ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

"ଆସ ହେ ସଙ୍ଗାତ ମିତ ଖେଳିବା ଯାଇ ତୁରିତ । ଦ ଉଡ଼ା ଦ ଉଡ଼ି ଖେଳ ଯାର ମେଳ ଖେଳ ଗୋଳାଏ ଯେ ପିଲା ସେ ଅଟେ ବଡ଼ ଚଗଲା । ମିଛ କୁହା

କରେ ତାକୁ ଛାରଖାର । '

ସେ ପିଲାଙ୍କ ପାଇଁ କେବଳ ପଦ୍ଯ ରଚନା କରି ନଥିଲେ । ତାଙ୍କର ଶିଶୁପାଠ୍ଯରେ 'ସିଂହ ଯୋଡ଼ି ' ତା ଉଁଶ ହେଲା ଓ 'ଦରଜି ପିଲାର ସାହାସ ' ଭଳି ବ ହୁ ମନଲାଖି ଓ ସିକ୍ଷାପ୍ରଦ ଗଳ୍ପ ସଂଯୋଡ଼ି । ହୋ ଉଥିଲା । ଏହାଛଡ଼ା ପିଲାଙ୍କ ଁଅନର ପରିସର ବୃଦ୍ଧି କରିବାକୁ ସେ ଐତିହାସିକ ଗଳ୍ପ ତ ଥା ଭ୍ରମଣ କାହାଣୀ ମଧ୍ଯ ରଚନା କରିଥିଲେ । ସେ କେକଳ ଜଣେ ସଫଳ ଶିଶୁ ସାହିତ୍ଯିକ ନ ଥିଲେ ସେ ମଧ୍ଯ ଥିଲେ ଜଣେ ଦକ୍ଷ ସମ୍ପାଦକ । ତାଙ୍କିର ବଳିଷ୍ଠ ସମ୍ପାଦନାରେ କେନ୍ଦୁଝର ଗଡ଼ର ' ବଳଭଦ୍ର ସାହିତ୍ଯ ସଂସଦ'ର ମୁଖପତ୍ର ' ବନବୀଣା ' ଆତ୍ମ ପ୍ରକାଶ କରିଥିଲା । ଏହି ' ବନବୀଣା ' ହିଁ ହୋଇ ଉଠିଥିଲା ବ ହୁ ସାହିତ୍ଯ ସାଧକଙ୍କ ସାରସୃତ ଏନ୍ତୁଡ଼ିଶାଳା । ଯଥାର୍ଥରେ ଶ୍ରୀଯୁକ୍ତ ମହାନ୍ତି ଥିଲେ ଜଣେ ମଣିଷଗଢ଼ା କରିଗର । ତାଙ୍କର କଠୋର ବ୍ଯଭାର ମଧ୍ଯରେ ଛାତ୍ର ସମାଜ ପାଇଁ ଭର ରହିଥିଲା ଆପରିସୀମ ମମତା । ସେ ବ ହୁ ପିଲାଙ୍କୁ ନିଜ ହାତରେ ଗଢ଼ିଛନ୍ତି । ସେମାନଙ୍କ ମଧ୍ଯରୁ ଅନେକ ଆଜି ବିଭିନ୍ନ କ୍ଷେତ୍ରେ ସୁପ୍ରତିଷ୍ଟିତ । ସେ ଚାରୋଟି ପୁତ୍ର ଓ ଚାରୋଟି କନ୍ଯା ସନ୍ତାନର ଜନ କ ହେଲେ ମଧ୍ଯ ବାସ୍ତକ କ୍ଷେତ୍ରେ ତାଙ୍କର ପରିବାର ଥିଲା ଢ଼େରେ ଅଧିକ । ସେ ତାଙ୍କ ଜୀବନ କାଳରେ ବ ହୁ ଅଭାବଗ୍ରସ୍ତ ଛାତ୍ରଙ୍କୁ ପ୍ରତିପୋଷଣ କରି ମଣିଷ କରିଛନ୍ତି । ୧୯୯୬ ମସିହା ୧୨ ତାରିଖରେ ତାଙ୍କର ଦେହବସାନ ଘ"ଟିଥିଲେହେଁ ସଫଳ କାରିଗର ଭାବରେ ତାଙ୍କର ସୁଖ୍ଯାତି ତାଙ୍କର ଅଗଣିତ ଛାତ୍ରଛାତ୍ରୀଙ୍କ ପ୍ରାଣରେ ବ ହୁକାଧରି ଅମ୍ଳାନ ହୋଇ ରହିବ ଓ ସେମାନେ ତାଙ୍କର ପବିତ୍ର ଜୀବନର ସ୍ମୃତିଚାରଣ କରିଥିବେ।