ପୃଷ୍ଠା:Matir chasi jatir padmashri.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏବେ ସେ ଧାନ, ଗ‌ହ‌ମ, ପନିପରିବା ଆଦି ଫସଲ କଲେଣି । ଜାପାନୀ ପ୍ରଣାଳୀରେ ଧାନ‌ଚାଷ‌ଠାରୁ ଆରମ୍ଭ କରି ଆଜିକାଲିକା ତାଇରୁଙ୍ଗ ଧାନ ଚାଷ ଯାଏ ସବୁରକମ କରନ୍ତି । ଯେତେ ପ୍ରକାର ସାର ଅଛି ସେ ନିଜ କ୍ଷେତରେ ପ୍ରୟୋଗ କରନ୍ତି । ତାଙ୍କର ନିଜର ମଞ୍ଜି ବୁଣିବା, କୀଟାଣୁନାଶକ ଔଷଧ ବିଞ୍ଚିବା, ହଳ କରିବା ପ୍ରଭୃତି ପ୍ରାୟ ପ୍ରତ୍ୟେକ କାମ ପାଇଁ ଯନ୍ତ୍ରପାତି, କଳସବୁ ରଖିଛନ୍ତି । ତାଙ୍କ କ୍ଷେତରେ ସେ ଏଗାର ପ୍ରକାର ନୂଆ ଢ଼ଙ୍ଗରେ ଚାଷ କରିବାର ପରୀକ୍ଷା ଓ ପ୍ରୟୋଗ କରିଛନ୍ତି ।

ଯତୀନ୍ଦ୍ରନାଥ କ‌ହ‌ନ୍ତି ଯେ, ସରକାର ଛୋଟ ଛୋଟ ଚାଷୀମାନଙ୍କୁ ଏସବୁ ପ୍ରକାର ଜିନିଷ ଶସ୍ତା ଓ ସୁବିଧାରେ ଯୋଗାଇ ଦେବା ଦରକାର । ତା ସଙ୍ଗେ ସଙ୍ଗେ ସେମାନଙ୍କୁ ଏଥିପାଇଁ ଆର୍ଥିକ ସାହାଯ୍ୟ ଓ ଋଣ ଦେବା ଉଚିତ । ବର୍ତ୍ତମାନ ଏହା ଯେପରି ହେଉଛି ତାହା ସନ୍ତୋଷଜ‌ନ‌କ ନୁହେଁ । ମରୁଭୂମିରେ ବର୍ଷା ହେଲେ ଯେମିତି ତାର କିଛି ମୂଲ୍ୟ ରହେ ନାହିଁ, ସେମିତି ଏହା ହେଉଛି । ସେଥିପାଇଁ ଚାଷୀର ପ୍ରକୃତ ଆବଶ୍ୟକତା ଓ କାର୍ଯ୍ୟ ଦକ୍ଷତା ଦେଖି ସରକାର ଏ ସବୁ ସାହାଯ୍ୟ ଓ ଋଣ ଆଦି ଦେବା ଉଚିତ । ଯତୀନ୍ଦ୍ର ନାଥ ସେଇ ଅଞ୍ଚଳରେ ଜଣେ ସଂପ୍ରସାରଣ କର୍ମୀ ଭାବରେ ସମସ୍ତଙ୍କୁ ସାହାଯ୍ୟ ଓ ପରାମର୍ଶ ଦିଅନ୍ତି । ଏଦିଗରେ ତେଣୁ ତାଙ୍କର ଅନୁଭୂତି ଅଛି ଆଉ ଆନ୍ତରିକତା ଅଛି । ବର୍ତ୍ତମାନ ଦେଶର ଖାଦ୍ୟ ଅଭାବ ଦୂର କରିବା ପାଇଁ ତାଙ୍କ ବ୍ୟାକୁଳତାର ସୀମା ନାହିଁ । ସେ କ‌ହ‌ନ୍ତି, ଦେଶର ଶିକ୍ଷିତ ଯୁବକମାନଙ୍କୁ ଚାଷ ପ୍ରତି ଆକୃଷ୍ଟ ନ‌କଲେ