ପୃଷ୍ଠା:Panchati Prabandha.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ରୂପାନ୍ତରିତ ହେବାକୁ ଲୋନାହିଁ । ହେଲେ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଏକମାତ୍ର ଅଲଂଘ୍ୟ ସତ ଏଇଆ କି ତାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହେବାକଥା । ଦ୍ୱିତୀୟ ପରେ ତୃତୀୟ । ଅନ୍ୟ ଶବ୍ଦରେ ତୃତୀୟ ବିଶ୍ୱଯୁଦ୍ଧ ପାଇଁ କିଛି ନିର୍ଦ୍ଧିଷ୍ଟ ସମୟ ସାରଣୀ ନାହିଁ । ଏଣୁ ଆମପାଖରେ ଏବେ ବି ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଯଥେଷ୍ଟ ସମୟ ଅଛି । ଶୀତଳ ଯୁଦ୍ଧ ଶେଷ ହୋଇଛି । ସତକଥା । ହେଲେ ଦଶବର୍ଷ ହେଲାଣି ପାରମାଣବିକ ରେରେକାରରେ ଭଟ୍ଟା ପଡ଼ିଥିବାରୁ ଆମେ ନାହିରେ ଜଡ଼ାତେଲ ଦେଇ ଶୋଇବା ଅନୁଚିତ । ଏ ଦଶବର୍ଷ ଥିଲା ଗୋଟାଏ ନିଷ୍ଠୁର ଜୋକ୍ । ରୋଗ ଖାଲି ଶୋଇପଡ଼ିଥିଲା, ଭଲ ହୋଇନଥିଲା । ଏ ରୋଗର ଏ ଦଶବର୍ଷିଆ ନିଦ କିଛି ପ୍ରମାଣ କରେନା । ବିଶ୍ୱ ଇତିହାସରେ ଦଶବର୍ଷ ବା କଅଣ? ଯୁଦ୍ଧର ଏ ରୋଗ ଆଉଥରେ ମାଡ଼ି ଆସିଲାଣି; ଆହୁରି ବିଶ୍ୱବ୍ୟାପୀ, ଆଉ ସର୍ବଗିଳା ହୋଇ, ଆହୁରି ଭୟଙ୍କର ରୂପନେଇ । ଆଉ ଏ ରୋଗ ବର୍ତ୍ତମାନ କୌଣସି ପାରମ୍ପାରିକ ଔଷଧର କ୍ଷମତାରୁ ବାହାରେ । ନା; ଡିଟରେନ୍ସ୍ ତତ୍ୱରେ କେତୋଟି ମୌଳିକ ଭୁଲ ଏବଂ ଅର୍ନ୍ତବେିରାଧ ରହିଛି ।

ଭୁଲ ନମ୍ବର୍ ପ୍ରଥମ ହେଲା କି ଏହି ତତ୍ୱ ବିଶ୍ୱାସ କରେ ଯେ ଶତ୍ରୁର ମନସ୍ତତ୍ତ୍ୱର ଏକ ସ୍ୱୟଂସମ୍ପୂର୍ଣ୍ଣ, ସୋଫିଷ୍ଟିକେଟେଡ୍ ଖବର ଓ ବୁଝାମଣା ରଖିବା ସମ୍ଭବ । ସମ୍ପୂର୍ଣ୍ଣ ଧ୍ୱଂସର ଭୟ ଯଦି ଆମକୁ ଯୁଦ୍ଧରୁ ରୋକୁଥାଏ, ତାହାହେଲେ ସେହି ଭୟ ସେମାନଙ୍କୁ ମଧ୍ୟ ଯୁଦ୍ଧରୁ ରୋକିବ । କିନ୍ତୁ ଯଦି ସେମାନେ ସମ୍ପୂର୍ଣ୍ଣ ଧ୍ୱଂସକୁ ନ ଡରୁଥାଆନ୍ତି ତା’ହେଲେ ? ତା’ହେଲେ କ’ଣ ହେବ? ଶୁମ୍ଭ ନିଶୁମ୍ଭ, ଭଷ୍ମାସୁର କଥା ଏଡ଼େ ଶୀଘ୍ର ଭୁଲିଗଲୁ ଆମେ? ଆତ୍ମଘାତୀ ବମର୍ ମାନେ ବି ଏ ଦୁନିଆରେ ଅଛନ୍ତି । ‘ମୁଁ ମରିବି, ହେଲେ ତୁମକୁ ନେଇ’ । ଏପରି ଚିନ୍ତା କ’ଣ ଅକଳ୍ପନୀୟ? ରାଜୀବ ଗାନ୍ଧୀ କେମିତି ମଲେ? କୌଣସି ଦେଶର କିମ୍ବା ତାହାର ଶାସକଗୋଷ୍ଠୀର ଆତ୍ମଘାତୀ ମାନସିକତା ରହିବା କ’ଣ ଅସମ୍ଭବ?

ସେ ଯାହାହେଉ, ‘ତୁମେ’ କିଏ ଆଉ ‘ସେମାନେ’ କିଏ । ଦୁଇଟାଯାକ ତ କେବଳ ସରକାର ହିଁ । ସରକାର ବଦଳେ କାରଣ ତାଙ୍କର ମୁଖାଭିତରେ ମୁଖାଥାଏ । ତାଙ୍କ ପୁନରୁ୍ଭାବନ ସବୁବେଳେ ଚାଲୁ ରହିଥାଏ । ଉଦାହରଣ ପାଇଁ ଆମର ବର୍ତ୍ତମାନର ସରକାର (୧୯୯୮ର ଅଟଳ ବିହାରୀ ବାଜପେୟୀ ସରକାର) ଯାହାର ନିଜ ପାଖରେ ପୂରା ପାଂଚବର୍ଷ ଶାସନ କରିବା ପାଇଁ ଲୋକସଭାରେ ଯଥେଷ୍ଟ ଆସନ ନାହିଁ । ହେଲେ ସେ ସରକାର ଦ।ବି କରେ କି ନିଜେ ସଂସଦରେ ସଂଖ୍ୟାଗରିଷ୍ଠତା ପାଇଁ ବୋହୂଚୋରୀ ଖେଳୁଥିଲା ବେଳେ ଆମେ ତାକୁ ପରମାଣୁ ବୋମା ଧରି ଓଡ଼ିଶୀ ନାଚିବା ପାଇଁ ଅନୁମତି ଦେବୁ ।

ଭୁଲ୍ ନମ୍ବର ଦୁଇ ହେଲା କି ଡିଟରେନ୍ସ୍ ତତ୍ୱର ମୂଳ ଭିତ୍ତାହେଲା ଭୟ; ସମୂର୍ଣ୍ଣ ଧ୍ୱସଂର ଭୟ । କିନ୍ତୁ ଭୟ ସେତେବେଳେ କାମରେ ଆସେ ଯେବେ ତା’ର ମୂଳୁଦୁଆ ହେଲା ଜ୍ଞାନ ଓ ସୂଚନା; ପାରମାଣବିକ ଯୁଦ୍ଧର ସମୟ ଓ ବ୍ୟାପ୍ତି ବିଷୟରେ ସୂଚନା । ପାରମାଣବିକ ବୋମାର ଏପରି କିଛି ସ୍ୱୟମ୍ଭୁ, ଆଧ୍ୟାତ୍ମିକ ଶକ୍ତି ନାହିଁ ଯେ ଶାନ୍ତିକୁ କେଉଁଠୁ

                       ୧୪