ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଫୁଲ ପ୍ଯାଣ୍ଟ୍ ଭଳି ପିନ୍ଧନ୍ତି ଅଳ୍ପ ଲମ୍ବା ମୁହଁଟି ତାଙ୍କର ତୀକ୍ଷ୍ମ ନାସିକ ଯୋଗୁଁ ଦୃଷ୍ଟି ଆକର୍ଷଣ କରୁଥିଲା । ନାକତଲେ ଅଳ୍ପ ନିଶ ଓ ନାକ ଉପରେ ସଦା ଶୋଭିତ ରୋଲ୍ଡଗୋଲ୍ଡ ଫ୍ରେମର ଚଷମା ତାଙ୍କ ବ୍ଯକ୍ତିତ୍ବକୁ ସାମ୍ଭ୍ରାନ୍ତ୍ଯ ଯୋଗାଉଥିଲା ।ସେ ଗୁଣଗ୍ରାହୀ ଥିବାରୁ କୃତବିଦ୍ଯ ଶିକ୍ଷକମାନଙ୍କୁ ବିଦ୍ଯାଳୟର ହିତସାଧନରେ ନିୟୋଜିତ କରୁଥିଲା । ହାଇସ୍କ୍ୟଲର ବାର୍ଷିକ ଫଲାଫଳ ଉତ୍ସାହଜନକ ଥିଲା । ଅଧିକାଂଶ ବର୍ଷ ଏହି ସ୍କୁଲର ଛାତ ବୃତି ଲାଭ କରୁଥିଲେ ।

ବାଞ୍ଛାନିଧିଶତପଥୀଙ୍କ ସ୍ବାଧିନଚେତା ଥିବାରୁ ଅନେକ ମହଲରେ ଆଦୃତ ହେଉନଥିଲେ । ଏଥିପାଇଁ ତାଙ୍କର ସ୍ପଷ୍ଟବାଦିତା ଅନେକାଂଶରେ ଦାୟୀ । ସେ ତାଙ୍କ ସ୍କୁଲ୍ ସଂପର୍କରେ କୌଣସି ଅହେତୁକ ପ୍ରତିକୂଲ ମନ୍ତବ୍ଯ ବା ବିଚାରଧାରାକୁ ତାତ୍କାଳିକ ଲାଭ ଦୃଷ୍ଟିରୁ ସହ୍ଯ କରିନେବାକୁ ପ୍ରସ୍ତୁତ ନଥିଲେ । ପ୍ରତିବାଦ ତାଙ୍କର ଯେପରି ଥିଲା ଶାଣୀତ,ଆଭିମତ ଥିଲା ତତୋଧିକ ଦୃପ୍ତ ସେ ଶିକ୍ଷାଗତ ମୌଳିକ ନୀତି ସହ କିଛି ହେଲେ ଅପମିଶ୍ରଣକୁ ପ୍ରଶ୍ରୟ ଦେଉନଥିଲେ ।

ବ୍ଯକ୍ତିଗତ ସ୍ତରରେ ସେ ଥିଲେ ସମ୍ବେଦନଶୀଳ ।ଅନେକ ଦରିଦ୍ର ଅଥଚ ମେଧାବୀ ଛାତ୍ରଙ୍କୁ ସେ ନିଜ ପାଖରେ ରଖି ତାଙ୍କର ଗ୍ରସାଚ୍ଛାଦନର ଦାୟିତ୍ବ ମୁଣ୍ଡାଇ ସେମାନଙ୍କୁ ମଣିଷ କରିଥିଲେ । ସେମାନେ ଥିଲେ ତାଙ୍କର ପୁତ୍ରବତ୍ ଅନୁରକ୍ତ ବାଞ୍ଛାନିଧି ବାବୁଙ୍କର ସେମାନଙ୍କଠାରେ ଥିଲା ପ୍ରଗାଢ଼ ବିଶ୍ବାସ ବାଞ୍ଛାନିଧି ଶତପଥୀଙ୍କର ଶିକ୍ଷକ ଭାବରେ ମହତ୍ତ୍ବ ଜାଣିବାକୁ ହେଲେ ସ୍ବନାମଧନ୍ଯ ସାହିତ୍ଯିକ ଚିତ୍ତରଂଜନ ଦାସଙ୍କର ଆତ୍ମଜୀବନୀ 'ମିତ୍ରସ୍ଯ ଚକ୍ଷୁସା ' ପଠନୀୟ । ଛାତ୍ରୀମାନେହିଁ ଥିଲେ ତାଙ୍କର ସର୍ବସ୍ବ । ସେ ସେମାନଙ୍କର ଥିଲେ ବନ୍ଧୁ, ପିତା ଓ ଦିଗଦର୍ଶକ । ସେମାନଙ୍କ ମଧ୍ଯରୁ କେତେକ ତାଙ୍କ ସ୍କୁଲରେ ଥିବାରୁ ସେ ଅପେକ୍ଷାକୃତ ନିଶ୍ଚିନ୍ତ ରହୁଥିଲେ । ୧୯୬୧ ଅଗଷ୍ଟ ପହିଲାରୁ ୧୯୬୩ ଡିସେମ୍ବର ୨୧ ତାରିଖ ପର୍ଯ୍ଯନ୍ତ ମୁଁ ଥିଲି ତାଙ୍କର ସହକର୍ମୀ । ମୋ କାର୍ଯ୍ଯରେ ସେ ସନ୍ତୁଷ୍ଟ ଥିଲେ ଓ ମୋର ଭତରୋତ୍ତର ଉନ୍ନତି କାମନା କରୁଥିଲେ । ମୋ ଭଲି ଅନେକ ଶିକ୍ଷକ ତାଙ୍କରି ଅଧିନରେ କାର୍ଯ୍ଯ କରୁଥିଲା ବେଳେ ଘରୋଇ ଭାବେ ଏମ,ଏ, ପରୀକ୍ଷା ଦେଇ ସଫଲତା ଅର୍ଜନ କରିବା ସଙ୍ଗେ ସଙ୍ଗେ ଅଧ୍ଯାପନାଦି ଉଚ୍ଚତର ବୃତ୍ତି-କ୍ଷେତ୍ରରେ ପ୍ରବେଶ କରିଥିଲେ ଏଥିପାଇଁ ଆବଶ୍ଯକସ୍ଥଳେ ବ୍ଯକ୍ତିଗତ ସହାୟତା ଯୋଗାଇବା ରେ ସେ କୁଣ୍ଠା ପ୍ରକାଶ କରୁନଥିଲେ ।

୨୩୧