ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅନୁଷ୍ଠାନ ଗଢ଼ିଯାଇଛନ୍ତି ଶିକ୍ଷା, ସାହିତ୍ଯ ଓ ସଂସ୍କୃତି ବାକାଶ ପାଇଁ । ସର୍ବୋପରି ଜଣେ ମରମୀ ଓ ଦରଦୀ ମଣିଷ ଭବରେ ତାଙ୍କର ଆଚରଣ ଓ କାର୍ଯ୍ଯକଳାପ ଚିରସ୍ମରଣୀୟ ହୋଇ ରହିବ ।

ଜୀବନରେ ସେ ଯେମିତି ହର୍ଷୋତଫୁଲ ଓ କର୍ମଠ ଥିଲେ, ମୃତ୍ଯୁପରେ ସେମିତି ସତେଜ ଓ ପ୍ରଫୁଲ୍ଲ ବଦନ । ସତେ ଯେମିତି ମରଣର ସ୍ପର୍ଶ ତାଙ୍କ ମନରେ ଲେଶମାତ୍ର ଦୁଃଖ ଜାତ କରିନଥିଲା । ସେ ଯେମିତି ହସି ହସି ସମସ୍ତଙ୍କଠୁ ବିଦାୟ ଦେଇଯାଇଛନ୍ତି । ତାଙ୍କ ମୃତ୍ଯୁରେ ଏକ ସଫଳ ଓ ସକ୍ରିୟ ଜୀବନର ଅବସାନ ହେଲା ଏକ ଜ୍ବଳନ୍ତ ଆଲୋକ ବର୍ତ୍ତିକା ଲିଭିଗଲା । କରୁଣାର ଏକ ଝରଣା ଅବା ସରିତ ଝରିଗଲା ସବୁଦିନ ପାଇଁ । ହେ ମହାମାନବ , ହେ ଶିକ୍ଷକ , ହେ ସଂଗଠକ ଆମ୍ଭମାନଙ୍କର ଭକ୍ତିପୂର୍ଣ୍ଣ ପ୍ରଣତି ଘେନ ।

ଛବି