ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ବାଧୀନ ଚେତା ଶିକ୍ଷକ ବାଞ୍ଚାନିଧି ଶତପଥୀ ଡ଼ଃ ରବୀନ୍ଦ୍ର କୁମାର ଆମ ଦେଶରେ ଆଧୁନିକ ଶିକ୍ଷା ପ୍ରସାରର ଇତିହାସ ପ୍ରତି ଦୃଷ୍ଟିପାତ କଲେ ସ ହରଠାରୁ ମ ପସଲ ପର୍ଯ୍ଯନ୍ତ ଏକ ଏକ ଅଞ୍ଚଳରେ ପ୍ରମୁଖ ଓ ପ୍ରଧାନ ବିଦ୍ଯାପୀଠରେ ପରିଣତ ଅନୁଷ୍ଠାଙ୍ଗୁଡ଼ିକ ଜଣେ ଶି୍ାବ୍ରତୀ, ସମାଜ ସେବୀ ବ୍ଯକ୍ତି ବିଶେଷଙ୍କର ଶ୍ରମ ଓ ସ୍ନେଦ ଦାନରେ ଗଢ଼ି ଉଠିଥିବା ଘଟଣା ଜୀବନ୍ତ ହୋଇଉଠେ । କଟକର ରାଣୀହାଟ ହାଇସ୍କୁଲ ଏହିଭଳି ଏକ ଶି୍କ୍ଷାନୁଷ୍ଟାନ । ଏହା ଷିତ ସ୍ବର୍ଗତ ପ୍ରଧାନ ଶିକ୍ଷକ ବାଞ୍ଚାନିଧି ଶତପଥୀଙ୍କର ନାମ ଏକଦା ଏଭଳି ବିଜଡ଼ିତ ଥିଲା ଯେ ସର୍ବସାଧାରଣରେ ତାହା ତାଙ୍କରି ସ୍କୁଲ ବୋଲି କୁହାଯା ଉଥିଲା। ସେ ନିଜେ ମଧ୍ଯ 'ମୋ ସ୍କୁଲ' କ ହିବରେ ଅପାର ଆତ୍ମତୃପ୍ତି ଲାଭ କରୁଥିଲେ। ଏହା ଆତ୍ମତ୍ମରିତା ଅଥବା ଅହ୍ମିକା ସମ୍ବଳିତ ଉକ୍ତି ନ ଥିଲା , ଏହା ଥିଲା ପ୍ରଚଣ୍ଡ ମମତ୍ବବୋଧର, ଯାହାର ଉଦ ଭବ ଘଟିଥିଲା ତ୍ଯାଗରୁ, ଆତ୍ମସ୍ବାର୍ଥ ବଳିଦାନରୁ । ବାଞ୍ଚାନିଧି ସତପଥୀ ବାରିପଦାରେ ୧୯୦୫ ମସିହାରେ ଭୂମିଷ୍ଟ ହୋଇଥିଲେ । ପାରିବାରିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ମ୍ଯାଟ୍ରିକ୍ଯୁଲେସନ ପରୀ୍କ୍ଷାରେ ବୃତ୍ତିପ୍ରାପ୍ତ ବାଞ୍ଚାନିଧିଙ୍କୁ ଟିଉସଙ୍କୁ ଆଶ୍ରାକରି କଟକ ସ ହରରେ ଉଚ୍ଚଶିକ୍ଷା ଲାଭର ଉଦ୍ଯମ କରିବାକୁ ହୋଇଥିଲା। ମେଧାବୀ ଛାତ୍ରଥିବାରୁ ସେ ତ ତ୍କାଳୀନ ଓଡ଼ିଶା ଶି୍କ୍ଷା-ଜଗତର ସର୍ବମାନ୍ଯ ବ୍ଯକ୍ତିବର୍ଗଙ୍କର ସୁଦୃଷ୍ଟି ଆକର୍ଷଣ କରିପାରିଥିଲେ । ଡ଼କ୍ଟର ପ୍ରାଣକୃଷ୍ନ ପରିଜା ଓ ଶ୍ଯାମଚନ୍ଦ୍ର ତ୍ରିପାଠୀଙ୍କର ସେ ହୋଇଥିଲେ ପ୍ରିୟପାତ୍ର । ରେଭେନ୍ସା କଲେଜକୁ କେନ୍ଦ୍ରକରି ରାଣୀହାଟ ଅଞ୍ଚଳ କ୍ରମଶଃ ଶିଷ୍ଟ-ବିଶିଷ୍ଟ ବ୍ଯକ୍ତିମାନଙ୍କର ବାସସ୍ଥଳୀରୂପେ ଗ ହଳ ହୋଇ ଉଠିଲା ବେଳକୁ ଶି୍କ୍ଷାନୁଷ୍ଠନର ପ୍ରତିଷ୍ଠା ଅନୁଭୁତି ହୋଇଥିଲା । ମୁମୂର୍ଷୁ ମ ମଧ୍ଯ ଇଂରାଜୀ ବିଦ୍ଯାଳୟର ଦାୟିତ୍ବ ବାଞ୍ଚାନିଧିଙ୍କୁ ଗ୍ରହଣ କରିବାକୁ ହୋଇଥିଲା । ଏହାପରେ ସେ ଆଉ ପତ୍ରକୁ ଫେରି ଚାହିଁନଥିଲେ। ଅନୁଷ୍ଠନଟିର ପ୍ରଗତି ସାଧନରେ ସେ କାୟମନୋବାକ୍ଯ ସମର୍ପିତ ବ୍ଯକ୍ତିଟିରେ ପରିଣତ ହୋଇଯିବାରୁ ସାହାଯ୍ଯ-ସ ହ ଯୋଗର ଅଭାବ ଘଟିଲା ନାହିଁ। ଛାତ୍ର-ଛାତ୍ରୀଙ୍କ ସଂଖ୍ଯା