ପୃଷ୍ଠା:Netrutya O Netrutwa.pdf/୧୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୧୪

ନେତୃତ୍ୱ ଓ ନେତୃତ୍ୱ

ମୌଳିକବାଦୀ ମନ୍ତ୍ରୀତ୍ୱ (Radical Ministry)କୁ ମିଶାଇ ହୁଅନ୍ତା, କମ୍ ସେ କମ୍ ତେଇଶଟି ସରକାର - ସମସ୍ତେ ମାତ୍ର ପନ୍ଦରଟି ବର୍ଷ ଭିତରେ । ପୁଣି ତାହା ମଧ୍ୟରୁ ଅନେକ ସଂଖ୍ୟକ ସରକାରର ପରମାୟୂ ଅଳ୍ପ କେତୋଟି ଦିନରେ ସରିଯାଇଅଛି । ଗୋଟିଏ ହେଲେ ସରକାର ଇଂଲଣ୍ତରେ ୧୯୨୪ ମସିହାରେ ସାଧାରଣ ନିର୍ବାଚନ ପରେ ବଲ୍‌ଡ଼ୁଉଇନ୍‌ଙ୍କ ମନ୍ତ୍ରୀତ୍ୱ କାଳର ସମାନ ପରମାୟୁ ପାଇ ପାରି ନାହିଁ । କ୍ରିମେଁଶୁ, ପଏଁକର ବା ବ୍ରିଏଣ୍ତଙ୍କ ମନ୍ତ୍ରୀତ୍ୱକାଳ ତାହା ଭିତରେ ସବୁଠୁଁ ବେଶି ବୋଲି ଧରିବାକୁ ହେବ; ଅଥଚ ତାହା ଦୁଇ ତିନି ବର୍ଷରୁ ବେଶି ନୁହେ ।

କିନ୍ତୁ ସରକାର ଦୁର୍ବଳ ବୋଲି ଫରାସୀ ଜାତି ଯେ ବଳହୀନ ହୋଇ ପଡ଼ିଚି, ତାହା ନୁହେ । ପୃଥିବୀ ଭିତରେ ଆଧୁନିକ ସମରର ଶ୍ରେଷ୍ଠ ସରଞ୍ଜାମ ଯୁଦ୍ଧ ଏତୋପ୍ଳେନ୍‌ର ସଂଖ୍ୟା ଆଉ କେଉଁ ଜାତିର ଅଧିକ ? କେଉଁ ଦେଶର ସୈନ୍ୟ ବାହିନୀ ଅଧିକ ବିଚକ୍ଷଣତା ଓ ରଣ-କୌଶଳ ଦାବୀ କରି ପାରେ ? ତ‌ଥାପି ସେ ଦେଶର ସରକାର ଅନ୍ୟ ଦେଶ ତୁଳନାରେ ଦୁର୍ବଳ ବା ଅଳ୍ପାୟୁଷ ହେବାର ପ୍ରମାଣ ସ୍ୱରୁପ ଫରାସୀ ଜନସାଧାରଣର ରାଜନୈତିକ ଚେତନା ବୋଲି କେହି କେହି ଅର୍ଥ କରନ୍ତି । ଫରାସୀ ଲୋକେ କୌଣସି ନୂଆ ଶାସନ-ନୀତିର ବର୍ତ୍ତମାନ ପକ୍ଷ‌ପାତୀ ନ ଥିବାରୁ ଗୋଟିଏ ସରକାରକୁ ବେଶିଦିନ ତିଷ୍ଠିବା ପାଇଁ ଦେବାକୁ ନାରାଜ । ପୁଣି, ନୂଆ ରକମ ସରକାରର ଅର୍ଥ ଅନେକ କ୍ଷେତ୍ରରେ ନୂଆ ରକମ୍ ଟାକ୍‌ସ ହୋଇ ପଡ଼ୁଥିବାରୁ କୌଣସି ସରକାରକୁ ସେ ଉପାୟ ଉଦ୍ଭାବନ କରିବା ପାଇଁ ସମୟ ନ ଦେବାକୁ ସେମାନେ ତ‌ତ୍ପର । ଆଉରି ମଧ୍ୟ ରାଜନୈତିକ ଚେତନାରେ ସମ୍ୟକ୍ ଉଦ୍‌ବୁଦ୍ଧ ହେଲେ ଲୋକେ ଯେ