପ୍ରାୟ ଏଗାରଟା ।ହଠାତ୍ ବିଦ୍ଯାଳୟ ହତାରୁ ଭାସି ଆସିଲା ଏକ ଶିଶୁ କଣ୍ଠର କରିଣ ଚିତ୍କାର । କି ବରୁଣ ସେ ଚିତ୍କାର । କି ମର୍ମନ୍ତୁଦ ସେ ଦୃଶ୍ଯ । ମଝିରେ ମଝିରେ ଶୁଭୁଥାଏ "ମାଆ ଲୋ, ବାପା ଲୋ ମରିଗଲି- ଆଉ ମାରନା । ପୁଣି