ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନିୟମିତ ବ୍ୟବଧାନରେ କରାଯାଉଥିଲା ତାଙ୍କ ଉଦ୍ୟମରେ ବିଦ୍ୟାଳୟର ଆଠଜଣ ଛାତ୍ର ବିଭିନ୍ନ ବର୍ଷରେ ବୃତ୍ତି ପାଇଥିଲେ ।

ପଣ୍ତା ମହାଶୟଙ୍କର କାର୍ଯ୍ୟଦକ୍ଷତା ସଂମ୍ପର୍କରେ କ୍ରମଶଃ ଅଞ୍ଚଳର ଜନସାଧାରନ ପରିଚିତ ହେଲେ । ସିଆଲ ଖଣ୍ତହଥା ଗ୍ରାମର ଗ୍ରାମ୍ବାସୀମାନେ ସେଠାରେ ନୂତନଭାବେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠାକଲେ । ସେମାନଙ୍କ ନିମନ୍ତ୍ରଣ କ୍ରମେ ସେ ଉକ୍ତ ବିଦ୍ୟାଳୟରେ ୧୯୪୮ ମସିହା ଜାନୁଆରୀ ମାସରେ ପ୍ରଧାନଶିକ୍ଷକ ରୂପେ ଦୟିତ୍ୱ ଗ୍ରହ୍ନ କଲେ। ମଧ୍ୟ ଇଂରାଜୀ ବିଦ୍ୟାଳୟର ପରିସର ମଧ୍ୟରେ ପଣ୍ତା ମହାଶୟଙ୍କର କାର୍ଯ୍ୟକଳାପ ସୀମାବଦ୍ଧ ରହିଲା ନାହିଁ। ସେ ଲକ୍ଷ୍ୟକଲେ, ମଧ୍ୟ ଇଂରାଜୀ ଶିକ୍ଷାଦାନ ସାରୁଥିବା ବହୁପିଲା ନିକଟରେ ହାଇସ୍କୁଲ ନ ଥିବାରୁ ପାଠ ପଢ଼ା ଛାଡ଼ୁଛନ୍ତି । ତେଣୁ ସେ ଏକ ହାଇସ୍କୁଲ ପ୍ରତିଷ୍ଠ ପାଇଁ ଲାଗିପଡ଼ିଲେ । ପନ୍ତାଙ୍କ ନେତୃତ୍ୱ ରେ ୧୯୫୦ ମସିହାରେ ସେ ବି·ଏ· ପରୀକ୍ଷା ଦେବାକୁ ପଣ୍ତା ମହାଶୟଙ୍କୁ ଉତ୍ସାହିତ କଲେ । ୧୯୫୧ ମସିହାରେ ସେ ବି·ଏ· ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଓ ୧୯୫୨ ମସିହାରେ ୪୧ ବର୍ଷ ବୟସରେ ପଣ୍ତା ମହାସୟ କଟକ ଟ୍ରେନିଙ୍ଗ୍ କଲେଜରେ ଯୋଗଦେଇ ବି·ଇଡ଼ି· ଡ଼ିଗ୍ରୀ ହାସଲ କଲେ ।

ଶିକ୍ଷା- ପ୍ରଶିକ୍ଷଣ ପଣ୍ତାଙ୍କ ଶିକ୍ଷାଦାନ ପ୍ରଣାଳୀକୁ ଆହୁରି ଅଧିକ ଫଳପ୍ରଦ ଓ ରୁଦ୍ଧୁମନ୍ତ କଲା । ସାନ ସାନ ପିଲାମାନଙ୍କୁ ହସ ଖେଳ ମାଧ୍ୟମରେ ପଢ଼ାଇ ସେ ବିଶେଷ ଆନନସ ଲାଭ କଲେ । ଉପର ଶ୍ରେଣୀର ପିଲାମାନଙ୍କ ସହିତ ପ୍ରଶ୍ନ ଓ ଆଲୋଚନା ମାଧ୍ୟମରେ ବିଭିନ୍ନ ଜଟିଳ ତତ୍ତ୍ୱ ଉତ୍-ଥାପନ କଲେ। ଯାହା ଫଳରେ ପିଲମାନଙ୍କର ଅନ୍ତର୍ଦୃଷ୍ଟ ବଢ଼ିଲା। ପରୀକ୍ଷାର ଫଳ ମଧ୍ୟ ସନ୍ତୋଷ ଜଙ୍କ ହେଲା। କୌଣସି ବର୍ଷ ମ୍ୟାଟ୍ରିକ ପରୀକ୍ଷାର ଫଳାଫଳ ଶତକଡ଼ା ପଞ୍ଚସ୍ତରୀ ଭାଗରୁ କମ୍ ହେଲା ନାହିଁ ।

ସିଆଲଖଣ୍ତହଥା ଉଚ୍ଚ ବିଦ୍ୟାଳୟର ଆୟତନ ୨୦ବର୍ଗ ଏକର ଓ ସେଥିମଧ୍ୟରେ ଦୁଇଟି ଜୂଅ ଓ ଗୋଟିଏ ପୋଖୋରୀ ଥିଲା। ସବୁ ଋତୁରେ ସ୍କୁଲ ଉଦ୍ୟାନ ଫୁଲଫଳରେ ଭରପୁର ଥିଲା। ବେଳେବେଳେ ବିଦ୍ୟାଳୟର ପ୍ରାକୃତି ପରିବେଶ ମଧ୍ୟରେ ପଣ୍ତ ମହାଶୟ ପିଲାମାନଙ୍କୁ ଶିକ୍ଷାଦାନ ଦେଉଥିଲେ।

ଜୀବନ କେବଳ ବିଦ୍ୟାଳୟ ଚାରିକାନ୍ଥ ମଧ୍ୟରେ ସୀମାବଦ୍ଧ ହେବା ଉଚିତ ନୁହେଁ ବୋଲି ବହୁ ଶିକ୍ଷାଦାର୍ଶନିକ ବିଭିନ୍ନ ସମୟରେ ମତ ପୋଷଣ କରିଛନ୍ତି। ପ୍ରକୃତ ଶିକ୍ଷକ