ପୃଷ୍ଠା:Netrutya O Netrutwa.pdf/୧୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫୭

ଇତିହାସ ତିଆରି

କର୍ମଯୋଗୁଁ ଯଦି ଭୋଟ୍ ମିଳିବାର ଅସୁବିଧା ଓ ଧର୍ମଯୋଗୁଁ ଶାସକ ହେବାରେ ଯଦି ବାଧା, ତେବେ କଣ ଲକ୍ଷ ଲକ୍ଷ ନାରୀଙ୍କ ପରି ମୋହପାଇଁ ମଧ୍ୟ ସେହି ଗୋଟିଏ ବାଟ, ଗୋଟିଏ ଗତି ନାହିଁ କି ? ଆଉ କିଛି ନ ହେଲେ ହେଁ ମୋତେ କଣ ଭାର୍ଯ୍ୟା ହେବାକୁ ମନା ଅଛିକି ? ତା' ହେଲେ ତ ସହଜେ ମୋର ସବୁ ଅଯୋଗ୍ୟତା ବି ଲୁଚିପାରେ, ଆହୁରି କେତେ ନୁଆ ଯୋଗ୍ୟତା ବି ମିଳିପାରେ ? ଯେ କେହି ବଡ଼ ପାହ୍ୟାର ସରକାରୀ ଚାକର ବା ଓକିଲ ହାକିମଙ୍କ ପତ୍ନୀ ହେଲେ ବିନା ଆୟାସରେ ମୁଁ ସମ୍ମାନ ଆଦାୟ କରିପାରେଁ । ସବୁଯାକ ନାରୀ ଅନୁଷ୍ଠାନର ନେତ୍ରୀ-ପଦବୀ ମଧ୍ୟ ପାଇପାରେଁ । ପୁଣି ଯେ କେହି କଂଗ୍ରେସ ସଭ୍ୟଙ୍କ ଭାର୍ଯ୍ୟା ହେଲେ ମୋହର ଭୋଟ୍ ପାଇବାକୁ ତ ଭରସା ଅଛି |'

'ନାରୀ ଜାତି ପ୍ରତି ତୁମର ଏଭଳି ଆକ୍ଷେପ ଏକାବେଳେ ଅକ୍ଷମଣୀୟ |'

କିନ୍ତୁ ନାରୀ ଛଡା ତୁମ ଦେଶରେ ପୁରୁଷ କେହି ଅଛନ୍ତି କି ? ଅନୁଗ୍ରହ, ଅବଦାନ, ପ୍ରୀତି ଓ ଶୁଦ୍ଧ ଭକ୍ତିକୁ ଛାଡ଼ି ଯେଉଁ ଦିନ ତୁମେ ପୁରୁଷ ହୋଇ ଜନ୍ମ ଲଭିବ, ସେହି ଦିନକୁ ମୁଁ ଚାହିଁ ରହିଛି |


କଟକ ନବଭାରତ ପ୍ରେସରେ ଶ୍ରୀ ବନମାଳୀ ମିଶ୍ରଙ୍କ ଦ୍ୱାରା ମୁଦ୍ରିତ ୧୯୪୯ ।