ପୃଷ୍ଠା:Netrutya O Netrutwa.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଙ୍ଗ ଉତ୍କଳ ଦୁଇଟି ଭଗିନୀ

ସ୍ୱଦେଶକୁ ନାରୀ କଳ୍ପନା କରିବାର ତାତ୍ପର୍ଯ୍ୟ

ପୃଥିବୀ ଶବ୍ଦଟା ସ୍ତ୍ରୀଲିଙ୍ଗ । ସେଥିପାଇଁ ତାହାକୁ ମାଆ କ‌ହିବାରେ ବ୍ୟାକରଣ‌ଗତ ଭୁଲ ନାହିଁ । କିନ୍ତୁ ଭାରତବର୍ଷ, ଉତ୍କଳ କିମ୍ବା ବଙ୍ଗ ଶବ୍ଦଗୁଡ଼ିକର ଆକାର ପ୍ରକାରରୁ ଯେମିତି ମନେ ହୁଏ, ସେଥିରେ ଭାରତମାତା ବଙ୍ଗଜନନୀ କିମ୍ବା ଉତ୍କଳ ମାତା କ‌ହିବାଦ୍ୱାରା ଏ ସବୁ ଥାନର ଲୋକେ ଖୁବ୍ ଭାବପ୍ରାଣ ବୋଲି ବୁଝାଇଲେ ହେଁ ସେମାନଙ୍କର ଭାଷାଞ୍ଜାନ ସମ୍ବନ୍ଧେ ଯେ କାହାରି ସନ୍ଦେହ ଜନ୍ମିବାର କଥା । ତ‌ଥାପି ଅନେକ ଦେଶଭକ୍ତ ବଙ୍ଗ ପ୍ରଦେଶକୁ ଜନନୀ ଓ ଉତ୍କଳକୁ ମାତା ନ କ‌ହିଲେ ଆରାମ ଓ ଉତ୍ସାହ ପାନ୍ତି ନାହିଁ ।

ସ୍ୱଦେଶକୁ ମାତୃରୂପରେ କଳ୍ପନା କରିବାର ଅବଶ୍ୟ କେତେକ କାରଣ ଅଛି । ଯେଉଁ ଦେଶମାଟିରେ ଲୋକ ଭୂମିଷ୍ଠ ହୁଏ, ଯେଉଁ ଦେଶର ଆହାରରେ ଲଳିତ ହୁଏ, ଯେଉଁ ଦେଶର ଭଷା ସବା ଆଗ ଶିଖେ, ତାହା‌କୁ ସ‌ହଜରେ ମାଆ ସଂଗେ ତୁଳନା କରାଯାଇ ପାରେ । ପୈତୃକ ବ୍ୟଧି ପରି ସେ ଦେଶର ଜଳବାୟୁରେ ଯେବେ ମ୍ୟାଲେରିଆ କିମ୍ବା ବାତଜ୍ୱର ଆରମ୍ଭ ହୁଏ, ସେଥିପାଇଁ ତାହା ଘୃଣ୍ୟ କିମ୍ବା ତ୍ୟକ୍ତ ହୋଇ ପାରେ ନାହିଁ । ତାହା ସ‌ହିତ ପିଲାଦିନର ଅନେକ