ପୃଷ୍ଠା:Panchati Prabandha.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଟାଣିଓଟାରି ଘିନି ଆସିବ । ପରମାଣୁ ବୋମା ଓ ତାହାର ଭୟ ଯୁଦ୍ଧ ରୋକିନାହିଁ କିମ୍ବା ତୃତୀୟ ବିଶଯୁଦ୍ଧୁ ଘୁଂଚାଇ ନାହିଁ । ଏହାର ବିରୋଧୀମାନେ, ଯେଉଁମାନେ ସଭା ମାନଙ୍କରେ, ଶୋଭାଯାତ୍ରାରେ, ମୁଭିରେ ନିୟମିତ ପାଟିକରନ୍ତି, ଯେଉଁମାନେ ସାହସର ସହିତ ଖୋଲାଖୋଲି ଭାବରେ ବୋମାର ବିରୋଧ କରନ୍ତି, ସେମାନଙ୍କର ବିରୋଧ ହିଁ ଯୁଦ୍ଧ ଭୟ ଦୂରେଇଛି; ପାରମାଣବିକ ଯୁଦ୍ଧର ବିଭୀଷିକାକୁ ଏ ପର୍ଯ୍ୟନ୍ତ ଦୂରେଇ ରଖିଛି । ହେଲେ ପାରମାଣବିକ ଯୁଦ୍ଧକୁ କେବଳ ଆଡ଼େଇ ଦେଇପାରିଛି । ଲୋପ କରିପାରି ନାହିଁ । ଭାରତ ଓ ପାକିସ୍ତାନ୍ ଭଳି ଦେଶମାନଙ୍କରେ ଯେଉଁଠି ଅଧିକାଂଶ ଲୋକ ନିରକ୍ଷର ଏବଂ ଅଜ୍ଞ ସେଠାରେ ଡିଟରେନ୍ସ୍ କାମ କରିପାରିବ ନାହିଁ । (ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଭାରତସାରା ଚାଲିଥିବା ତେଜଷ୍କ୍ରିୟ ଧୂଳିର ଯାତ୍ରାକୁ ଖେନ୍ତୁ । ତେଜଷ୍କ୍ରିୟ ଧୂଳି ପ୍ରସାଦ ଭାବରେ? କର୍କଟର ରଥଯାତ୍ରା?) ଯେଉଁ ଦୁନିଆରେ ପାରମାଣବିକ ବିକିରଣ ପାଇଁ ଆୟୋଡିନ୍ ବଟିକା ସବୌଷଧି ହିସାବରେ ଦିଆଯାଏ, ସେଠି ଡିଟରେନ୍ସ୍ ଗୋଟିଏ ନିଷ୍ଠୁର ଜୋକ୍ ।

ଭାରତ ଓ ପାକିସ୍ତାନ୍ ଉଭୟ ପରମାଣୁ ବୋମାର ଅଧିକାରୀ ଏବଂ ଦୁଇଦେଶର ସରକାରଙ୍କର ଅନୁସାରେ ଏଥିପାଇଁ ଯଥେଷ୍ଟ କାରଣ ରହିଛି । ବ୍ୟସ୍ତହେବାର କିଛି ନାହିଁ । ପରମାଣୁ ରସ ପିଇବା ପାଇଁ ଧାଡ଼ି ନିଶ୍ଚୟ ଲାଗିବ । ଇସ୍ରାଏଲ୍, ଇରାନ୍, ଇରାକ୍, ସାଉଦି ଆରବ୍, ଡେନ୍ମାର୍କ୍, ଜର୍ମାନୀ, ଭୂଟାନ୍, ମେକ୍ସିକୋ, ଲେବାନନ୍, ଶ୍ରୀଲଙ୍କା, ବର୍ମା, ବୋସ୍ନିଆ ।,ସିଙ୍ଗାପୁର,ଉତ୍ତର କୋରିଆ, ସ୍ୱିଡେନ୍, ଦକ୍ଷିଣକୋରିଆ, ଭିଏତ୍ନାମ୍, କ୍ୟୁବା, ଆଫ୍ଗାନିସ୍ତାନ୍, ଉଜ୍ବେକିସ୍ତାନ୍; ଏମାନେ ସମସ୍ତେ ବୋମା ତିଆରି ନ କରିବେ କାହିଁକି? ତାଙ୍କ ବାଡ଼ିରେ କ’ଣ ବାଇଗଣ ଫଳେନି? ସେମାନେ ବା କି ପାପ କଲେ? ତାଙ୍କର କ’ଣ ଶତ୍ରୁ ନାହାନ୍ତି? ସବୁ ଦେଶର ବୋମା ତିଆରି କରିବା ଆଉ ରଖିବା ପାଇଁ ବିଶେଷ ାଦାବି ଅଛି । ପ୍ରତି ଦେଶର ରକ୍ଷା କରିବା ପାଇଁ ସୀମା ଅଛି ଆଉ ବିଶ୍ୱାସ ଅଛି । ଯେତେବେଳେ ଆମ ଡୋଲି ବୋମାରେ ଫୁଲିଥିବ ଆଉ ପେଟ ଖାଲିଥିବ(ଡିଟରେନ୍ସ୍ ଗୋଟାଏ ହାଉଁସିଆ ଜନ୍ତୁ । ବହୁତ ଖାଏ, ପଇସା ଆଉ ଅନ୍ୟ ଅନେକ କିଛି!) ସେତେବେଳେ ଆମେ ଖାଦ୍ୟ ବଳରେ ବୋମାର ବେପାର କରିପାରିବା । ଆଉ ଯେତେବେଳେ ପାରମାଣବିକ ପ୍ରଯୁକ୍ତିବିଦ୍ୟା ପ୍ରକୃତରେ ବଜାରରେ ମିଳିବ, ପ୍ରତିଯୋଗିତା ଫଳରେ ଯେତେବେଳେ ାଦାମ୍ ସତକୁ ସତ କମିବ, ଯେତେବେଳେ କେବଳ ସରକାରମାନେ ନୁହଁନ୍ତି, ଯେକୌଣସି ପଇସାବାଲା-ସେ ବ୍ୟବସାୟୀ ହେଉ କି ଉଗ୍ରପନ୍ଥୀ କିମ୍ବା ମୋ ଭଳି ଗୋଟାଏ ଧନୀ ଲେଖକ - ନିଜପାଇଁ ଗୋଟାଏ ବ୍ୟକ୍ତିଗତ ଅସ୍ତ୍ରାଗାର ରଖିପାରିବ । ସେତେବେଳେ ହିଁ ହେବ ପ୍ରକୃତ ମଜା । ପୃଥିବୀ ସାରା ଫୁଟିଥିବ ସୁନ୍ଦର କ୍ଷେପଣାସ୍ତ୍ରମାନ ଆଉ ଜନ୍ମ ନେବ ଗୋଟାଏ ନୂଆ ବିଶ୍ୱ ବ୍ୟବସ୍ଥା, ଯେଉଁଠି ଶାସନ କରୁଥିବେ ଅଣୁ ସମର୍ଥକ ଗୋଷ୍ଠୀ । ପରସ୍ପରକୁ ଧମକ ଦେଇ କି ମଜା ମିଳିବ - ନୁହେଁ? ପାରମାଣବିକ ଖେଳଟା ଯେତେ ମାରାତ୍ମକ ହେବ, ଖେଳରୁ ସେତେ ମଜା ଆସିବ । ନା କଅଣ କହୁଛନ୍ତି? ଆମେ କାହାକୁ ବିଶ୍ୱାସ କରିବା ଆଉ କାହାକୁ ନ କରିବା ତାହା ଜାଣିବାର କିଛି ବାଟ ନଥିବ । କାରଣ

                       ୧୫