ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶିକ୍ଷକ କୁଞ୍ଜବିହାରୀ ମୁଖାର୍ଜୀ ଆଗରୁ ପୁରୀ ଜିଲ୍ଲା ସ୍କୁଲରେ ଥିବା ବେଳେ ରାଧାନାଥଙ୍କ ସଂସ୍ପର୍ଶରେ ଆସି ତାଙ୍କ ଗୁଣ ଗାରିମାର ପରିଚ୍ଚୟ ପାଇଥିଲେ । ତେଣୁ ସେ ରାଧାନାଥଙ୍କର ପାଣ୍ଡିତ୍ୟ ଓ ମହାନୁଭବତାର ପରିଚୟ ଦେବପରେ ଛାତ୍ରମନଙ୍କର ବିଡ୍ୱେଷଭାବ କିଛିମାତ୍ରାରେ ପ୍ରଶମିତ ହୋଇଥିଲା ।