ପୃଷ୍ଠା:Netrutya O Netrutwa.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୦
ନେତୃତ୍ୱ ଓ ନେତୃତ୍ୱ

କଳାପାହାଡ଼ଙ୍କ ଅପେକ୍ଷା ତାଙ୍କୁ ବେଶି ଘୃଣା କରିବା ଉଚିତ । କଳାପାହାଡ଼ କେବଳ ଓଡ଼ିଶାର ମନ୍ଦିର ଓ ଦେବଦେବୀଙ୍କୁ ଭାଙ୍ଗି ଦେଇଗଲେ । ଏବେ ମଧ୍ୟ ପ୍ରଦେଶରେ ଯେତେ ମନ୍ଦିର ଓ ଦେବ ଦେବୀ ଅଛନ୍ତି, ସେଥି ଭିତରୁ ଆହୁରି ଅଧେ ଭାଙ୍ଗି ଲୋପ କରିଦେଇଥିଲେ ଏ ଭୂମିରୁ ଦେବପୂଜା ଲୋପ ହେବାର ନୁହେଁ । କିନ୍ତୁ ଚୈତନ୍ୟ ଯାହା ଭାଙ୍ଗି ଦେଇଗଲେ ତାହାର ମୂଲ୍ୟ ଓଡ଼ିଶାର ସ‌ହସ୍ର ଦେବ-ପ୍ରତିମା ଓ ମନ୍ଦିରଠାରୁ ଯଥେଷ୍ଟ ବେଶି । ତାହା ହେଉଛି,ଗୋଟାଏ ଜାତିର ପୌରୁଷ ଓ ବିରାଟ ସାମରିକ ଶକ୍ତି । କଳାପାହାଡ଼ ଭାଙ୍ଗିଲେ ପଥରର ପିତୁଳା ଓ ପଥରର ଦେଉଳ; ଚୈତନ୍ୟ ଭାଙ୍ଗିଲେ ଜୀଅନ୍ତା ମଣିଷର ବିଗ୍ରହ ଓ ତାହାର ବାସଗୃହ । ଦୁଇ ଜଣ ଯାକ‌ହିଁ ଦେଶଦ୍ରୋହୀ, ଜାତିଦ୍ରୋହୀ ବା ଧର୍ମଦ୍ରୋହୀ । କଳାପାହାଡ଼ ଥିଲେ ହିନ୍ଦୁ ସନ୍ତାନ ଏବଂ ଚୈତନ୍ୟଙ୍କ ପୂର୍ବ ପୁରୁଷ ଓଡ଼ିଶାର ଯାଜପୁରରୁ ବଙ୍ଗ ପ୍ରଦେଶକୁ ଯାଇଥିବାର ଅନେକ ପ୍ରମାଣ ମିଳେ ।

ଇତିହାସ କ‌ହେ, ପ୍ରତାପରୁଦ୍ରଙ୍କର ସାମ୍ରାଜ୍ୟ ବିସ୍ତାର ଓ ବଙ୍ଗ ବିଜୟର ଯେଉଁ କଳ୍ପନା ଥିଲା, ତାହାର ଅସଲ ଅନ୍ତରାୟ ହେଲେ ଚୈତନ୍ୟ । କାରଣ ପ୍ରତାପରୁଦ୍ରଙ୍କୁ ସେ ଖାଲି ସମରଅଭିଯାନରୁ ନିବର୍ତ୍ତାଇଲେ ନାହିଁ-ଓଡ଼ିଶାର ଯେଉଁ ଜାତୀୟ ଦେବତା ଏ ଦେଶର କ୍ଷାତ୍ରଶକ୍ତିକୁ ଜାଗରୂକ ରଖିଥିଲେ, ଏ ଦେଶ ପାଇଁ ଯେଉଁ ଦେବତା କାଞ୍ଚି ଅଭିଯାନରେ ନିଜେ ଯୁଦ୍ଧ କରିଥିବା କିମ୍ବଦନ୍ତୀରେ ଲୋକେ ବିଶ୍ୱାସ କରନ୍ତି, ପୁଣି ଯାହାଙ୍କଠାରେ ଅଧ‌୍ୟା ପଡ଼ି ଏ ଦେଶ ରାଜାଙ୍କର ସ୍ୱାଧୀନତା ଅକ୍ଷୁର୍ଣ୍ଣ ଥିଲା । ଚୈତନ୍ୟଙ୍କ ପରାମର୍ଶ ଓ ପ୍ରତାପରୁଦ୍ରଙ୍କର ନିର୍ଦ୍ଦେଶ କ୍ରମେ ସେହି ଜଗନ୍ନାଥଙ୍କୁ ପ୍ରଥମେ ଦେବଦାସୀମାନଙ୍କ ଦ୍ୱାରା ଗୀତଗୋବିନ୍ଦ ଶୁଣାଇ ଶୁଆଇ ରଖିବାର ଚେଷ୍ଟା ହେଲା । ସଙ୍ଗେ ସଙ୍ଗେ ସମର-କାନ୍ତ କ୍ଷାତ୍ର ଶକ୍ତି ପକ୍ଷରେ ମଧ୍ୟ ରଣ-