ପୃଷ୍ଠା:Netrutya O Netrutwa.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪
ନେତୃତ୍ୱ ଓ ନେତୃତ୍ୱ

ଣତା ହୁଏ ତ ଗ୍ରାସ କରି ପାରିଥାଏ । କାରଣ, ବର୍ତ୍ତମାକୁ ଏକାବେଳେ ଅଗ୍ରାହ୍ୟ କରି ଇଭ୍ ଏବଂ ଆଡ଼ାମଙ୍କର ଆଦିମ ଯୁଗକୁ ଏମାନେ ଫେରିଯିବାକୁ ଚାହାନ୍ତି । କିନ୍ତୁ ସମସ୍ତ ଦେହକୁ ଲୁଚାଇ ରଖିବା କିମ୍ବା ପୂରାପୂରି ଖୋଲି ଦେଖାଇବା-ଏହି ଦୁଇଟା ଚରମ ସୀମା ଭିତରୁ ଗୋଟାଏ ଗ୍ରାହ୍ୟ କିମ୍ବା ଆଉ ଗୋଟାଏ ମଝିଆ ପନ୍ଥା ଧରିବାକୁ ହେବ,ସେଥିପାଇଁ ଅନେକ ଆଖପାଖର ଅବସ୍ଥା ବିଚାର କରିବା ଦରକାର ।

ଏହି ବିଚାର କରିବାକୁ ଗଲାବେଳେ ସବୁଠାରୁ ଆଗ ହୋଇ ମନେପଡ଼େ ସ୍ୱାସ୍ଥ୍ୟ । ଉଭୟ ନାରୀ ପୁରୁଷର ସ୍ୱାସ୍ଥ୍ୟ ଉପରେ ହିଁ ସମାଜ ଓ ରାଷ୍ଟ୍ରର ସ୍ୱାସ୍ଥ୍ୟ ନିର୍ଭର କରେ । ଅତଏବ ଏହି ସ୍ୱାସ୍ଥ୍ୟ ପାଇବା ପାଇଁ କେତେଟା କାଳ୍ପନିକ ପ୍ରଥା ଓ ପ୍ରବାଦକୁ ଯଦି ଅଗ୍ରାହ୍ୟ କରିବାକୁ ହୁଏ, ସମୂହର ଉନ୍ନତିଲାଗି ବ୍ୟକ୍ତି ସମାଜ କିମ୍ବା ଧର୍ମ ବିଶେଷର ମତାମତକୁ ଉପେକ୍ଷା କରା ହୁଏ,ସେଥିରେ ଲୋକାପବାଦର ଭୟ ଥିଲେହେଁ, ଲୋକ ସମାଜର ମଙ୍ଗଳ ବାଞ୍ଛାରେ ପରିତୃପ୍ତି ଅଛି । ଦେହ ଏବଂ ମନରେ ନାରୀ ପୁରୁଷ ଦୁହେଁ କିପରି ସୁସ୍ଥ ଓ ସବଳ ହେବେ,ପୁଣି କିପରି ଭବିଷ୍ୟତ ବଂଶଧରମାନଙ୍କର ଜୀବନ ସୁଖମ‌ୟ ହେବ,ଏଥିପାଇଁ ବ୍ୟବସ୍ଥା ଦେବାକୁ ଅପୁତ୍ରିକ ଶଙ୍କରାଚାର୍ଯ୍ୟ କିମ୍ବା ସଂସାରତ୍ୟାଗୀ ବୁଦ୍ଧଦେବଙ୍କ ପକ୍ଷରେ ସମ୍ଭବ ନୁହେ । ଯେଉଁମାନେ ପାରିବାରିକ ଓ ସାମାଜିକ ଜୀବନରୁ ବଞ୍ଚିତ, ତାହାର ଦୁଃଖ ଅଭାବ ସ‌ହିତ ଜଡ଼ିତ ନୁହ‌ନ୍ତି, ଆତ୍ମୋନ୍ନତି ପାଇଁ ସେମାନେ ଯେଉଁସବୁ ଚିନ୍ତା କରି ଯାଇଅଛନ୍ତି, ତାହା ପ୍ରତି ଯଥାଯୋଗ୍ୟ


ମିଳିତ ହୁଅନ୍ତି । ସ୍ଥାନେ ସ୍ଥାନେ ନ୍ୟୁଡ଼ିଷ୍ଟ କ୍ଳବ୍ ଓ ନ୍ୟୁଡ଼ିଷ୍ଟ କଲୋନି ପ୍ରଭୃତି କୃତ୍ରିମତାର ଚରମ ପ୍ରତିବାଦ ରୂପେ ତିଆରି ହୋଇଛି ।