ପୃଷ୍ଠା:Bhasa o Jatiyata.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଯେଉଁମାନେ ଇଂରାଜୀ ଶିକ୍ଷାର ମିଥ୍ୟା ମାୟାରେ ଛନ୍ଦି ହୋଇଯାଉଛନ୍ତି ସେମାନେ ଭୁଲିଯାଇଛନ୍ତି ଯେ, ମାତୃଭାଷାରେ ଶିକ୍ଷାପ୍ରାପ୍ତି୍ୱାରା ପିଲାଟିର ବୌଦ୍ଧିକସ୍ତର ପୂର୍ଣ୍ଣ ବିକାଶଲାଭ କରିବ । ଏ ମାତୃଭାଷା କେବଳ ମା’ର ଭାଷା ନୁହେଁ, ବରଂ ପରିବେଶର ଭାଷା । ସେ ଯେଉଁ ପରିବେଶରେ ବଢ଼ୁଛି ସେଠି ସମସ୍ତେ ପାଣିରେ ପହଁରୁଥିବା ଜୀବକୁ ମାଛ, କୁମ୍ଭୀର କହନ୍ତି; କିନ୍ତୁ ତା’ର ବିଦ୍ୟାଳୟ ତାକୁ କହୁଛି ଏଇଟା ‘ଫିସ୍’, ‘କ୍ରୋକୋଡାଇଲ୍’ ଇତ୍ୟାଦି । ସାଙ୍ଗସାଥି, ବନ୍ଧୁବାନ୍ଧବ ଏପରିକି ବାପାମାଆ ଆକାଶରେ ଉଡ଼ୁଥିବା ଜୀବଟିକୁ ଦେଖି ଚଢ଼େଇ ବୋଲି କହୁଥିବାବେଳେ ତାକୁ କହିବାକୁ ବାଧ୍ୟ କରାଯାଉଛିଏଇଟା ‘ବାର୍ଡ’ । ଏହିଭଳି ବହୁଦ୍ୱନ୍ଦ୍ୱରେ ନିଜର ବାଲ୍ୟଶିକ୍ଷା ଅତିବାହିତ କରିବାପରେ ମୌଳିକଶିକ୍ଷାଠାରୁ ଦୂରେଇଗଲେ ମଧ୍ୟ ପିଲାଟି ଭଲ ଇଂରାଜୀ କହିବାଦ୍ୱାରା ସମସ୍ତଙ୍କର ପ୍ରଶଂସାର ପାତ୍ର ହେଉଛି, ମାତ୍ର ପ୍ରକୃତରେ ସେ କେତେ ଜ୍ଞାନୀ ତାହା ନିଜେ ହିଁ ଜାଣିଥାଏ ।

ଏଠାରେ ପ୍ରଶ୍ନ ଉଠେ, ପିଲାଟି ଦ୍ୱନ୍ଦ୍ୱମନରେ ଶିକ୍ଷାଲାଭ କରୁଥିବାବେଳେ ଭଲ ଇଂରାଜୀ କିପରି କହିପାରୁଛି? ଏହାର ଏକମାତ୍ର କାରଣ ହେଉଛି, ଇଂରାଜୀ ବିଦ୍ୟାଳୟରେ କେବଳ ଭାଷାଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଏ । ଅର୍ଥାତ୍, ଶୁଦ୍ଧ ଉଚ୍ଚାରଣ, ପ୍ରକାଶଭଙ୍ଗୀ, ଶବ୍ଦବୈଚିତ୍ର୍ୟ, ବ୍ୟାକରଣରେ ଶୁଦ୍ଧତା, ଶିଷ୍ଟତା, ପ୍ରଭାବଶାଳୀ ଭାଷା ପ୍ରୟୋଗ ଶିକ୍ଷା ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଥିବାରୁ ଖୁବ୍ କମ୍ ଦିନଭିତରେ ପିଲାଟି ଇଂରାଜୀରେ ଅନର୍ଗଳ କଥା କହିପାରୁଛି । ବଡ଼ହେବା ପରେ ବିଭିନ୍ନ ଇଂରାଜୀ ପୁସ୍ତକ ପଢ଼ି ନିଜ ଜ୍ଞାନର ପରିସୀମାକୁ ବୃଦ୍ଧି କରିଥାଏ ସତ, ମାତ୍ର ପିଲାବେଳର ସେହି ମାନସିକ ଦ୍ୱନ୍ଦ୍ୱଦ୍ୱାରା ସହଜରେ ଦୂରେଇ ଦେଇଥିବା ନିଜଭାଷା ଭଳି, ନିଜଜାତିଠାରୁ ବି ଧୀରେଧୀରେ ଦୂରେଇଯାଏ ।

୬. ଆମ ଇଂରାଜୀ ଶିକ୍ଷାାନ ପଦ୍ଧତି : ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରୁ ଦକ୍ଷ, ଜ୍ଞାନୀ, ଗୁଣି ଶିକ୍ଷକ ନିଯୁକ୍ତି ପାଇଥିଲେ ମଧ୍ୟ ବିଦ୍ୟାର୍ଥୀ ଭଲ ଇଂରାଜୀ କହିପାରି ନ ଥାଏ । ଏହାର କାରଣ ହେଲା ଏଠାରେ ଇଂରାଜୀ କହିଲେ ଭାଷା ନୁହେଁ କେବଳ ସାହିତ୍ୟ ପଢ଼ାଯାଏ । ଆମ୍ବବଉଳର ବାସ୍ନାରେ ଚହଟୁଥିବା ପିଲାଟିକୁ କୁହାଯାଏ ‘ଡାଫୋଡିଲ୍’ କବିତା ମୁଖସ୍ତ କରିବାକୁ । ଜୀବନରେ ଡାଫୋଡିଲ୍ କ’ଣ ଜାଣି ନ ଥିବା ପିଲାଟି ମାଷ୍ଟ୍ରେଙ୍କ ନହନହକା ବେତ ଦେଖି ମୁଖସ୍ତକରି ଭଲ ନମ୍ବର ରଖିବେ ସିନା, ଏହା ତା’ର ହୃୟକୁ ସ୍ପର୍ଶ କରିପାରିବନାହିଁ । ଏହି ଇଂରାଜୀ ସାହିତ୍ୟପଢ଼ା ପୁଣି ଧାରାବାହିକ ଭାବେ ୧୫ ବର୍ଷ ଧରି (ପ୍ରଥମରୁ +୩ ପର୍ଯ୍ୟନ୍ତ) ଶିକ୍ଷା କ୍ଷେତ୍ରରେ ପ୍ରଚଳିତ ହୋଇ ଆସୁଛି, ଅଥଚ ଫଳଘର ଶୂନ । କିନ୍ତୁ ସେହିପିଲା ମାତ୍ର ୪ ସପ୍ତାହ ସ୍ପୋକନ ଇଂଲିଶ କୋର୍ସ କରି ଇଂରାଜୀଭାଷା କହିବାରେ ଦକ୍ଷତା ହାସଲ କରିପାରୁଛି । ଏଥିରୁ ସ୍ପଷ୍ଟ ଜଣାପଡ଼େ, ଇଂରାଜୀ ହେଉ ବା ଓଡ଼ିଆ ହେଉ ଯେକୌଣସି ଭାଷାଶିକ୍ଷା କରିବା ସମୟସାପେକ୍ଷ ବା କଷ୍ଟକର ନୁହେଁ । ଯଦି ଓଡ଼ିଆ ମାଧ୍ୟମ ଛାତ୍ରକୁ କେବଳ ଉଚ୍ଚବିଦ୍ୟାଳୟ ଶିକ୍ଷାସ୍ତରରେ ଇଂରାଜୀଭାଷା ସଂପର୍କରେ ଗହନଶିକ୍ଷା ଦିଆଯାଏ, ତେବେ ମହାବିଦ୍ୟାଳୟ ସ୍ତରରେ ଆଉ ଇଂରାଜୀ ସାହିତ୍ୟ