ଉଇକିପାଠାଗାର:ଜାଣିବା କଥା

ଉଇକିପାଠାଗାର‌ରୁ

ଉଇକି କ'ଣ?[ସମ୍ପାଦନା]

ସାଧାରଣ ଭାବରେ ଗୋଟିଏ ୱେବସାଇଟରେ କିଛି ଅଦଳବଦଳ କରିବା ପାଇଁ ବୈଷୟିକ ଜ୍ଞାନ ଓ ଲେଖକର ଅନୁମତି ଲୋଡ଼ା । ଉଇକି ଗୋଟିଏ ସଫ୍ଟୱେର ଯାହା ଆମକୁ ଏହି ସବୁ ଝିନଝଟରୁ ମୁକ୍ତି ଦେଇଥାଏ ଆଉ ବୈଷୟିକ ଜ୍ଞାନ ବିନା ବି ଖୋଲା ଭାବେ କିଛି ବି ଲେଖା ଲେଖିବାରେ, ବଦଳାଇବାରେ ଅବା ଲିଭାଇବାରେ କରିବାରେ ସାହାଯ୍ୟ କରିଥାଏ। ଯେହେତୁ ଉଇକି ସଫ୍ଟୱେରରେ ଲେଖାସବୁ ଲେଖିବା ଭାରି ସହଜ, ଏହା ଏକାସାଙ୍ଗେ ଗୁଡ଼ିଏ ଲେଖକଙ୍କୁ ଲେଖିବାରେ ସାହାଯ୍ୟ କରିଥାଏ ।

ଉଇକି ସଫ୍ଟୱେରକୁ ଉଆଡ଼ କନିଙ୍ଗହାମ ୧୯୯୪ରେ ତିଆରି କରିଥିଲେ । ମାର୍ଚ ୨୫ରେ ସେ "ଉଇକିଉଇକିୱେବ ସଫ୍ଟୱେର"କୁ ତିଆରିକରି http://c2.com ରେ ବାହାର କରିଥିଲେ । ସେ ନିଜେ ଏହାର ନାମ ଉଇକି ଦେବାକୁ ମତ ଦେଇଥିଲେ । ହନଲୁଲୁ ବିମାନଘାଟିରେ ଜଣେ କର୍ମଚାରିଠୁ ଏହି ଉଇକିଉଇକି ନାମଟି ପାଇଥିଲେ, ହାଉଆଇ ଭାଷାରେ ଯାହାର ମାନେ ଗତି

ଉଇକିପାଠାଗାର କ'ଣ?[ସମ୍ପାଦନା]

ଉଇକିପାଠାଗାର - ଗୋଟିଏ ମାଗଣା ବହିର ଭଣ୍ଡାର ଯେଉଁଥିରେ ପଢ଼ା ବହି ସାଙ୍ଗକୁ ଅନେକ ଉପାଦେୟ ନୂଆ ଓ ପୁରୁଣା ବହି ପଢ଼ିବାକୁ ମିଳିଥାଏ ।

ଉଇକିପାଠାଗାର ଓଡ଼ିଶା କିମ୍ବା ଭାରତ ସରକାରଙ୍କ ଦ୍ଵାରା ତିଆରି କରାଯାଇଛି କି?[ସମ୍ପାଦନା]

ନାଁ, ଉଇକିପାଠାଗାର ଏକ ଅଣ-ଲାଭକାରୀ ସଙ୍ଗଠନ ଉଇକିମିଡ଼ିଆ ଦ୍ଵାରା ପ୍ରକାଶିତ । ଏହି ସଙ୍ଗଠନ ଏକ ସରକାରୀ ସଙ୍ଗଠନ ନୁହେଁ, କି ସରକାରଙ୍କ ସାହାଯ୍ୟରେ ଚାଲେନାହିଁ । ଉଇକିମିଡ଼ିଆକୁ ଚଳାଇବା ପାଇଁ ଦରକାର ଟଙ୍କା ସାଧାରଣ ଲୋକଙ୍କ ଅନୁଦାନରୁ ଆସିଥାଏ । ଉଇକିପିଡ଼ିଆର ସ୍ଵେଚ୍ଛାସେବୀ ସମ୍ପାଦକମାନଙ୍କ ମହତ କାମକୁ ଦେଖି ଅନେକ ସରକାର ସହଯୋଗର ହାତ ବଢ଼ାଇଲେଣି ।

ଉଇକିପାଠାଗାରରେ କେଉଁ କେଉଁ ବହି ରଖାଯାଇପାରିବ ଓ କେଉଁ ବହି ରଖାଯାଇପାରିବନି, ଏହା ଉପରେ କିଛି ନୀତି ନିୟମ ଅଛି କି?[ସମ୍ପାଦନା]

ଉଇକିପାଠାଗାରରେ କେବଳ ପୂର୍ବରୁ ପ୍ରକାଶିତ ହୋଇସାରିଥିବା ବହି ରଖାଯାଇପାରିବ, ଅପ୍ରକାଶିତ ପାଣ୍ଡୁଲିପି ରଖାଯାଇପାରିବନି ।

ହଁ ଏହା ବାବଦରେ ନିର୍ଦ୍ଦିଷ୍ଟ ନୀତି ନିୟମ ରହିଛି । ଅଧିକ ଜାଣିବା ନିମନ୍ତେ ଉଇକିପାଠାଗାର କଣ? ଦେଖନ୍ତୁ ।

ମୁଁ ଲେଖିଥିବା ବହି ଏଥିରେ ରଖାଯାଇପାରିବ କି?[ସମ୍ପାଦନା]

ଯଦି ଏହା ପୂର୍ବରୁ ପ୍ରକାଶିତ ହେଇସାରିଥିବ ଓ ଆପଣ ଉଇକିପାଠାଗାରରେ ରଖିବା ନିମନ୍ତେ ଅନୁମତି ଦେବାକୁ ପ୍ରସ୍ତୁତ ଥାଆନ୍ତି, ତେବେ ରଖାଯାଇପାରିବ ।

ଅପ୍ରକାଶିତ ବହି (ପାଣ୍ଡୁଲିପି) ଏଥିରେ ରଖିହେବ କି?[ସମ୍ପାଦନା]

କେବଳ ଐତିହାସିକ ଗୁରୁତ୍ଵ ବହନ କରୁଥିବା ପାଣ୍ଡୁଲିପି (ପୋଥି) ରଖିହେବ ।

ଉଇକିପାଠାଗାରରେ କିଏ କିଏ ଭାଗ ନେଇ ପାରିବେ?[ସମ୍ପାଦନା]

ଯେକୌଣସି ଚଳଣିର, ଧର୍ମ ଅବା କର୍ମକୁଶଳତା ଥିବା କେହି ବି ଜ୍ଞାନ ବାଣ୍ଟିବାକୁ ଚାହୁଁଥିଲେ ଉଇକିପାଠାଗାରରେ ଭାଗ ନେଇ ପାରିବେ । ଏହା ଭିତରେ ସ୍କୁଲ ପିଲା, ଅବସର ନେଇସାରିଥିବା ମିଲିଟାରି ଲୋକେ, ଚାଷି, ଘରୁଆ ଲୋକେ, ସଫ୍ଟୱେର ଚାକିରିଆ, ସରକାରୀ ଚାକିରିଆ ବା ଆଉ କେହି ଏଥିରେ ଭାଗ ନେଇ ପାରିବେ । ଗୁଡ଼ିଏ ଅଲଗା ଅଲଗା ଚିନ୍ତାଧାରାର ଲୋକେ ଉଇକିପାଠାଗାରରେ ଏକାଠି ହେଉଛନ୍ତି ନିଜର ଆଉ ଅନ୍ୟ ମାନଙ୍କର ଜ୍ଞାନ ବଢ଼ାଇବା ପାଇଁ, ଆଉ ତା ସହ ନିଜ ପରପିଢ଼ି ପାଇଁ ବି କିଛି ଜ୍ଞାନ ଛାଡ଼ିଯାଉଛନ୍ତି ।

ଉଇକିପାଠାଗାରର ଇତିହାସ[ସମ୍ପାଦନା]

୨୪ ନଭେମ୍ବର ୨୦୦୩ରେ ଏହା ପ୍ରୋଜେକ୍ଟ ସୋର୍ସବର୍ଗ ଭାବେ ପ୍ରଥମେ ଇଂରାଜୀ ଭାଷାରେ ଆରମ୍ଭ ହେଇଥିଲା ।

ଓଡ଼ିଆ ଉଇକିପାଠାଗାରର ଛୋଟ ଇତିହାସଟିଏ ମୋତେ କହିବେ କି ?[ସମ୍ପାଦନା]

  • ୮ ଜାନୁଆରୀ ୨୦୧୩: ନୂଆ ପ୍ରକଳ୍ପ ନିମନ୍ତେ ଅନୁରୋଧ କରାଯାଇଥିଲା
  • ୧୬ ଜାନୁଆରୀ ୨୦୧୩: ପ୍ରଥମ ପୃଷ୍ଠା ତିଆରି (ଛମାଣ ଆଠଗୁଣ୍ଠ ବହିର ସୂଚୀ)
  • ୨୦ ଅକ୍ଟୋବର ୨୦୧୪: ଏକ ସ୍ଵତନ୍ତ୍ର ପ୍ରକଳ୍ପ ଭାବେ ସ୍ଵିକୃତି ପାଇଥିଲା ।
  • ୨୮ ନଭେମ୍ବର ୨୦୧୪: ପ୍ରଥମ ଉଇକିପାଠାଗାର ସଭା

ଉଇକିପାଠାଗାର ବାହାରେ ଆଉ କିଛି ପ୍ରକଳ୍ପ ଅଛିକି ?[ସମ୍ପାଦନା]

ଉଇକିମିଡ଼ିଆ ଫାଉଣ୍ଡେସନ ଦ୍ଵାରା ଉଇକିପାଠାଗାର ଛଡା ଉଇକିପିଡ଼ିଆ (ଏକ ଖୋଲା ଜ୍ଞାନକୋଷ), ଉଇକିଅଭିଧାନ (ଉଇକ୍ସିନାରୀ)- ଅନେକ ଗୁଡ଼ିଏ ଭାଷାରେ ମାଗଣାରେ ମିଳୁଥିବା ଗୋଟିଏ ଅନଲାଇନ ଶବ୍ଦକୋଷ । ଉଇକିକଥା (ଉଇକିକୋଟସ)- ଢଗଢମାଳି, ଲୋକକଥା, ବାଣି ଓ ଚିରକାଳ ମନେରହିବା ଭଳି କଥା ସବୁକୁ ନେଇ ଏହା ତିଆରି, କମନସ- ଏକ ଅନଲାଇନ ମିଡ଼ିଆ ସାଇତା ଜାଗା, ଯାହା ଭିତରେ ଚିତ୍ର, ଭିଡ଼ିଓ ଓ କଥା ସବୁକୁ ସାଇତାଯାଇପାରିବ । ଉଇକିଡାଟା, ଉଇକିଯାତ୍ରା (ଉଇକିଭୟେଜ) ଆଦି ଅନେକ ପ୍ରକଳ୍ପ ଅଛି ।

ଓଡ଼ିଆରେ ଖାଲି ଉଇକିପାଠାଗାର, ଉଇକିପିଡ଼ିଆ ଓ ଉଇକି ଅଭିଧାନ ପାଇଁ କାମ କରାଯାଉଅଛି, ବାକି ଗୁଡ଼ିକରେ କାମ ଆରମ୍ଭ କରିବାକୁ ପଡ଼ିବ ।

କେଉଁସବୁ ଉଇକି ପ୍ରକଳ୍ପ ଓଡ଼ିଆ ଉଇକିରେ ଏବେ ସଚଳ ଅଛି ?[ସମ୍ପାଦନା]

ଓଡ଼ିଆ ସଙ୍ଘ ସଚଳ ହେଲେ ଆମକୁ ଓଡ଼ିଆ ଉଇକି କଥା ଓ ବାକି ଉଇକି ପ୍ରକଳ୍ପ ସବୁ ଆରମ୍ଭ କରିବାକୁ ହେବ ।

ଉଇକିପାଠାଗାର ବିଷୟରେ କିଛି ପଚାରିବାକୁ ଥିଲେ କାହାକୁ ପଚାରିବି ?[ସମ୍ପାଦନା]

ଉଇକି ବିଷୟରେ ଥରକୁଥର ପଚରାଯାଇଥିବା ପ୍ରଶ୍ନ ଗୁଡିକ ଆପଣ ଓଡ଼ିଆ ଉଇକିପାଠାଗାରରେ ଏହି ପୃଷ୍ଠାରୁ ପାଇ ପାରିବେ ଏବଂ ଆପଣଙ୍କ ପ୍ରଶ୍ନ ପଚାରି ପାରିବେ । ଆପଣ ଏ ବାବଦରେ ଯେକୌଣସି ସଚଳ ଓଡ଼ିଆ ଉଇକିପାଠାଗାର ବ୍ୟବହାରକାରୀ କିମ୍ବା ପରିଚାଳକଙ୍କୁ ପଚାରି ପାରିବେ । ତଥାପି ଯଦି ଆପଣଙ୍କ ଠିକ ଉତ୍ତର ନ ମିଳିଲା, ଆପଣ ଆମକୁ ଏହି ଠିକଣା wikipedia-or@lists.wikimedia.org ରେ ଇ-ମେଲ କରି ପାରନ୍ତି । ଆମେ ଏହି ଇ-ମେଲର ଯଥା ଶୀଘ୍ର ଉତ୍ତର ଦେବାକୁ ଚେଷ୍ଟା କରିବୁ ।

ଓଡ଼ିଆ ଉଇକିପାଠାଗାର ପାଇଁ କିଛି ଆଲୋଚନା କୋଠ ଅଛି କି ? ମୁଁ ଓଡ଼ିଆ ଉଇକିଆଳିଙ୍କ ସଙ୍ଗେ ଅନଲାଇନ ଚାଟ କରିପାରିବି କି ?[ସମ୍ପାଦନା]

ହଁ, ଓଡ଼ିଆ ଉଇକିପାଠାଗାରର ଏକ ମେଲ ତାଲିକା ଅଛି । ସେହି ମେଲ ତାଲିକାଟିରେ ନିଜ ନାମ ଲେଖାଇ ଆପଣ ବାକି ଉଇକିଆଳିଙ୍କ ସଙ୍ଗେ ଆଲୋଚନା କରିପାରିବେ । ମେଲ ତାଲିକାରେ ନାମ ଲେଖାଇବା ପାଇଁ ଏଠାକୁ - https://lists.wikimedia.org/mailman/listinfo/wikipedia-or ଯାଆନ୍ତୁ, ଆଉ ଆଲୋଚନା କରନ୍ତୁ ।

ଏକ ଫ୍ରିନୋଡ଼ ଇଣ୍ଟରନେଟ ରିଲେ ଚାଟ (IRC) ଓଡ଼ିଆ ଉଇକିପିଡ଼ିଆ ପାଇଁ ବି ଅଛି ଯେଉଁଥିରେ ଆପଣ ଅନଲାଇନରେ ଥିବା ପୃଥିବି ଯାକର ଓଡ଼ିଆ ଉଇକିଆଳିଙ୍କ ସାଙ୍ଗରେ ଆଲୋଚନା କରିପାରିବେ । ସାଇଟ: ଛାଞ୍ଚ:Irc

  • Server: webchat.freenode.net
  • Channel: #wikipedia-or

ଫେସବୁକ ଗ୍ରୁପରେ ମଧ୍ୟ ପଚାରି ପାରିବେ → Odia Wkipedia (http://facebook.com/groups/OdiaWiki/)

ଆହୁରି କିଛି ପ୍ରଶ୍ନ ଥିଲେ wikipedia-or@lists.wikimedia.org ବା odiawiki@gmail.com କୁ ମେଲ ପଠାନ୍ତୁ ।