ପୃଷ୍ଠା:Amari jatir agua neta.pdf/16

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖୋର୍ଦ୍ଧା ମୁଲକର ଲୋକମାନେ ରାଜାଙ୍କୁ ଜଗନ୍ନାଥନ୍କର ଚଳନ୍ତି ପ୍ରତିମା ଭାବରେ ଯୁଗ ଯୁଗ ଧରି ପୂଜା କରି ଆସୁଥିଲେ । ଇଂରେଜମାନଙ୍କ ହାତରେ ତାଙ୍କ ଠାକୁର ରାଜାଙ୍କର ଏମିତି ନାରଖାର ଅବସ୍ଥା ଦେଖି ସେମାନେ ବଡ ଉତ୍ତେଜିତ ହୋଇ ପଡିଲେ।

ଫ୍ରେଚର ସାହେବ ଭାରି କଡା ଶାସକ ଥିଲେ। ସେ ଖୋର୍ଦ୍ଧା ମୁଲକରେ ଦେଖିଲେ ରାଜାଙ୍କର ସେନାପତି, ପାଇକ, ଦଳେଇ, ଦଳବେହେରାମାନେ ସବୁ ଜମିବାଡି ବିନା ଖଜଣାରେ ଭୋଗ ଦଖଲ କରୁଛନ୍ତି। ଇଂରେଜମାନେ ଯଦି ସେମାଙ୍କ ଠାରୁ ଖଜଣା ଆଦାୟ ନକରିବେ, ଏତେବଡ ରାଜ୍ୟ ଶାସନ କରି ଲାଭ କ'ଣ ? ପୁଣି ଶାସନ ଚାଲିବ କିପରି ? ତେଣୁ ସେ ହୁକୁମ ଦେଲେ ଯେଉଁମାନେ ଖଜଣା ନଦେବେ, ତାନ୍କଠାରୁ ଜମିତକ କାଢି ନିଆଯିବ ।

ସେଇଆ ହେଲା । ଖଜଣା ନଦେଲେ, ସେମାନ୍କ ଜମିବାଡି ନିଲାମ ହେଲା । ରାଜାଙ୍କର ଜମିବାଡି ବି ନିଲାମ ହେଲା । ଜଗନ୍ନାଥଙ୍କ

16