ପୃଷ୍ଠା:Bhasa o Jatiyata.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଗଲେ ଓଡ଼ିଆଶବ୍ଦ ବଦଳରେ ଗୁଡ଼ାଏ ଇଂରାଜୀଶବ୍ଦ ଆମ ଯନ୍ତ୍ରୀଗଣଙ୍କ ଓଠକୁ ଚାଲିଆସୁଛି । ଏମାନଙ୍କୁ ଜବ, ଗିରା, ଅଙ୍ଗୁଳ, ଚଉଠ, ପାଆ, ଚାଖଣ୍ଡ, ମୁଠୁରୀ, ହସ୍ତ, କାଠି ଇତ୍ୟାିଦି ଶବ୍ଦ ଅବୁଝା, ଅଜଣା ଲାଗିପାରେ । ମାତ୍ର ରଥ ତିଆରି କରୁଥିବା ପୁରୀର ସେହି ପାରମ୍ପରିକ ମହାରଣାଏ ଏହି ଶବ୍ଦ ପ୍ରୟୋଗ କରି କାଠର ବିଶାଳ ରଥ ତିଆରି କରୁଛନ୍ତି, ଯାହାକୁ ସମଗ୍ର ଓଡ଼ିଆ ଜାତି ଅତି ଖୁସି ମନରେ ବଡ଼ଦାଣ୍ଡରେ ଚଳାଉଛନ୍ତି । ବୋଧହୁଏ ଏହି ମାପ ନିର୍ଭୁଲତାକୁ ନେଇ ଓଡ଼ିଆ ଜାତି ଗଢ଼ିଥିଲା କାରୁକାର୍ଯ୍ୟମୟ ମନ୍ଦିରମାଳ, ଅଥଚ ସେହି ମାପ ପଦ୍ଧତି ସହିତ ନାମ ମଧ୍ୟ ଓଡ଼ିଆ ଜାତିରୁ ଲୁପ୍ତ । ବର୍ତ୍ତମାନ ଯେପରି ମାଣ, ମହଣ,ପାଆ, ଛଟାଙ୍ଗ ଇତ୍ୟାି ପରିମାପକ ଶବ୍ଦ ଲୋପ ହେବାକୁ ଯାଉଛି ।

ତେଣୁ ଶବ୍ଦକୁ ହଜାଇ ଯଦି କହିବା ଓଡ଼ିଆଭାଷାର ଶବ୍ଦଭଣ୍ଡାର ଦୁର୍ବଳ, ଏହା କେବଳ ପ୍ରବଚନା ବ୍ୟତୀତ ଆଉ କିଛି ନୁହେଁ । ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ହେଲେ ଆମକୁ ଏହି ପ୍ରାଚୀନ ଶବ୍ଦ ପୁଣି ଥରେ ଖୋଜିବାକୁ ପଡ଼ିବ । ଏଥିସହିତ ବିଭିନ୍ନଭାଷା ସଂସ୍ପର୍ଶରେ ଆସି ନୂଆନୂଆ ବୈଜ୍ଞାନିକ ଆବିଷ୍କାର ଯୋଗୁଁ ଯେଉଁ ଶବ୍ଦଗୁଡ଼ିକ ଓଡ଼ିଆ ଶବ୍ଦଭଣ୍ଡାରକୁ ଧସେଇ ପଶୁଛନ୍ତି, ସେଗୁଡ଼ିକୁ ମଧ୍ୟ ସଂଗ୍ରହକରି ଅଭିଧାନ ମଧ୍ୟରେ ବାନ୍ଧି ରଖିବାକୁ ପଡ଼ିବ । ଏଥିପାଇଁ ଏକ ବୃହତ୍ ଓଡ଼ିଆ ଅଭିଧାନ ପ୍ରସ୍ତୁତ କରାଯାଉ । ସାରଳାଙ୍କ ମହାଭାରତ, ଭଞ୍ଜଙ୍କ ରଚନାବଳୀ, ପ୍ରହରାଜଙ୍କ ଭାଷାକୋଷ କିଛି ମାତ୍ରାରେ ଏହାର ସହାୟକ ହୋଇପାରେ, ମାତ୍ର ଓଡ଼ିଆ ଶିଳ୍ପୀକୁଳଙ୍କ ଓଠରେ ପାରମ୍ପରିକ ଭାବେ ଗଡ଼ିଆସୁଥିବା ଶବ୍ଦଗୁଡ଼ିକୁ ସଂଗ୍ରହ କରିବା, ଓଡ଼ିଶା ଭୂଖଣ୍ଡରେ ଥିବା ୬୨ଟି ଜନଜାତିଙ୍କ ସହ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରେ କଥିତ ଲୋକଭାଷାରୁ ଶବ୍ଦସଂଗ୍ରହ କରିବା, ଗଣମାଧ୍ୟମଦ୍ୱାରା ସୃଷ୍ଟି ନୂଆଶବ୍ଦକୁ ମଧ୍ୟ ଏହି ଅଭିଧାନରେ ସ୍ଥାନିତ କଲେ ଓଡ଼ିଆ ଶବ୍ଦଭଣ୍ଡାର ଶକ୍ତିଶାଳୀ ହେବ । ଏଥିସହିତ ଶବ୍ଦସଂକଟ ଜନିତ ପରିସ୍ଥିତିରୁ ଓଡ଼ିଆଭାଷାକୁ ମୁକ୍ତ କରାଯାଇପାରିବ ।

(୯) ବିଚ୍ଛିନ୍ନତାବାଦ ବିଲୋପର ମାଧ୍ୟମ ଭାଷା : ଓଡ଼ିଆଭାଷା ପ୍ରତି ଆଉ ଏକ ବିପଦ ଆମ ଓଡ଼ଆଙ୍କ୍ରଦ୍ୱାରା ସୃଷ୍ଟି । ତାହା ହେଉଛି ଆଞ୍ଚଳିକ ବିଭେ । ଗତ ଶତାବ୍ଦୀରେ ଓଡ଼ଅି ।ତ୍ୱର ପରିଚୟପାଇଁ ହିନ୍ଦୀ ବିରୁଦ୍ଧରେ ଲଢ଼ଥି ôବା ପଶ୍ଚିମା•ଳର ଓଡ଼ଅି ।ଭାଷୀ ଆଜି ମାନକ ଓଡ଼ିଆଭାଷାର ସାର୍ବଭୌମତ୍ୱ ସ୍ୱୀକାର କରିବାକୁ ଅନିଚ୍ଛୁକ । ଅର୍ଥାତ୍ ନିଜକୁ ଓଡ଼ିଆବୋଲି ପରିଚୟ ବୋକୁ ଏମାନେ କୁଣ୍ଠିତ । ିନଥିଲା ସୁରେନ୍ଦ୍ର ସାଏଠାରୁ ଶ୍ରଦ୍ଧାକର ସୁପକାର ପର୍ଯ୍ୟନ୍ତ ସମସ୍ତ ଶିକ୍ଷିତ ଅଶିକ୍ଷିତ ଅଧିବାସୀ ନିଜକୁ ଓଡ଼ିଆ କହି ଗର୍ବ ଅନୁଭବ କରୁଥିଲେ । ଓଡ଼ିଆଭାଷା ପ୍ରତି ଆକ୍ରମଣ ହେଲେ ନିଜପ୍ରତି ଆକ୍ରମଣ ବୋଲି ଭାବୁଥିଲେ । ମାତ୍ର ଏଭଳି ମାନସିକତା ହୀରାକୁ ନୀବନ୍ଧ ନିର୍ମାଣ ପରେ ଧନପତି ମୁଷ୍ଟିମେୟ ମାରୁୱାଡ଼ି, କାମ ଖୋଜିବାକୁ ଆସିଥିବା ତେଲେଙ୍ଗା, ବିହାରୀ, କାନ୍ତରାଟୀ ପଞ୍ଜାବୀ ତଥା କୁଳହୀନ କିଛି ଉପକୂଳବାସୀଙ୍କ ଚକ୍ରାନ୍ତ ଓ ପ୍ରରୋଚନାରେ ଏହି ସାଧାରଣ ନିରୀହ ଓଡ଼ିଆ ଉପକୂଳ ଓଡ଼ିଶାବାସୀଙ୍କୁ ‘କଟ୍କୀ’ କହି ଗାଳିବୋ ସହ ମାନକ ଓଡ଼ିଆଭାଷାକୁ ‘କଟ୍କୀ ଭାଷା’ କହି ଘୃଣା କରୁଛନ୍ତି । ଅଥଚ ମାନକଭାଷାର ନାମକରଣ ଭାବେ ପଶ୍ଚିମର ସୁବର୍ଣ୍ଣପୁର