ପୃଷ୍ଠା:Bhasa o Jatiyata.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଓଡ଼ିଆଭାଷାକୁ ହିନ୍ଦୀ ବା ଇଂରାଜୀ ଭାଷା ନିକଟରେ ସମର୍ପଣ ନ କରି ଏହାକୁ ତା’ର ସମକକ୍ଷ କରିବା ଆବଶ୍ୟକ । ଏଭଳି ସ୍ଥିତିକୁ ଅନୁଭବ କରି ବିଭିନ୍ନ ସଭାସମିତିରେ ଓଡ଼ିଆପାଇଁ ଯେଉଁମାନେ କାନ୍ଦୁଛନ୍ତି ସେଇମାନେ ହିଁ ନିଜର ଭାଷା, ସଂସ୍କୃତି, ସ୍ୱାଭିମାନ ସୁରକ୍ଷା ବଳରେ ନିଜ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବାପାଇଁ ଇଂରାଜୀ ଓ ହିନ୍ଦୀ ମାଧ୍ୟମ ଶିକ୍ଷା ଉପରେ ଗୁରୁତ୍ୱ େଉଛନ୍ତି । ଯେଉଁ ପିଲାମାନେ ପରବର୍ତ୍ତୀ କାଳରେ ରାଜ୍ୟବାସୀଙ୍କ ଅର୍ଥରେ ଉଚ୍ଚଶିକ୍ଷା ପାଇ ଅର୍ଥଲୋଭରେ ରାଜ୍ୟ ବାହାର କିମ୍ବା ବିଦେଶେୀଙ୍କର ସେବାରେ ନିୟୋଜିତ ହେଉଛନ୍ତି । କିନ୍ତୁ ଯେଉଁମାନେ ଓଡ଼ିଆଭାଷାକୁ ଜାବୁଡ଼ି ଧରିଛନ୍ତି ସେମାନେ କୌଣସି ଉପାୟ ନ ପାଇ ଏହାକୁ ଅନ୍ତିମ ଆଶ୍ରୟ ଭାବରେ ଗ୍ରହଣ କରିଥିବାରୁ ଓଡ଼ିଆ ଭାଷା ଓ ଜାତିର କୌଣସି ବିକାଶ ହୋଇପାରୁନାହିଁ । ଏଭଳିସ୍ଥିତିରେ ଓଡ଼ିଆଭାଷା ବିକାଶର ଏକମାତ୍ର ଉପାୟ ହେଉଛି ତାମିଲଭାଷା ଯେପରି ନିଜକୁ ପୁରାତନ ବୋଲି ପ୍ରମାଣ କରିବାକୁ ଯାଇ ସଂସ୍କୃତ ସହିତ ସମସ୍ତ ସଂପର୍କ ଛିନ୍ନ କରି ନୂଆ ଉପାାନରେ ଗଢ଼ି ତୋଳିଛନ୍ତି, ସେହି ପଦ୍ଧତି ଆପଣେଇ ଓଡ଼ିଆଭାଷା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟଭାଷା ସମକକ୍ଷ ହେବାକୁ ପଡ଼ିବ । ତାହା ନ ହେଲେ ଆମ ପଡ଼ୋଶୀଭାଷାର ବି୍ୟାର୍ଥୀ ଆଷ୍ଟ୍ରୋ ଫିଜିକ୍ସ ପଢ଼ୁଥିବାବେଳେ ଆମ ରାଜ୍ୟର ବି୍ୟାର୍ଥୀ କେଉଁ ଗ୍ରହପାଇଁ କେଉଁ ରଙ୍ଗର ରତ୍ନ ଧାରଣ କରିବାକୁ ପଡ଼ିବ ତାହା ପାଠକରିବେ । ସେମାନେ ଚନ୍ଦ୍ରରେ ଜଳ ଅନ୍ୱେଷଣ କରୁଥିବାବେଳେ ଆମ ବିଦ୍ୟାର୍ଥୀ ଚନ୍ଦ୍ରପୂଜାରେ ବ୍ୟସ୍ତ ଥିବେ । ମାତୃଭାଷା ଶିକ୍ଷା ନାମରେ ବଳିଆ ପଣ୍ଡିତେଙ୍କ ଜ୍ଞାନକୁ ଅନୁକରଣ କରି ଜାତିର ଗତିକୁ ଆହୁରି ନିମ୍ନକୁ ନେଇଯିବେ ।

(୭) ପ୍ରବାସୀ ଓଡ଼ିଆଙ୍କୁ ଭାଷାଶିକ୍ଷା: ଭାଷା ଭିତରେ ସଂପୂର୍ଣ୍ଣ ଓଡ଼ିଆ । ଅଞ୍ଚଳକୁ ନେଇ ଓଡ଼ିଶାରାଜ୍ୟ ଏ ପର୍ଯ୍ୟନ୍ତ ଗଠନ ହୋଇପାରିଲା ନାହିଁ । ଏବେ ମଧ୍ୟ ଓଡ଼ିଶା ବାହାରେ ଆନ୍ଧ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଶେରେ ବହୁ ଓଡ଼ିଆ ଅଞ୍ଚଳ ରହିଯାଇଛି । ସେହିସବୁ ଅଞ୍ଚଳର ଓଡ଼ିଆ ପରିବାର ଆଜି ବାଧ୍ୟ ହୋଇ ହିନ୍ଦୀ, ବଙ୍ଗଳା, ତେଲୁଗୁ ଶିଖୁଛନ୍ତି । ଅନ୍ୟପକ୍ଷରେ ବୃତ୍ତି ଉଦ୍ଦେଶ୍ୟରେ ବହୁ ଓଡ଼ିଆପରିବାର ବିଦେଶେରେ ଅବସ୍ଥାନ କରୁଛନ୍ତି । ଏହି ପ୍ରବାସୀ ଓଡ଼ିଆଙ୍କ ସନ୍ତାନ ଓଡ଼ିଆ ଭାଷା ଶିକ୍ଷାଠାରୁ ବହୁଦୂରରେ ରହୁଥିବାରୁ ଓଡ଼ିଆ ଜାତି ପ୍ରତି ଏମାନଙ୍କର ଆନ୍ତରିକତା ଧୀରେଧୀରେ ଲୋପ ପାଇଯାଉଛି । ବର୍ତ୍ତମାନକାଳରେ ପ୍ରତ୍ୟେକଜାତିର ମୁଖ୍ୟ ସ୍ରୋତ ହେଉଛି ଏହି ପ୍ରବାସୀଗଣ । ଏମାନେ କେବଳ ଜ୍ଞାନୀ, ଗୁଣି, କର୍ମଠ ଏବଂ କର୍ମକୁଶଳୀ ନୁହନ୍ତି, ବରଂ ସ୍ୱକୀୟ ପ୍ରତିଭାବଳରେ ଦେଶବିଦେଶରେ ସୁନାମ ଅର୍ଜନ କରିଅଛନ୍ତି । ଘିଅ ଭଳି ଗୋଟିଏ ଜାତିର ଏହି ସ‌ର୍ବତ୍କୃଷ୍ଟ ପ୍ରତିଭା ଯେତେବେଳେ ଜାତି ସହିତ ସଂପର୍କ କାଟିିଦିଏ ସେତେବେଳେ ଜାତିର ଜଡ଼ତା ଆସିଯାଏ । ଜ୍ଞାନବିଜ୍ଞାନର ବିକାଶ ନ ଘଟିବାରୁ ଏହି ଜାତି ପକ୍ଷାଘାତ ରୋଗୀପରି କେବଳ ମୃତ୍ୟୁକୁ ଅପେକ୍ଷା କରିରହେ । ଯେପରି ବର୍ତ୍ତମାନର ମୈଥିଳୀଭାଷା ନିଜ ସନ୍ତାନଗଣଙ୍କ ମୁଖରେ ଉଚ୍ଚାରିତ ନ ହୋଇ ମୁମୁର୍ଷୁ ଅବସ୍ଥାରେ ମୃତ୍ୟୁକୁ ଅପେକ୍ଷା କରି ରହିଛି । ଆଜି ଓଡ଼ିଆଭାଷା ଯଦି ନିଜର ଏହି ପ୍ରବାସୀ ଓଡ଼ିଆଗଣଙ୍କୁ ଆକୃଷ୍ଟ