ପୃଷ୍ଠା:Bhasa o Jatiyata.pdf/୯୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଉ•ର କମିଶନର ଶୀଘ୍ର ନ େଇ ଜିଲ୍ଲା କଲେକ୍ଟର ଏବଂ ବିଭନ ି ୍ନ ସଭାରେ ଏହି ସମସ୍ୟା ଉପସ୍ଥାପନ ପୂର୍ବକ ଶିକ୍ଷିତ ଓଡ଼ିଆ ଓ ବଙ୍ଗାଳୀଙ୍କ ମତାମତ ଲୋଡ଼ିଲେ । କଟକଜିଲ୍ଲା କଲେକ୍ଟର ବାଉରିଂ ଓଡ଼ିଆଭାଷା ପ୍ରଚଳନକୁ ଅସ୍ୱୀକାର କରି ବଙ୍ଗଭାଷା ପ୍ରଚଳନ ଉପରେ ଗୁରୁତ୍ୱ େଇଥିବାବେଳେ କଟକ କମିଶନର ମିଲ୍ସ ଓ ଗୋଲ୍ଡବେରୀ ଓଡ଼ିଆଭାଷା ସପକ୍ଷରେ ମତ େଇଥିଲେ । ଉକ୍ରଳୀପିକା (୪.୧.୬୮) ମାଧ୍ୟମରେ ଓଡ଼ିଶାବାସୀ ମଧ୍ୟ ୃଢ଼ ପ୍ରତିବା ଜଣାଇଥିଲେ । କିନ୍ତୁ ୁଃଖର ବିଷୟ ଜନସାଧାରଣଙ୍କ୍ୱାରା ବଙ୍ଗ ସରକାରଙ୍କୁ ିଆଯାଇଥିବା ରଖାସ୍ତରେ ଓଡ଼ିଆଭାଷୀ ଅ•ଳ ପ୍ରତି ସରକାର ତଥା ବଙ୍ଗଭାଷୀ କର୍ମଚାରୀମାନଙ୍କର ଅବିଚାରର ତୀବ୍ର ପ୍ରତିବା ଉଲ୍ଲେଖ କରାଯାଇ ନ ଥିଲା ।

ତେବେ ସେ ଯାହାହେଉ କମିଶନର ରେଭେନ୍ସା ୨୧-୧୧-୬୭ରେ ସରକାରଙ୍କୁ େଇଥିବା ପତ୍ରରେ ଲେଖିଥିଲେ - “ଓଡ଼ିଶାରେ ବାସ କରୁଥିବା ବଙ୍ଗାଳୀମାନେ ଅସ୍ଥାୟୀ, ଏଠିକାର ସ୍କୁଲ ଶିକ୍ଷକ, ଡେପୁଟି ଇନ୍ସପେକ୍ଟର ଇତ୍ୟାି ହେଉଛନ୍ତି ବଙ୍ଗାଳୀ । ତେଣୁ ସ୍ୱାଭାବିକ୍ ଭାବରେ ନିଜଭାଷା ପ୍ରଚଳନପାଇଁ ଏମାନେ ଆଗ୍ରହୀ ଅଛନ୍ତି । ଫଳରେ ଓଡ଼ିଆଭାଷା ସଂପୂର୍ଣ୍ଣ ରୂପେ ଅବହେଳିତ । ଓଡ଼ିଆମାନଙ୍କ ମଧ୍ୟରେ ଶିକ୍ଷା ବିସ୍ତାର କରିବା ଯି ଆମର ମୌଳିକ ଲକ୍ଷ୍ୟ, ତେବେ ବିକଳ୍ପ ବଙ୍ଗଳାଭାଷାର ପ୍ରଚଳନ ଏ କ୍ଷେତ୍ରରେ ସଂପୂର୍ଣ୍ଣ କ୍ଷତିକାରକ ।” ଏହି ପତ୍ରରେ ସେ ବଙ୍ଗଳାଭାଷାକୁ ‘ଋଙ୍ଘଗ୍ଧକ୍ସବ ଖବଦ୍ଭଶଙ୍କବଶର’ କହି ଏହାର ପରିସୀମାକୁ ଓଡ଼ିଶାରେ ସୀମିତ କରିବା ସହ କହିଥିଲେ - “ଓଡ଼ିଶାର ବି୍ୟାଳୟରେ ଯେ କୌଣସି ଭାଷାର ଛାତ୍ର ଓଡ଼ିଆଭାଷାରେ ଶିକ୍ଷା ପାଇବେ । ବଙ୍ଗଳାଭାଷା ପଢ଼ିବାକୁ ଇଚ୍ଛାକଲେ ଏହାକୁ ଅତିରିକ୍ତ ଭାଷା ଭାବରେ ନେଇପାରନ୍ତି । ଓଡ଼ିଆଭାଷା ବାଧ୍ୟତାମୂଳକ କରିବାର କାରଣ ହେଲା- ବଙ୍ଗଳାଭାଷାରେ ବଙ୍ଗାଳୀମାନେ ପାଶ୍ କରି ଚାକିରି ପାଉଥିବାବେଳେ ଓଡ଼ିଆମାନେ ଅକୃତକାର୍ଯ୍ୟ ହୋଇ ସରକାରୀ ନିଯୁକ୍ତିରୁ ଯେଉଁ ବ•ôତ ହେଉଛନ୍ତି, ତାହା ଆଉ ଘଟିବ ନାହିଁ । ବରଂ ଓଡ଼ିଶାମାଟିରେ ଓଡ଼ିଆଙ୍କୁ ପ୍ରଶାସନ କାର୍ଯ୍ୟରେ ନିୟୋଜିତ କରି ଶାସନ ପ୍ରଣାଳୀକୁ ଆହୁରି ସ୍ଥାୟୀ ଓ ସୁୃଢ଼ କରିପାରିବା ।”

ଶେଷରେ ସେ ୁଇଟି ପରାମର୍ଶ େଇ ଲେଖିଥିଲେ -(୧) ଓଡ଼ିଆଭାଷା ମାଧ୍ୟମରେ ଶିକ୍ଷାାନର ବ୍ୟବସ୍ଥା ଓ ନର୍ମାଲ ସ୍କୁଲ ଗୁରୁ(ଶିକ୍ଷକ)ଟ୍ରେନିଂ ସ୍କୁଲ ସ୍ଥାପନ, ଏ ଉଭୟ ବିଷୟର ତ•୍ୱାବଧାରଣ ଉଦେ୍ଧଶ୍ୟରେ ଓଡ଼ଶି ।ପାଇଁ ଏକ ସ୍ୱତନ୍ତ୍ର ଶିକ୍ଷାବିଭାଗର ଇନ୍ସପେକ୍ଟର ପବୀ ସୃଷ୍ଟି କରିବା ଆବଶ୍ୟକ । (୨) ପୁସ୍ତକ ରଚନା ଓ ଏହାର ପ୍ରକାଶନ ଉପରେ ଗୁରୁତ୍ୱ ବୋ, କୌଣସି ମନୋନୀତ ଅନୁବା ପୁସ୍ତକକୁ ଅନୁବାକଙ୍କଠାରୁ ସ୍ୱ•୍ୱ କ୍ରୟକରି ପୁସ୍ତକ ପ୍ରକାଶ କରିବା, କିମ୍ବା ଆର୍ଥିକ ସାହାଯ୍ୟ ପ୍ରାନ କରିବା । ପୁସ୍ତକ ନିର୍ବାଚନବେଳେ ଲେଖକଙ୍କୁ ନିର୍ଭର ପ୍ରତିଶ୍ରୁତି ିଆଯିବା ଆବଶ୍ୟକ ଯେ ତାଙ୍କ ପୁସ୍ତକଟି ନିଶ୍ଚିତ ପାଠ୍ୟପୁସ୍ତକ ଭାବେ ସ୍ଥାନିତ ହେବ ଓ ଏଥିରୁ ନିର୍ଦ୍ଧିଷ୍ଟ ସଂଖ୍ୟକ ପୁସ୍ତକ ସରକାର କିଣିବେ । ଉଚ୍ଚକୋଟୀର ପୁସ୍ତକକୁ ବୋନସ୍ େଲେ ଲେଖକ ଏବଂ ପ୍ରକାଶକ ଉତ୍ସାହିତ ହୋଇ ପୁସ୍ତକ ରଚନା ଓ