ପୃଷ୍ଠା:Netrutya O Netrutwa.pdf/୧୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୪୯

ଇତିହାସ ତିଆରି

ମରି ମଧ୍ୟ ଜୀଇଁଚି, ତାକୁ ଆଉ ଜୀଇଁବା କଥା ଶିଖାଇବ କିଏ ? ଓଡିଶାରେ ଏଭଳି ଲୋକ ଜନ୍ମିଚନ୍ତି ।'

'ହଁ ଜନ୍ମି ନ ଥିବେ କାହିଁକି । କିନ୍ତୁ ସେ ଜଣକ ମୋ ଠାରୁ କଦାପି ବଡ ନୁହନ୍ତି; କାରଣ ମୋର ପ୍ରତାପ ବଢ଼ିଲେ ତାହାର ପ୍ରତିକାର ପାଇଁ ଏଣ୍ଡୃଜଙ୍କୁ ନ ଡାକିଲେ ଉପାୟ ତୁମ୍ଭର ନାହିଁଁ । ଛି, ଛି , କି ଲଜ୍ଜା । ଏହା ହିଁଁ ତୁମ୍ଭର ଜୀଇଁ ଶିଖିବାର ଅର୍ଥ !'

'ଏଣ୍ଡୃଜ ଆମର ବନ୍ଧୁ, ପୀଡିତ ଓ ଅସହାୟର ସେବକ । ଖାଲି ଭାରତରେ ନୁହେ, ଗୋଟା ଇଂରେଜ ସାମ୍ରାଜ୍ୟରେ ସେ ଏଥିପାଇଁ ପରିଚିତ । ତୁମେ ଯେଉଁ ଅନଶନର ଲଜ୍ଜା ଏ କପାଳରେ ଲେଖି ଦେଇଚ, ତାକୁ ନିଭାଇବା ପାଇଁ ତାଙ୍କ ସାହାଯ୍ୟ ଲୋଡ଼ା ।'

'ନିତାନ୍ତ ଯଦି ତୁମ ପ୍ରଦେଶ ଲୋକେ ଅନଶନ କରନ୍ତି, ତା' ହେଲେ କିନ୍ତୁ ତାଙ୍କ ପାଖକୁ ଏଣ୍ଡୃଜଙ୍କୁ ଡାକି ନ ଆଣି ସେମାନଙ୍କୁ ବରଂ ଆଣ୍ଡାମନ ପଠାଇ ଅନଶନ କରିବାକୁ କହ ! ବାଃ, ଏଣ୍ଡୃଜ ତୁମର; ଗାନ୍ଧି ତୁମର, ମୁଁ କିନ୍ତୁ ତୁମର କିଛି ନୁହେ, ନା ? ଏଣ୍ଡୃଜ ତୁମ ଅନଶନ ଭଙ୍ଗିବେ, ଗାନ୍ଧି ତୁମକୁ ଲୁଗା ପିନ୍ଧାଇବେ, ଅଥଚ ମୁଁ --।'

ତୁମ ଛୋଟ ମୁହଁରେ ଏ ସବୁ ବଡ଼ ବଡ଼ ନାମ ଉଚ୍ଚାରଣ ଭଲ ଶୁଣାଯଏ ନାହିଁଁ | ଗାନ୍ଧିଙ୍କ ପରିହାସ କରିବା ଅର୍ଥ ଭାରତବର୍ଷର ସର୍ବଶ୍ରେଷ୍ଠ ଇଜ୍ଜତକୁ ପରିହାସ, ଏ କଥା ବୁଝ କି ?' 'କିନ୍ତୁ ମୁଁଇ ଖାଲି ତୁମକୁ ବେ-ଇଜ୍ଜତ୍ କରିଚି ? ମୋହର ବାରମ୍ବାର ଆଘାତରେ ଯେବେ ତୁମ ଜାତିଟାର ଚୈତନ୍ୟ ଉଦୟ