ପୃଷ୍ଠା:Netrutya O Netrutwa.pdf/୧୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫୦

ନେତୃତ୍ୱ ଓ ନେତୃତ୍ୱ

ନ ହେଲା, ତେବେ ସେ ଦୋଷ ମୋହର ନା ତୁମର ? ତଥାପି ତୁମେ ଯେବେ ଅନଶନ କର ଉଲ୍ଲଙ୍ଗ ରହ, ସେଥିପାଇଁ କଣ ମୁଁ ଦାୟୀ ? ତୁମର ମୃଦୁ ପରିବର୍ତ୍ତନରେ ମୋହର ବିଶ୍ୱାସ ନାହିଁଁ, ମୁଁ ଚାହେଁ ବିପ୍ଳବ ! ବିପ୍ଳବ ! ଏହି ଜଡ଼ ନିଦାରୂଣ ମାଟିର ମଧ୍ୟ ବିପ୍ଳବ ! ଏହା ହିଁ ମୋର କର୍ମ ଏବଂ ଏହା ହିଁଁ ଧର୍ମ ! ତୁମର ଉଦର, ତୁମର ମସ୍ତିଷ୍କ, ତୁମର ପ୍ରତି ଅବୟବ ଓ ପ୍ରତି ଇନ୍ଦ୍ରିୟରେ ମଧ୍ୟ ମୁଁ ଆଘାତ କରିଚି, ତୁମର ସବୁ ବିଶ୍ୱାସ ଓ ସକଳ ନୀତି ଉପରେ ମଧ୍ୟ- ଅର୍ଥନୀତି କୁ ନିରର୍ଥକ କରିଚି, ରାଜନୀତିରେ ଅରାଜକତା ଆଣିଚି, ଏବଂ ସମସ୍ୟାକୁ ତୁମର ତୀବ୍ରତର କରିଚି । ଏପରିକି, ଏ କ୍ଷଣି ତୁମ ରାଜଧାନୀ ପ୍ରସ୍ତାବକୁ ମଧ୍ୟ ଅସ୍ଥିର କରି ଦେଇଚି ।'

"ଏ ପ୍ରଦେଶରେ ବହୁ ସଂଖ୍ୟକ ଲୋକଙ୍କ ପରି ରାଜଧାନୀ ପାଇଁ ମୁଁ ବ୍ୟାକୁଳ ନୁହେଁ ।"

"ମୁଁ ବି ସେୟା କହେଁ - କଟକ ପାଇଁ ଏତେ ପକ୍ଷପାତ କାହିଁକି ? ମୋ ବିଚାରରେ ବରଂ ପୁରୀରେ ହେବା ହିଁଁ ବେଶି ସମୀଚୀନ । ପୁରୀ ଜଳବାୟୁରେ ଯେମିତି ବେଶି ନିଦ ହୁଏ, କଟକ ମଶାରେ ସେମିତି ଆଦୌ ନିଦ ହୁଏ ନାହିଁଁ । କଟକରେ ମହାନଦୀ, ମ୍ୟାଲେରିଆ, ମଶା ଓ ମଣିଷଙ୍କର ଅବସ୍ଥାନ ଯେମିତି ସୁବିଦିତ, ପୁରୀରେ ମଧ୍ୟ ମନ୍ଦିର, ମହାମାରୀ, ମଠ ଓ ମାଙ୍କଡମାନେ ସେହିପରି ସୁବିଖ୍ୟାତ । ତଥାପି କଟକ ଅପେକ୍ଷା ପୁରୀ ସଙ୍ଗେ ନୀତିଗତ ମିଳନ ମୋହର ଅଧିକ । ପୁରୀ ପରି ମୁଁ ମଧ୍ୟ ଏ ପ୍ରଦେଶରେ ଖ୍ୟାତି ଚାହେଁ, ଅଧିକାର ଲୋଡେଁ । ଦୁହେଁଯାକ ଅମେ ତୁମକୁ ସମାନ ଭୟ ଦେଖାଉଁ, ସମସ୍ତକୁ ପାପୀ ଅଧମ ବୋଲି ଚେତାଇ ଦେଉଁ । ଦୁହେଁ ଯାକ ହିଁଁ ତୁମ ପ୍ରଦେଶ ଲୋକଙ୍କୁ ସ୍ୱର୍ଗଦ୍ୱାର ଓ ମୁକ୍ତିମଣ୍ଡପ ଯିବାପାଇଁ