ଆଚରଣ ସମ୍ପର୍କରେ ଶିକ୍ଷା ଦେଲେ । ହସ୍ତାକ୍ଷର ଲେଖା ଉପରେ ସେ ତୀକ୍ଷ୍ଣ ଦୃଷ୍ଟି ରଖିଥାଅନ୍ତି, କ ହିବା ବାହୁଲ୍ଯ, ତାଙ୍କର ହାତ ଲେଖା ଇଂରାଜୀ, କି ଓଡ଼ିଆ, ସବୁଥିବଲା ସୁନ୍ଦର । କାହଣୀ ଚିତ୍ରପଟ,ଅଙ୍କ ସିକ୍ଷା ପାଇଁ କାଠି ସଂଗ୍ରହ, ମାଟିରେ ରଙ୍ଗୀନ ଗୁଲି ତିଆରି , ପୁରୁନା ପତ୍ର ପତ୍ରିକାରୁ ମହାପୁରୁଷମାନଙ୍କର ଚିତ୍ରକାଟି ସଂଗ୍ରହ କରିବା, ସାଧାରଣ ଜ୍ଞାନ ସମ୍ପର୍କରେ ନୁଆ ନୂଆ କଥା ସଂଗ୍ରହ କରିବା, ଡ଼ାକ ଟିକଟ ସଂଗ୍ରହ କରିବାରେ ସେ ଯେତିକି ଆଗ୍ରହୀ ପିଲାଙ୍କୁ ତା'ଠୁ ବେଶୀ ଆଗ୍ରହୀ କର ଗଢ଼ି ତୋଳନ୍ତି। ସବୁଠାରୁ ବେସି ଗୁରୁତ୍ବ ସେ ଦିଅନ୍ତି ପିଲାର ଶୈଷିକ, ମନସ୍ତାତ୍ତ୍ବିକ, ସାମାଜିକ, ପାରିବାରିକ, ଆର୍ଥିକ, ସଂସ୍କୃତିକ ଗୋଷ୍ଠୀ ଜୀବନ ସମ୍ପର୍କୀୟ ସମସ୍ଯାଗୁଡ଼ିକୁ ଆବିଷ୍କାର କରିତଦନୁଯାୟୀ ପଦକ୍ଷେପ ନେବାରେ । ଏଣୁ ଏଇ ଶିଶୁମାନଙ୍କ ଜରିଆରେ ସେ ସେମାନ ଙ୍କ ଅଭିଭାବକ ଓ ବାପାମାଆଙ୍କ ସ ହ ବ୍ଯକ୍ତିଗତ ସମ୍ପର୍କ ରକ୍ଷା କରନ୍ତି । ଫଳରେ ସେମାନଙ୍କର ଶ୍ରଦ୍ଧା ଓ ଭକ୍ତି ଭାବନା ହୁଅନ୍ତି ।ପରେ ପରେ କୋରାପୁଟ ଜିଲ୍ଲାର ବଡ଼ ସ ହର ଜୟପୁରର କେନ୍ଦ୍ର ଉ ପ୍ରା ସ୍କୁଲକୁ ତାଙ୍କର ବଦଳିହୁଏ । ବଦଳି ମୂଳରେ କର୍ତ୍ତୃପକ୍ଷଙ୍କର ଉଦ୍ଦେଶ୍ଯ ଥାଏ ଜୟପୁରରେ ଏକ ଆଦର୍ଶ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା । ପାଞ୍ଚଶହରୁ ଉର୍ଦ୍ଧୁ ଛାତ୍ର ଛାତ୍ରୀ ତ ଥା ୧୫/୧୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ବିସିଷ୍ଟ ସ୍କୁଲ ଥିବା ସେଇଟି । ଓଡ଼ିଆ, ତେଲୁଗୁ ଉଭୟ ଭାଷାରେ ସିକ୍ଷାଦାନର ବ୍ଯବସ୍ଥା ସେଠାରେ ଥାଏ । ସ୍ଥାନାଭାବରୁ ପାଳି ଅନୁଯାୟୀ ଓଡ଼ିଆ ଓ ତେଲଗୁ ଶ୍ରେଣୀ ଚାଲେ । ସ୍କୁଲରେ ଯୋଗ ଦେଇ ପ୍ରଥମେ ସେ ସ୍କୁଲକୁ ଆଦର୍ଶ କରି ତୋଳିବା ନିମନ୍ତେ ସ ହକାରୀ ମାନଙ୍କର ସ ହ ଯୋଗ ଲୋଡ଼ନ୍ତି । ପରେ ଶୃଖଳିତଭାବେ ସମୟ ନିର୍ଘଣ୍ଟ, ଶିକ୍ଷା ଦାନର ଦାୟିତ୍ବ ବଣ୍ଟନ ,କ୍ରିଡ଼ା, ମନୋରଞ୍ଜନ, ସଂଗ୍ରହାଳୟ, ନାଟକାଭିନୟ, ପାଠ୍ଯ ଓ ପାଠଟୀକାର ପ୍ରଚଳନରେ ନୀତି ନୀୟମ ଭରିଦିଅନ୍ତି । ଧନୀ, ସ୍ବଚ୍ଚଳ ଅବୁଇଭାବକଙ୍କଠାରୁ ମହାପୁରୁଷଙ୍କ ଚିତ୍ର, ନୀତିବାନ ଇତ୍ଯାଦି ଦେଖାଯାଏ । ପଢ଼ାରେ ବ୍ଯବ ହାର ପାଇଁ ମାନ ଚିତ୍ର ଓ ଉପକରଣ , କାହାଣୀ ପଟ୍ଟଚିତ୍ର ଇତ୍ଯାଦି ରଖାହୁଏ । ପ୍ରଧାନଶିକ୍ଷକଙ୍କର ଅଧ୍ଯବସାୟ, ଆଗ୍ରହ,ଅନ୍ତରିକତା ଲକ୍ଷ୍ଯକରି ଜଣେ ବ୍ଯବସାୟି ବିଜ୍ଞାନ ଶିକ୍ଷା ଉପ ଯୋଗୀ ଉପକରଣ କିଣିବା ପାଇଁ ଦୁଇ ହଜାର ଟଙ୍କା ଦାନ କଲେ ।