ପୃଷ୍ଠା:Netrutya O Netrutwa.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୫
ଗୋପବନ୍ଧୁ ସ୍ମୃତି


ହେଲେଣି; ଆହୁରି କେତେ ସରକାରଙ୍କଦ୍ୱାରା ଜେଲଖାନାମାଙ୍କରେ ଭର୍ତ୍ତି ହୋଇ ସେଠୁଁ ବାହାରି ସରକାର ହେବାକୁ ବସିଲେଣି । କେତେ ପୁଣି ଗୋପବନ୍ଧୁଙ୍କ ବଞ୍ଚିବା ସମୟରୁ ଆଜିଯାକେ ଭାରତବର୍ଷର ଗାରଦରେ ପଡ଼ି ସଢ଼ୁଛନ୍ତି !

ଜେଲ ଭିତରେ ପଶିବାକୁ ଗୋପବନ୍ଧୁ ନିଜେ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ । କିନ୍ତୁ ସେଠାରୁ ଫେରି ସରକାର ଆସନରେ ବସିବାର ଯୋଗ୍ୟତା ତାଙ୍କଠାରେ ଦେଖା ଯାଇନାହିଁ । ସେଥିଲାଗି ଆଧୁନିକ ନେତୃତ୍ୱର କେତେଗୁଡ଼ିଏ ଲକ୍ଷଣ ତଙ୍କଠାରେ ଅଭାବ ଥିଲା ପରି ମନେହୁଏ । ତେଣୁ ସରକାରୀ ଜେଲ ସଙ୍ଗେ ତାଙ୍କ ସ‌ହଯୋଗ ଯେମିତି ଘନିଷ୍ଠ ଥିଲା,ସରକାରୀ ସିରସ୍ତା ସଙ୍ଗେ ସେମିତି ହୋଇ ପାରି ନ ଥିଲା ।

ହୁଏ ତ ସେତେବେଳେର ସରକାରୀ ଜେଲ ଓ ସରକାରୀ ଅଫିସ ଭିତରେ ଯେଉଁ ଫରକ ଥିଲା, ଏତେବେଳେର ଜେଲ ଓ ଅଫିସ ଭିତରେ ସେ ଫରକ କମି ଆସିଛି । ଏତେବେଳେ ହୁଏ ତ ସରକାରୀ ଜେଲକୁ ଯିବା ଅର୍ଥ ପରେ ପୁଣି ସରକାରୀ ଅଫିସକୁ ଯିବା ବୁଝାଇଥାଏ । ସେଥିପାଇଁ ଭାରତର କେତେ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଜେଲକୁ ପଠାଇଥିବାର ପୁରସ୍କାର ରୂପେ ସରକାରୀ ଲୋକଙ୍କ ଲାଗି ସେମାନେ ଜେଲଖାନାରୁ ବାହାରି ଉତ୍ତମ ଖାନା ବ୍ୟବସ୍ଥା କରିବାର କିମ୍ବା ସରକାରଙ୍କ ଖାନାରେ ବସିବାକୁ ସୁଖ ମଣିବାର ଦେଖାଯାଏ । ପୁଣି ସେତେବେଳେ ସରକାରୀ ଲୋକେ ଯେମିତି ଜେଲ କେଦୀଙ୍କୁ ଦେଖୁଥିଲେ, ଏହା ଭିତରେ ଥରେ ଅଧେ ସେହି କଏଦୀମାନେ ସରକାରୀ ଆସନ ମାଡ଼ି ବସୁଥିବାରୁ ସେମିତି ହୁଏତ ସେମାନଙ୍କୁ ଦେଖୁ ନାହାନ୍ତି ।

ସରକାର ବିପକ୍ଷରେ ରହି ଥରକୁ ଥର ଜେଲ ଯା ଆସ କରିବାରେ ଓ ସରକାରୀ ସିରସ୍ତାକୁ ହାତକୁ ନେବାରେ କେତେ