ପୃଷ୍ଠା:Netrutya O Netrutwa.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୭
ବଙ୍ଗ ଉତ୍କଳ ଦୁଇଟି ଭଗିନୀ


ପ୍ରମାଣ କରିବାକୁ ଯେଉଁ ଅନୁସନ୍ଧାନ ଓ ଆୟାସ ଆବଶ୍ୟକ,ସେଥିପାଇଁ କେବଳ ଲେଖକ ନୁହେଁ ପାଠକ‌ଙ୍କର ଅଣନିଶ୍ୱାସୀ ହେବାର ସମ୍ଭାବନା ମଧ୍ୟ ଯଥେଷ୍ଟ ଅଛି ।

ବର୍ତ୍ତମାନର ଓଡ଼ିଶାକୁ ଯଦି ଆଂଶିକ ଭାବରେ କଳିଙ୍ଗ କିମ୍ବା ଉତ୍କଳ ବୋଲି ଧରାଯାଏ, ତାହାହେଲେ ବେଦିକ ଯୁଗରୁ ହିଁ ଏହାର ସ୍ୱତନ୍ତ୍ର ସତ୍ତା ଥିଲା ବୋଲି ଶୁଣିବାକୁ ପାଉଁ । ଐତରେୟ ବ୍ରହ୍ମଣରେ ପର୍ଯ୍ୟନ୍ତ କଳିଙ୍ଗର ନାମ ଉଲ୍ଲେଖ ଅଛି, ଯଦିବା ପୌରାଣିକ ଯୁଗରେ ବାଳି ଓ ସୁଦେଷ୍ଣଙ୍କଠାରୁ ଜାତ ହୋଇଥିବା ଅଙ୍ଗ, ବଙ୍ଗ, କଳିଙ୍ଗ ପ୍ରଭୃତି ସନ୍ତାନମାନ‌ଙ୍କ ରାଜ୍ୟଗୁଡ଼ିକ ଭିତରେ ମଧ୍ୟ ଏହା ଚିହ୍ନିତ ହୋଇଥିଲା । ମହାଭାରତ ଯୁଦ୍ଧରେ କୌରବମାନ‌ଙ୍କ ପକ୍ଷରେ ଏ ପ୍ରଦେଶର ଲୋକେ ଯୁଦ୍ଧ କରିଥିଲେ। ପୁଣି ମନୁଙ୍କର ଦଶଟି ପୁଅଙ୍କ ଭତରୁ ବଡ଼ ପୁଅ ଇଳାଙ୍କ ନାମ ଅନୁସାରେ ମଧ୍ୟ 'ଉତ୍କଳ'ନାମକରଣ ହୋଇଥିଲା । ବୌଦ୍ଧ ଜାତକ ଓ ଚାଣକ୍ୟଙ୍କ ଅର୍ଥଶାସ୍ତ୍ରରେ କିମ୍ବା ହୁଏନସାଂଙ୍କ ଭ୍ରମଣ ବିବରଣରେ ଏ ଦେଶର ଖ୍ୟାତି ନିହିତ ଅଛି । ଅର୍ଥାତ୍ ଭାରତବର୍ଷର ଅନ୍ୟ ସବୁ ପ୍ରଦେଶ ପରି କିମ୍ବା ପୃଥିବୀଗୋଟାକର ସବୁ ଦେଶ ପରି କ୍ଷୁଦ୍ର ଓଡ଼ିଶାର ମଧ୍ୟ ପୁରାତ‌ତ୍ତ୍ୱ ଅଛି; ପୁଣି ଭାରତର ଆଉ ସବୁ ପ୍ରଦେଶ ସ‌ହିତ ବ‌ହୁ କାଳରୁ ଏହି ସମ୍ବନ୍ଧ ଅଛି ।

ତ‌ଥାପି ପୁରାଣ କଥା ସତ ହୋଇଥିଲେ 'କଳିଙ୍ଗ' ଓ 'ଉତ୍କଳ' ଉଭୟହିଁ ପୁରୁଷ ରୂପେ ଜନ୍ମିଥିଲେ, ବଙ୍ଗ ମଧ୍ୟ କଳିଙ୍ଗର ସ‌ହୋଦର ଭାଇ-ଅର୍ଥାତ୍ ଭଉଣୀ ହୋଇ ଥିବାର ପ୍ରମାଣ ପୁରାଣରୁ ମଧ୍ୟ ମିଳେ ନାହିଁ ।