ପୃଷ୍ଠା:Netrutya O Netrutwa.pdf/୧୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୧୫

ନେତୃତ୍ୱ ଓ ନେତୃତ୍ୱ

କୌଣସି ରକମ ସରକାର ପ୍ରତି ଯେ ସନ୍ତୁଷ୍ଟ ହେବେ ନାହିଁ ଏବଂ ସବୁବେଳେ ପରିବର୍ତ୍ତନ ଓ ନୂତନର ପକ୍ଷ‌ପାତୀ ହେବେ, ଉକ୍ତ ପ୍ରମାଣ ମଧ୍ୟ ସେଠାରୁ ମିଳିଥାଏ । କିନ୍ତୁ ସରକାରର ଘନ ଘନ ପରିବର୍ତ୍ତନ ଦ୍ୱାରା ଫ୍ରାନ୍‌ସର କୌଣସି ମୌଳିକ କ୍ଷତି ଘଟି ନାହିଁ । କାରଣ ସେଠାରେ ଅମଲା ତନ୍ତ୍ର ଏ ରୂପ ଦୃଢ଼ ଭାବରେ ପ୍ରତିଷ୍ଠିତ ଯେ ମନ୍ତ୍ରୀଙ୍କ ବଦଳିରେ ତାହାର ଭିତରଟା ଆଲୋଡ଼ିତ ହେବାର ଆଶଙ୍କା ନାହିଁ । ତେଣୁ ସରକାର ଦୁର୍ବଳ ହେବା ସଙ୍ଗେ ସଭ୍ୟତା ଓ କୃଷ୍ଟିର ଦୃଢ଼ ପ୍ରତିଷ୍ଠା ହେବାର କିଛି ସମ୍ପର୍କ ଅଛି କି ନାହିଁ ଏବଂ ବାଇଜାନ୍ତିନ,ବେବିଲୋନୀୟ, ରୋମକ, ଚୈନ ବା ଭାରତୀୟ ପ୍ରାଚୀନ ସଭ୍ୟତାଗୁଡ଼ିକର ପ୍ରତିଷ୍ଠା ସଙ୍ଗେ ସେ ଦେଶମାନଙ୍କର ସରକାରଗୁଡ଼ି ଦୁର୍ବଳ ଓ ଲୋପ ହେବାରେ କିଛି ଐତିହାସିକ ତ‌ଥ୍ୟ ଅଛି କି ନା, ତାହା ପ୍ରମାଣ କରିବା ପାଇଁ ଫ୍ରାନ୍‌ସ୍ ଦେଶକୁ ଏ କ୍ଷଣି ଉଦାହରଣ ରୂପେ ଧରାଯାଇ ନ ପାରେ ।

ମହାଯୁଦ୍ଧ ପରେ -

ମହାଯୁଦ୍ଧ ପରେ ଫରାସୀ ସରକାର ଯେପରି ଚଳଚିତ୍ର ପରିବର୍ତ୍ତନ ଘଟିଲା, ଆଉ କେତେ ଦେଶର ସରକାରରେ ମଧ୍ୟ ତାହାଠାରୁ ବେଶି ଚକମ‌ପ୍ରଦ ପରିବର୍ତ୍ତନ ଘଟି ଯାଇଅଛି । ଯୁଦ୍ଧ ସମୟରେ ପ୍ରତି ଦେଶର ନ‌ଜର ଅନ୍ୟ ଦେଶ ଉପରେ ପଡ଼ିଥିଲା, କିନ୍ତୁ ସନ୍ଧି ପରେ ଫେରି ଆସି ନିଜ ଉପରେ ପଡ଼ିଲା । ଜେକୋସ୍ଲୋଭାକିଆ ପ୍ରଭୃତି ଛୋଟ ଛୋଟ ଦେଶର ନ‌ଜର କାହାରି ଉପରେ ନ ପଡ଼ି ମଧ୍ୟ କାକତାଳୀୟ ନ୍ୟାୟରେ ସେଗୁଡିକୁ ସ୍ୱାଧୀନତା ମିଳିଗଲା । ଇଟାଲି, ଜର୍ମାନୀ ଓ ରୁଷିଆ - ତିନିଟା ଏକ ନମ୍ବର ଶକ୍ତିର ରାଜତନ୍ତ୍ର ଶାସନ ମଉଳି ପଡ଼ିଲା, ଏବଂ ତାହା ଥାନରେ ଉଇଁଉଠିଲା,