ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କାର୍ଯ୍ଯଦକ୍ଷତାବଳରେ ପାଇଥିବା ରାଜ୍ଯପାଳ ପୁରସ୍କାରଲବ୍ଧ ଅର୍ଥକୁ ସେ ଛାତ୍ରଛାତ୍ରୀମାନଙ୍କର ପୁରସ୍କାର ପାଇଁ ବ୍ଯାଙ୍କରେ ରକଗିଦେଇଛନ୍ତି । ଏତଦବ୍ଯତୀତ ସେ ନାରାୟଣ ହାଇସ୍କୁଲ୍ ଶରଣକୁଳ, ଅନନ୍ତ ନାରାୟଣ ହାଇସ୍କୁଲ୍ ସରକାରୀ ବାଳିକା ଉଚ୍ଚବିଦ୍ଯାଳୟ ନରସିଂହପୁରରେ ଛାତ୍ରଛାତ୍ରୀମାନଙ୍କର ଉନ୍ନତି କଳ୍ପେ ପୁରସ୍କାର ପାଇଁ ବ୍ଯାଙ୍କରେ ସ୍ଥାୟୀ ଜମା ସ୍ଥାପନ କରିଛନ୍ତି ।

ରଘୁନାଥ ଯେ କେବଳ ଜଣେ ଶିକ୍ଷକ ଥିଲା ତାହା ନୁହେଁ , ଲେଖକ ଭାବରେ ମଧ୍ଯ ସେ ସାରା ଓଡ଼ିଶାରେ ଥିଲେ ପରିଚିତ ।୧୯୬୦ ରୁ ୧୯୭୨ ପର୍ଯ୍ଯନ୍ତ ଷଷ୍ଠରୁ ଏକାଦଶ ଶ୍ରେଣୀ ମାନଙ୍କରେ ଚଲୁଥିବା ଯେଉଁ ସାମାଜିକ ପାଠ ବହି ସେ ଲେଖିଥିଲେ ତାହା ନିର୍ଦ୍ଦଶକଙ୍କ ମଂଜୁରୀ ଲାଭ କରିଥିଲା । ଏତଦବ୍ଯତିତ ସେ ନବମ ଓ ଦଶମ ଶ୍ରେଣୀର ଇତିହାସ, ଭୂଗୋଳ ଓ ନଗର ବିଜ୍ଞାନ ବହି ଲେଖିଥିଲେ । ତାହା ଛାତ୍ର ଓ ଶିକ୍ଷକ ମାନଙ୍କ ଦ୍ବାରା ଆଦୃତ ହୋଇଥିଲା ।

ଆବସର ଗ୍ରହଣ ପରେ ବୟାଅଶୀ ବୟଃକ୍ରମରେ ସେ ଏବେ ମଦଗ୍ଯ ସାରସ୍ବତ  ସାଧନାରେ ବ୍ରତି ଅଛନ୍ତି । ସେ ଛାଟି ବିଶିଷ୍ଟ ବିଶ୍ବ ସାହିତ୍ଯର ଅନୁବାଦ କରିଛନ୍ତି । ସେଗୁଡ଼ିକ ହେଉଛି 'ତିନିଜନ ' । 'ଜେନ ଆୟର ' , ଶାସ୍ତି ' , 'ଜୀବଜନ୍ତୁ ଫାର୍ମ ' , ଭୂଗର୍ଭ ଅଭିଜାନ ' , ଓ ୧୯୮୪ । ଏତଦବ୍ଯତିତ  ତାଙ୍କର ଦୁଇଟି   ମୌଳିକ ରଚନା ପରିପ୍ରକାଶ  ଅପେକ୍ଷାରେ ଅଛି ।ସେ ଦୁଇଟି ହେଉଛି  ଶ୍ରାବଣର ଖରା  ( କ୍ଷୁଦ୍ରଗଳ୍ପ ସମାରୋହ ) ଓ ଜୀବନ  ଦର୍ଶନ  ( ଉପଦେଶାତ୍ମକ ସନ୍ଦର୍ଭ ) । 

ଶିକ୍ଷା କ୍ଷେତ୍ରରେ ଦକ୍ଷତା , କର୍ତ୍ତବ୍ଯନିଷ୍ଠା ତ୍ଥା ସ୍ବତନ୍ତ୍ର ଅବଦାନ ପାଇଁ ୧୯୭୦ ମସିହାରେ ସେ ରାଜ୍ଯପାଳପୁରସ୍କାର ଲାଭ କରିଥିଲେ ।

ଆଉ ଏକ ସ୍ମରଣୀୟ ଘଟଣା ଘଟିଥିଲା ୧୯୯୬ ମସିହା ଜୁନ୍  ମାସରେ ଶରଣକୁଳ  ହାଇସ୍କୁଲର  ସୁବର୍ଣ୍ଣ ଜୟନ୍ତୀ ଅବସରରେ । ଅଗଣିତ ଗୁଣମୁଗ୍ଧ ଛାତ୍ର ରଘୁନାଥଙ୍କୁ ତାଙ୍କ ଗହଣରେ  ପାଇ କୁଣ୍ଡାଇ  ପକାଇଥିଲେ  ଓ ଆନନ୍ଦାଶ୍ରୁରେ ତାଙ୍କ ଚରଣ ଧୌତ କରିଥିଲେ ।  ଏହି ଅବସରରେ ତାଙ୍କୁ ଏକ  ଉପାୟନ ଓ ମାନପତ୍ର ପ୍ରଦାନ କରାଯାଇଥିଲା