ପୃଷ୍ଠା:Panchati Prabandha.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବୋମା ଏତେ ଶସ୍ତା ହୋଇ ଯାଇଥିବ ଯେ ଯାହା କାହା ପାଖରେ ବି ଥିବା ସମ୍ଭବ ।

ପ୍ରତ୍ୟେକ ଖୁଚୁରା ଗୁଣ୍ଡାର, ଗୁଜବ ସୃଷ୍ଟିକାରୀର ଧମକରେ ଆତଙ୍କିତ ହେବାର କି ମଜା!କିଛି ନହେଲେ ଆମକୁ ଅଧିକ ବୋମା ତିଆରି କରିବା ପାଇଁ କାରଣ ମିଳିଯିବ ଯେ । ତେଣୁକରି ଯୁଦ୍ଧ ନହେଲେ ନହେଉ । ଏତେକ କଅଣ କଅମ୍ କଥା?

କିନ୍ତୁ ଏଇଠି ଆମେ ଟିକେ ଅଟକିବା ଧନ୍ୟବା ଦେବାପାଇଁ । କିନ୍ତୁ ଧନ୍ୟବାଦ ଦେବା ଯେ, ଦେବା କାହାକୁ? କରିତ୍ କର୍ମାମାନଙ୍କୁ! ବିଶ୍ୱନାୟକମାନଙ୍କୁ! ଭାଇ ଓ ଭଉଣୀମାନେ, ଯୁକ୍ତରାଷ୍ଟ୍ର ଆମେରିକାକୁ! ଆମର ଆମେରିକୀୟ ଭାଇମାନେ ଏଠାକୁ ଦୟାକରି ଆସନ୍ତୁ,ଠିଆ ହୁଅନ୍ତୁ ଏବଂ ଆମର ସାଷ୍ଟାଙ୍ଗ ପ୍ରଣାମ ଗ୍ରହଣ କରନ୍ତୁ । ଦୁନିଆର ଏତେ ମଙ୍ଗଳ କରିବା ପାଇଁ ଆପଣମାନଙ୍କୁ ଧନ୍ୟବାଦ । ଦୁନିଆକୁ ଲେଉଟାଇ ଦେବାପାଇଁ ଧନ୍ୟବାଦ । ଧନ୍ୟବାଦ ଆମକୁ ପାରମାଣବିକ ବାଟ ଦେଖୋଇବା ପାଇଁ । ଧନ୍ୟବାଦ ଜୀବନର ଅର୍ଥ ବଦଳାଇଦେବା ପାଇଁ । କାରଣ ବର୍ତ୍ତମାନଠାରୁ ଆମେ ମରିବାକୁ ଡରିବୁ ନାହିଁ, ଡରିବୁ ବଂଚିବାକୁ ।

ପରମାଣୁ ବୋମାଟିମାନ ଯେ କେବଳ ବ୍ୟବହାର ହେଲେ ମାରାତ୍ମକ, ଏଠାରୁ ଗଜମୁର୍ଖାମୀ ଆଉ କିଛି ନାହିଁ । କେବଳ ସେମାନଙ୍କର ଅବସ୍ଥିତି ହିଁ, ଆମ ଜୀବନର ଆଖପାଖରେ ସେମାନଙ୍କର ଉପସ୍ଥିତି ହିଁ, କଳ୍ପନାତୀତ ବିଭ୍ରାଟ ଘଟାଇବ । ପାରମାଣବିକ ଯୁଦ୍ଧାସ୍ତ୍ର ଆମର ଚିନ୍ତାକୁ ଅଧିକାର କରେ, ନିୟନ୍ତ୍ରଣ କରେ ଆମର ବ୍ୟବହାରକୁ । ଆମର ସମାଜକୁ ପରିଚାଳିତ କରେ, ଛାୟାଯୁକ୍ତ କରେ ଆମର ସ୍ୱପ୍ନମାନଙ୍କୁ । ଆଙ୍କୁଶିରେ ଭିଡ଼ିରଖେ ଆମର ମସ୍ତିଷ୍କକୁ । ପାରମାଣବିକ ଅସ୍ତ୍ର ପାଗଳାମିର ସୌଦାଗର,ସର୍ବଶେଷ ସାମ୍ରାଜ୍ୟବାଦୀ, ଯେକୌଣସି ମୃତ ବା ଜୀବିତ ଗୋରାଲୋକଠାରୁ ଆହୁରି ଗୋରା, ପୂରାପୂରି ଶୁଭ୍ର ।

ମୁଁ ସମସ୍ତଙ୍କୁ କେବଳ ଏତିକି କହିପାରିବି; ଏଠି ଭାରତର ସବୁ ମାଇପିଙ୍କୁ,ମିଣିପଙ୍କୁ, ପିଲାଙ୍କୁ, ଆଉ ଏଇ ସେଇଠି ଟିକେ ଦୂରରେ ଥିବା ପାକିସ୍ତାନର ସଭିଙ୍କୁ -ଏ ଆହ୍ୱାନକୁ ଦୟାକରି ବ୍ୟକ୍ତିଗତ ଭାବରେ ନିଅ । ତୁମେ ଯିଏ କିଏ ବି ହୋଇପାର, ହିନ୍ଦୁ,ମୁସଲମାନ, ସହରୀ, କୃଷିଜୀବୀ, ଯାଏ ଆସେ ନାହିଁ । ପରମାଣୁ ଯୁଦ୍ଧ ବିଷୟରେ ଏକମାତ୍ର ଭଲ କଥା ହେଲା କି ଏହା ପୂରାପୂରି ସାମ୍ୟବାଦୀ । ଏହା ମାନବ ଇତିହାସରେ ସବୁଠାରୁ ବଡ଼ ସାମ୍ୟବାଦୀ ଧାରଣା । ଠିକଣାଦିନ ତୁମ ଚରିତ୍ର ପଞ୍ଜିକା ଖୋଲିବାକୁ ଆଉ କେହି ନଥିବେ । ଧ୍ୱଂସ ହେବ ସମ୍ପୂର୍ଣ୍ଣ ଏବଂ ନିରପେକ୍ଷ । ବୋମା ତୁମ ବାଡ଼ି ପଟେ ନାହିଁ । ଅଛି ତୁମ ଦେହ ଭିତରେ । ଆଉ ମୋ ଦେହ ଭିତରେ । ସେଠି ସେଭଳି ମାରାତ୍ମକ ଜିନିଷ ରଖିବାର ଅଧିକାର କୌଣସି ଜାତିର,କୌଣସି ସରକାରର,କୋଣସି ମଣିଷର କିମ୍ବା ଈଶ୍ୱରର ନାହିଁ । ଯୁଦ୍ଧ ଆରମ୍ଭ ହୋଇନି ଆଉ ଆମେ ତେଜଷ୍କ୍ରିୟ ହୋଇଗଲୁଣି । ତେଣୁକରି ଦୟାକରି ବର୍ତ୍ତମାନ ଛିଡ଼ା ହୁଅ । ଆଉ କିଛି କୁହ । ସେ କଥା ଆଗରୁ କୁହାଯାଇଛି କି ନାହିଁ ଯାଏ ଆସେ ନାହିଁ । କିନ୍ତୁ ଏବେ ଦୟାକରି ଛିଡ଼ା ହୁଅ ଆଉ ନିଜ ପାଇଁ କିଛି କୁହ । ନିଜ ପାଇଁ,ନିଜର ଲୋକଙ୍କ ପାଇଁ ପରମାଣୁ ବୋମାର ଏ ସର୍ବଗ୍ରାସୀ ଆହ୍ୱାନକୁ ଦୟାକରି ବ୍ୟକ୍ତିଗତ ଭାବରେ ନିଅ ।

                          ୧୬