ପୃଷ୍ଠା:Panchati Prabandha.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପଡ଼ିବ, ନିଜର ବେଶ ବାଛି ଗୋଟାଏ ଦୁଃଖାନ୍ତ ପୁରୁଣା ନାଟକର ଘେଷେରା ସଂଳାପ କହିବାକୁ ପଡ଼ିବ । କିନ୍ତୁ ଆମର ଏତିକି କଥା ମନେ ରହିବା ଚାହି କି ଆମର ଲକ୍ଷ୍ୟ ବୃହତ୍ । କ୍ଳାନ୍ତି ଓ ଲଜ୍ଜାର କୌଣସି ଅନୁଭବ ଆମକୁ କ୍ଷଣିକେ ଶେଷ କରିଦେବେ । ଶେଷ କରିବେ ଆମର ପିଲାଙ୍କୁ ଓ ପିଲାଙ୍କ ପିଲାଙ୍କୁ । ଶେଷ କରିବେ ସେ ସବୁକିଛିକୁ ଯାହାକୁ ଆମେ ପ୍ରାଣର ସହିତ ଭଲ ପାଉ । ଆମକୁ ଏ ଅନ୍ଧାରରେ ଆମ ନିଜଭିତରେ ବାଡ଼ି ବୁଲେଇ ନିଜକୁ ଛୁଇଁବାକୁ ପଡ଼ିବ । ଚିନ୍ତାକରିବା ପାଇଁ ଶକ୍ତି ଖୋଜି ବାହାରକରିବାକୁ ପଡ଼ିବ । ଆମକୁ ଲଢ଼ିବାକୁ ପଡ଼ିବ ।

ଆଉଥରେ ଆମେ ୟନୀୟ ଭାବରେ ଯୁଗାବେଗର ପଛରେ ପଡ଼ିଛୁ, କେବଳ ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟା ଦୃଷ୍ଟିରୁ ନୁହେଁ (ଫମ୍ପା ଦ।ବୀ ଚୁଲିକୁ ଯାଉ); ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବରେ, ପାରମାଣବିକ ଅସ୍ତ୍ରର ଅସଲ ପ୍ରକୃତି ବୁଝିବାରେ ଆମର କ୍ଷମତାର ଅଭାବ ଯୋଗୁଁ । ଦୁନିଆର ନାନା ନୂଆ ମାରାତ୍ମକ ହରର୍ ବୁଝିବାରେ ମଧ୍ୟ ଆମେ ସହସ୍ର ଯୋଜନ ପଛରେ । ପାକିସ୍ତାନ୍ ଆଉ ଭାରତରେ ଆମେ ବର୍ତମାନ ରାଜନୀତିର, ବି ଶେନୀତିର ଜିରାରୁ ଶିରା କାଢ଼ିବାରେ ବ୍ୟସ୍ତ । ଯେମିତିକି ଆମର ସରକାର ମାନେ ଗୋଟାଏ ନୂଆ ଆଉ ବଢ଼ିଆ ବୋମା ମାତ୍ର ବାହାର କରିଛନ୍ତି । ଗୋଟାଏ ବିରାଟ ବଡ଼ ହାତବୋମା ଯାହା ଶତ୍ରୁ ନାଶ କରିବ ଆଉ ଆମକୁ ସବୁ ଆପବିପରୁ ବନ୍ଚାଇବ । ଏହା ବିଶ୍ୱାସ କରିବା ପାଇଁ ଆମର ନିର୍ଘାତ ହତାଶିଆ ପରିଶ୍ରମ ନିହାତି ଦର୍ଶନୀୟ । ଆମେ ସମସ୍ତେ ହଠାତ୍ କିନା ଅପୂର୍ବ ଭାବରେ ଆଜ୍ଞାକାରୀ ମାର୍ଜିତ ନାଗରିକ ବନିଯାଇଛୁ । ବାକି ମାନବସମାଜ ପାଇଁ ଆମର ଅପରାଧ ଅକ୍ଷମଣୀୟ ହୋଇପାରେ । ମାତ୍ର ସେମାନେ କ’ଣ ଜାଣିଅଛନ୍ତି ଆମେ କେଡ଼େ ଗୋଟାଏ ହାଲିଆ, ଭଗ୍ନହୃଦୟ ଜାତି, କେଡ଼େ ବିକଳଭାବରେ ଆମେ ଆମ ଜୀବନମାନଙ୍କରେ ଆଶାକରୁ କିଛି ଯାଦୁକାରୀ ପରିବର୍ତ୍ତନର; ଆଉ ସେଇଥି ପାଇଁ ପରମାଣୁ ବୋମା ପରି ଗୋଟାଏ ଜିନିଷ କେତେ ସାହାଯ୍ୟ କରେ ।

ଯଦି, କେବଳ ପାରମାଣବିକ ଯୁଦ୍ଧ ଅନ୍ୟ ଗୋଟିଏ ପ୍ରକାରର ଯୁଦ୍ଧ ହୋଇଥା’ନ୍ତା । ଯଦି କେବଳ ଏହା ସାଧାରଣ ଜିନିଷମାନଙ୍କ ବିଷୟରେ ହୋଇଥା’ନ୍ତା... ଭୂଇଁକୁ ନେଇ କିମ୍ବା ଧର୍ମକୁ ନେଇ । ଆମେ ଯେଉଁମାନେ ପରମାଣୁବୋମା ବିରୁଦ୍ଧରେ, ସେମାନେ ସମସ୍ତେ କ’ଣ ପାରମାଣବିକ ଯୁଦ୍ଧକୁ ଡରୁଥିବା ମରଣଭୀରୁ? ପାରମାଣବିକ ଯୁଦ୍ଧରେ କଣ କେବଳ ଗୋଟାଏ ଜାତି ଅନ୍ୟ ଗୋଟାଏ ଜାତି ସହିତ ଲଢ଼େ? କିନ୍ତୁ ଦୁର୍ଭାଗ୍ୟବଶତଃ ସତ ତା’ନୁହେଁ । ଯଦି କେବେ ପାରମାଣବିକ ଯୁଦ୍ଧ ହୁଏ, ଆମର ଶତ୍ରୁ ଚୀନ୍ କି ଆମେରିକା ହୋଇନଥିବେ । ଏପରିକି ଆମେ ଦୁଇଜାତି ମଧ୍ୟ ପରସ୍ପରର ଶତ୍ରୁଭାବରେ ଠିଆ ହୋଇନଥିବା । ଆମର ଶତ୍ରୁଭାବରେ ଠିଆହୋଇଥିବ ପୃଥିବୀ । ଆମର ଶତ୍ରୁ, ଆମର ପ୍ରତିଦ୍ୱନ୍ଦ୍ୱୀ, ହୋଇଥିବେ ପଂଚ ମହାଭୂତ-କ୍ଷିତ,ଆପ, ତେଜ, ମରୁତ, ବାୟୁ । ତାଙ୍କର କ୍ରୋଧ ହେବ ପ୍ରଚଣ୍ଡ, ଅସହ୍ୟ ।

ପାରମାଣବିକ ଯୁଦ୍ଧ ହେଲେ ଆମ ଜମି, ଜଙ୍ଗଲ,ଗାଁ ଆଉ ସହର ଜଳିବେ ଦିନ ଦିନ ଧରି । ନଈମାନଙ୍କର ପାଣି ହେବ ବିଷାକ୍ତ । ପବନ ହେବ ଅଗ୍ନିବର୍ଷୀ । ଝଡ଼ରେ ନିଆଁ

                        ୧୨