ପୃଷ୍ଠା:Netrutya O Netrutwa.pdf/୧୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୧୩

ଦୁଃଖ କ‌ହିବି କି ସୁଖ କ‌ହିବି

ବର୍ଷ ଆଗେ "ସାମ୍ୟ ମୈତ୍ରୀ ଓ ସ୍ୱାତନ୍ତ୍ର୍ୟ" (Liberty, Equality and Fraternity) "ସର୍ବ ଗରିଷ୍ଠ ଲୋକ ସଂଖ୍ୟାର ସର୍ବ ଗରିଷ୍ଠ କଲ୍ୟାଣ" Greatest good of the greatest number ପ୍ରଭୃତି ଯେଉଁ ସବୁ ସ୍ଳୋଗାନ୍ ସେ ଦେଶର ରାଜନୈତିକ ଆକାଶକୁ ପ୍ରତିଧ୍ୱନିତ କରିଥିଲା, ଆଜି ମଧ୍ୟ ତାହା ପୃଥିବୀରେ ପୁରୁଣା ହୋଇ ନାହିଁ । ଖାଲି ଯେ ଚିରାଚରିତ ରାଜତନ୍ତ୍ର ଶାସନ ବଦଳରେ ସାଧାରଣତନ୍ତ୍ରର ପ୍ରତିଷ୍ଠା କରି ପୃଥିବୀର ଶାସନ ପଦ୍ଧତିରେ ଫ୍ରାଁସ୍ ନୂଆ ବାଟ ଦେଖାଥିଲା, ସେତିକି ନୁହେ, ସାହିତ୍ୟରେ, ସଭ୍ୟତାରେ, ଚିନ୍ତାରେ, କର୍ମରେ, ତାହା ସମଗ୍ର ଇଉରୋପ ଖଣ୍ତର ମଧ୍ୟ ଆଦର୍ଶସ୍ଥାନୀୟ ହୋଇ ଉଠିଥିଲା । ଏବେ ସୁଦ୍ଧା ଇଉରୋପର ପ୍ରତି ଦେଶରେ ବ୍ୟବସାୟ କ୍ଷେତ୍ରରେ ଫରାସୀ ଭାଷାର ଯେମିତି ଚାଲୁ ଅଛି, ସମ୍ଭାନ୍ତ ଲୋକେ ମଧ୍ୟ ସସମ୍ମାନରେ ସେ ଭାଷାରୁ ପଦେ ଅଧେ ବ୍ୟବ‌ହାର କରିଥାନ୍ତି । ଏବେ ସୁଦ୍ଧା ଫରାସୀ ଚାଲିଚଳନ, ଆଚାର ବ୍ୟବ‌ହାର, କଥା ବାର୍ତ୍ତା ପୋଷାକ ପରିଚ୍ଛଦର କୌଳୀନ୍ୟ ଲୋପ ପାଇ ନାହିଁ । ଏବେ ସୁଦ୍ଧା ଫ୍ରାନସର ଇଞ୍ଜିନିୟରୀ କୌଶଳର ବିଶାଳତର ପ୍ରତୀକରୂପେ ସୁଏଜ ପ୍ରଣାଳୀ ବିଦ୍ୟମାନ ।

ଏ କ୍ଷଣି କିନ୍ତୁ ମାନିବାକୁ ହେବ ଯେ, ପୃଥିବୀର ସାତୁଟା ପ‌ହିଲା ନମ୍ବର ଶକ୍ତି ଭିତରେ ଫରାସୀ ସରକାର ପରି ଦୁର୍ବଳ ସରକାର ଦ୍ୱିତୀୟ ନାହିଁ । ୧୯୧୮ ମସିହାରୁ ଅର୍ଥାତ୍ ମହାଯୁଦ୍ଧର ଅବାସାନ ପରେ ଗ୍ରେଟ୍‌ବ୍ରିଟେନ୍‌ରେ ଯେତୋଟି ସରକାରର ପରିବର୍ତ୍ତନ ଘଟିଛି, ସେଗୁଡ଼ିକର ସଂଖ୍ୟା ସାତ; ଜର୍ମାନୀରେ ହିଟଲର ଏକଛତ୍ର ଚାନ୍‌ସେଲର ହେବା ପର୍ଯ୍ୟନ୍ତ ସୁମାରି କଲେ ପନ୍ଦରଟି ସରକାର ଶାସନ ଚଳାଇ ଗଲେଣି; ଅଥଚ ଫ୍ରାନସରେ ଡ଼ାଲେଡ଼ିୟରଙ୍କ