ପୃଷ୍ଠା:Netrutya O Netrutwa.pdf/୧୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୧୯

ଦୁଃଖ କ‌ହିବି କି ସୁଖ କ‌ହିବି

ଦୁହିଙ୍କ ମଝିରେ ଆଉ ଗୋଟାଏ ବଡ଼ ଫରକ ଏହି ଯେ ଫାସିଜିମ୍ ତାହାର ଶକ୍ତି ସଞ୍ଚୟ କରିଚି ମଧ୍ୟବିତ୍ତ ଅବସ୍ଥାପନ୍ନ ଲୋକଙ୍କ ଭିତରୁ । ଏହିମାନଙ୍କୁ ତୋୟାଜ କରି ଏବଂ ହତାଶ ଓ ଅସନ୍ତୁଷ୍ଟ ସୈନ୍ୟସାମନ୍ତଙ୍କ ସାହାଯ୍ୟରେ ମୁସୋଲିନିଙ୍କ କଳା କୁର୍ତ୍ତାଦଳ ରୋମ ଦଖଲ କରିଥିଲେ, ହିଟଲରଙ୍କ ଖଇରା କୁର୍ତ୍ତାଦଳ (Brown shirts) ମଧ୍ୟ ଏହିମାନଙ୍କୁ ନେଇ ଗଢ଼ା ଯାଇଥିଲା । କିନ୍ତୁ ସାମ୍ୟବାଦ ଶକ୍ତି ସଞ୍ଚୟ କଲା ଗରିବ କୃଷକ ଓ ସର୍ବ‌ହରା (Proletariat) ମାନଙ୍କୁ ଘେନି- ସେହିମାନଙ୍କ ବିପ୍ଳବ ହିଁ ରୁଷିଆ ସାମ୍ୟବାଦର ଦର୍ଶନୀୟ କାରଣ । ଧନୀ ଗରିବ ଭିତରେ ଯେ ସାଲିସ୍ ହେବା ଅସମ୍ଭବ ଏବଂ ଉଭୟଙ୍କ ସ୍ୱାର୍ଥ ଦେଖିବା ଅର୍ଥ ଯେ କାହାର ସ୍ୱାର୍ଥ ଦେଖିବା ହୁଏ ନାହିଁ, ସାମ୍ୟବାଦୀର ଏହା ବିଶ୍ୱାସ ଓ କାର୍ଯ୍ୟ ପନ୍ଥା ଠିକ୍ ଏହାର ଓଲଟା ।

ଦୁଇଟି ଶାସନ ସଂସ୍ଥାର ଉତ୍ପତ୍ତି ଯେମିତି ଦୁଇଟି ନିଆରା ଥାନରୁ ହୋଇଅଛି, ଦୁହିଙ୍କର ଆଦର୍ଶ ଓ ଲକ୍ଷ୍ୟ ମଧ୍ୟ ସେମିତି ଫରକ । ଏକତନ୍ତ୍ରବାଦ ତାହାର କାମ ଅନୁଯାୟୀ ପାର୍ଲିମେଣ୍ଟାରୀ ଶାସନ‌କୁ ଗୌଣ କରି ଏକ ଶକ୍ତିଶାଳୀ ଅଧିନାୟକତ୍ୱକୁ ସ୍ୱୀକାର କରିଅଛି । ଏକ ଶତାବ୍ଦୀ ପୂର୍ବେ ହେଗେଲ୍ ଯେମିତି ଜାତୀୟତାବାଦକୁ ଯେ କୌଣସି ରାଜ୍ୟର ଚରମ ପରିଣତି ବୋଲି ବିଶ୍ୱାସ କରିଥିଲେ ଏବଂ ତାହା ଅପେକ୍ଷା ଅଧିକତର ବିସ୍ତୃତ କୌଣସି ରାଜ୍ୟ ବା ସରକାରର ସମ୍ଭାବନାକୁ ଅସ୍ୱୀକାର କରିଥିଲେ, ଫ୍ୟାସିଷ୍ଟମାନଙ୍କ ଦର୍ଶନର ଲକ୍ଷ୍ୟ ତାହାହିଁ । କିନ୍ତୁ ସାମ୍ୟବାଦର ଲକ୍ଷ୍ୟ ଆନ୍ତର୍ଜାତିକତା (World State) - କାର୍ଲ ମାର୍କସଙ୍କ ବାଣୀ, "ଦୁନିଆର ମଜଦୂର, ଏକଜୁଟ ହୁଅ ।" କେବଳ ବାଣୀ ବୋଲି ନୁହେଁ, ଏତକ ସମ୍ଭବ ନ