ପୃଷ୍ଠା:Netrutya O Netrutwa.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତିବାଦର ଉତ୍ତର

'ବଙ୍ଗ ଉତ୍କଳ ଦୁଇଟି ଭଗିନୀ' ନାମକ ମୋର ଏକ ପ୍ରବନ୍ଧ ୧୩୪୨ ସାଲ କନ୍ୟା ସଂଖ୍ୟା "ନବଭାରତ"ରେ ପ୍ରକାଶିତ ହୋଇଥିଲା । ଉକ୍ତ ପ୍ରବନ୍ଧ ବିରୁଦ୍ଧରେ ନାନା ଦିଗରୁ ଆପତ୍ତି ଉଠିଚି । ବଙ୍ଗ ଏବଂ ଉତ୍କଳ ପ୍ରତି ସ୍ଥଳ ବିଶେଷରେ ମୁଁ କଟାକ୍ଷ କରିଥିବାରୁ ବଙ୍ଗ ଆଉ ଉତ୍କଳ ଭକ୍ତମାନେ ମୋ ଉପରେ ଦୋଷାରୋପ କରିଛନ୍ତି । ଜାତ୍ୟଭିମାନୀ ବ୍ରାହ୍ମଣ ତ‌ଥା କରଣମାନଙ୍କର ମଧ୍ୟ ମୁଁ ଅସନ୍ତୋଷ ଭାଜନ ହୋଇଅଛି ।

ମୋହର ଏହି ପ୍ରବନ୍ଧ ପ୍ରତି କବି ରବୀନ୍ଦ୍ରନାଥଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଅଛି; ପୁଣି ଏହାରି ଫଳରେହିଁ ଓଡ଼ିଶାକୁ ଆସିବା ପୂର୍ବରୁ ଉତ୍କଳର ବଙ୍ଗ ପ୍ରତି ବିଦ୍ୱେଷ ଭାବ ଥିବାର ସୂଚନା ଦେଇ ସେ ଶ୍ରୀମତୀ ମାଳତୀ ଦେବୀଙ୍କୁ ଚିଠି ଲେଖିଥିଲେ ।

ସବୁଠାରୁ ମୋ ଲେଖା ପ୍ରତି ପ୍ରକାଶ୍ୟରେ ବେଶି ଉତ୍ୟକ୍ତ ହୋଇଛନ୍ତି ଓଡ଼ିଶାର ଚୈତନ୍ୟ ସମ୍ପ୍ରଦାୟ । ଚୈତନ୍ୟଙ୍କୁ ମୁଁ ଓଡ଼ିଶା ପତନ ପାଇଁ ମୂଖ୍ୟତଃ ଦାୟୀ ଧରିଛି; କଳାପାହାଡ଼ ସଙ୍ଗେ ତୁଳନା କରିଛି, ଚୈତନ୍ୟଧର୍ମର ଅତ୍ୟଧିକ ଗୋପୀଭାବ ସମ୍ବନ୍ଧରେ ଆଲୋଚନା କରିଛି, ଇତିହାସକୁ ପ୍ରମାଣ ବୋଲି କ‌ହିଛି, ଇତ୍ୟାଦି ମୋର ତ୍ରୁଟିରୂପେ ପ୍ରଦର୍ଶିତ ହୋଇଅଛି । ଚୈତନ୍ୟ ଧର୍ମ ସମ୍ବନ୍ଧରେ ମୋର ସମ୍ୟକ୍ ଞ୍ଜାନ ନ ଥାଇ ଏ ସକଳ ବିଷୟରେ