ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରନ୍ଧା ଘରେ ଝିଅ ମାନଙ୍କୁ ରନ୍ଧନଶିକ୍ଷା ଦିଆଗଲା। ପିଲାମାନେ ସ୍କୁଲକୁ ଆସିବା ପାଇଁ ୨୦/୨୫ ଜଣ ପିଲା ବସିପାରିବା ଭଳି ହାତଟଣା ଗାଡିର ବ୍ୟବସ୍ଥା ମଧ୍ୟ କରାଗଲା। ବର୍ଷରେ ଦୁଇଥର ପୁରସ୍କାର ବିତରଣ ସଭାର ସୁବନ୍ଦୋବସ୍ତ ହେଲା। ଥରେ ସହରର ଅନ୍ୟାନ୍ୟ ପ୍ରାଥମିକ ସ୍କୁଲମାନଙ୍କ ସହିତ ଯୋଗ୍ୟତାମୁଳକ ପୁରସ୍କାର ଓ କେବଳ ବାଳିକା ସ୍କୁଲ୍ ପାଇଁ ସ୍ପୋର୍ଟସ୍ ପ୍ରାଇଜର ବ୍ୟବସ୍ଥାର ହେଲା। ଏଥିରେ ଉଚ୍ଚାଙ୍ଗ ସଂଗୀତ ଓ ଅଭିନୟ ପ୍ରଦର୍ଶିତ ନିଯୁକ୍ତ ହେଲେ।

ଶ୍ରୀମତୀ ମାହାରାଣୀଙ୍କ ଜୀବନ ବୃତ୍ତାନ୍ତକୁ ବାଦ୍-ଦେଇ କେନ୍ଦୁଝରରେ ନାରୀଶିକ୍ଷାର କ୍ରମବିକାଶ ପ୍ରସଙ୍ଗକୁ ଆଲୋଚନା କଲେ ତାହା ଅସମ୍ପୂର୍ଣ୍ନ ହୋଇ ରହିବ। ଶ୍ରୀମତୀ ମାହାରାଣୀଙ୍କ ନିଃସ୍ବାର୍ଥ ସେବା, ଅସୀମ ଧୈର୍ଯ୍ୟ ଓ ଆଦର୍ଶ ଶିକ୍ଷୟିତ୍ରୀ ଜୀବନ ଓ କେନ୍ଦୁଝରରେ ନାରୀଶିକ୍ଷାର ସାହେବା ଶ୍ରୀମତୀ ମନୋଜ ମଞ୍ଜରୀ ଦେବୀଙ୍କର ଏଥିଲାଗି ପ୍ରୋସ୍ଥାହସନ ଓ ପୃଷ୍ଠପୋଷକତା ମଧ୍ୟ ଅଦ୍ୟାବଧି ଉଣା ସ୍ମରଣୀୟ ହୋଇନାହିଁ।

ଶ୍ରୀମତୀ ମାହାରାଣୀ ଗାର୍ଲସ ଗାଇଡ୍ ଓ ବ୍ଲୁ ବାର୍ଡ ଛାତ୍ରୀମାନଙ୍କୁ ସରକାରୀ ଖର୍ଚ୍ଚରେ ନେଇ କଲିକତା ରାଲିକୁ ଯାଇଥିଲେ। ତା'ଛଡା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନମାନଙ୍କୁ ଶିକ୍ଷାମୂଳକ ପର୍ଯଟନରେ ମଧ୍ୟ ଯାଉଅଥିଲେ। ସେ କେବଳ ଶିକ୍ଷାନୁଷ୍ଠାନରେ ତାଙ୍କର କାର୍ଯ୍ୟ ପରିସରକୁ ସୀମାବଦ୍ଧ ରଖିନଥିଲେ। ସେ ଜଣେ ଲେଖିକା 'ବନବୀଣା' , 'ଯୁଗଯାତ୍ରୀ' ଓ 'ମିଳନୀ' ରେ ତାଙ୍କର କେତେକ ଗଳ୍ପ ଓ କବିତା ସ୍ଥାନ ପାଇଛି। ତାଙ୍କର ସାର୍ଥକ ସୃଷ୍ଠିରୁ ଦୁଇପଦ ନିମ୍ନରେ ଉଲ୍ଲେଖ କରାଯାଉଛି।

ଅପେକ୍ଷା

ଆସ ଆସ ମମ ହୃଦୟ ଦେବତା ପଥ ଚାହିଁ ପଥେ ବସିଛି
ବ୍ୟଥା ଭରେ ଆଜି ନୟନ ରେ ନୀରେ ହୃଦୟ ମନ୍ଦିର ଭିଜୁଛି।
ତବ ରୁପରାଜି ନାଚୁଛି ନୟନେ ସପନେ କିଅବା ନିଶି ଜାଗରଣେ
ତବ ପ୍ରେମ ସୁଧା ତମ ସ୍ମୃତି ସଖା ଜପାମାଳି ଆଜି କରିଛି।
ଝାଡି ଦିଅ ନାଥ ତବ ପଦଧୂଳି ଗାରମା କଳଙ୍କ ଦିଅ ହୃଦେ ଦଳି,
ନାଶ ଗର୍ବ ଦମ୍ଭ ମାନ ଅଭିମାନ ଗୋପନେ ଯା' ଆଜି ଭରିଛି।
(ମିଳନୀ ବନବୀଣା 'କବିକଣ୍ଠେ ବଳଦେବ' ସଂଖ୍ୟା' ୧୯୮୩)
୨୦୦