ଜାତିର ଟେକ ରଖିବେ । ଯେଉଁ ସରକାର ଏହା କରିପାରିବେ, ମିଲମାଲିକମାନେ ତାଙ୍କର ପ୍ରିୟ ହେବା ସଙ୍ଗେ ସଙ୍ଗେ କଲିକତା ରେଙ୍ଗୁନକୁ ଯେଉଁ ଲକ୍ଷ ଲକ୍ଷ ଓଡ଼ିଆ କୁଲି ମଜୁରିଆ ଚାଲାଣ ହେଉଛନ୍ତି, ତାହା ବନ୍ଦ କରି ସେମାନଙ୍କର ମଧ୍ୟ ପ୍ରିୟ ହେବାର କାରଣ ରହିବ । ପୁଣି ଖଜଣା ବୃଦ୍ଧି ନ ହେଲେ ଏ ପ୍ରଦେଶରେ ଯେ ଶିକ୍ଷାବୃଦ୍ଧି, ରାସ୍ତାଘାଟର ବୃଦ୍ଧି ବା ଦରମା ବୃଦ୍ଧି ସମ୍ଭବ ନୁହେଁ- ଏ ଭଳି ଅର୍ଥନୀତିକ ଯୁକ୍ତି ବାଢ଼ି ପାରିଲେ ଓ ପହିଲେ ଜମିଦାରମାନଙ୍କୁ ଶୋଧନ ଦେଇ, ପରେ ସେମାନଙ୍କ ସଂଶୋଧନ ପାଇଁ ପ୍ରସ୍ତାବ କଲେ କିମ୍ବା କୁଲି ମଜୁରିଆଙ୍କୁ ପାଟି ତୁଣ୍ଡ ନ କରିବାକୁ କହି ମିଲମାଲିକ ସହିତ ଦୋସ୍ତି ଆରମ୍ଭ କଲେ ଅଥବା ମହାଜନୀ ଆଇନରେ ଖାତକର ସୁବିଧା କରିବା ବାହାନାରେ ଖାଲି ସାନ ସାନ ମହାଜନଙ୍କୁ ଟିକିଏ ହରକତ କରି ବଡ଼ ବଡ଼ ମହାଜନଙ୍କୁ ପୋଷିବାର ବ୍ୟବସ୍ଥା କଲେ ? ଦେଶର ସବୁ ଶ୍ରେଣୀର ଲୋକଙ୍କର ପ୍ରିୟ ହେବାର ଉଦ୍ୟମ ବୁଝା ପଡ଼େ । କିନ୍ତୁ ତହିଁରୁ ଶେଷରେ ଗଧ ଗଳ୍ପଟାର ସାରାଂଶ ଯେ ନ ମିଳିବ-ଅର୍ଥାତ୍ ଭାରତବର୍ଷଟାକୁ ବୋହି ନ ପାରି ପାଣିରେ ଫିଙ୍ଗିଦେବା ଭଳି ନ ହେବ, ସେ କଥା ଆଗରୁ କେହି ଜୋରଦେଇ କହିପାରିବ ନାହିଁ ।
ବଞ୍ଚିଥିଲେ ଗୋପବନ୍ଧୁ ଏ ସମସ୍ୟାଗୁଡ଼ିକ ପ୍ରତି କି ଭାବରେ ଆଗୁସାର ହୁଅନ୍ତେ କେଜାଣି ! ଭାରତର ବୃହତ୍ତମ ସଂଗଠିତ ରାଜନୀତିକ ଅନୁଷ୍ଠାନର ଶ୍ରେଷ୍ଠ ନେତା ହିସାବରେ ସେ ମଧ୍ୟ କଂଗ୍ରେସର ନିର୍ଦ୍ଦେଶ ମାନି ଚଳିବାକୁ ହୁଏ ତ ବାଧ୍ୟ ହୁଅନ୍ତେ । ଅବସ୍ଥାକୁ ଚାହିଁ ତାଙ୍କୁ ମଧ୍ୟ କେତେଟା ବଙ୍କା ବାଟ ଧରିବାକୁ ପଡ଼ିଥାନ୍ତା । ତେବେ ଯେ କେତେଗୋଟି ସମସ୍ୟା ତାଙ୍କ ଆଗରେ