ପୃଷ୍ଠା:Bhasa o Jatiyata.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
୪୧
 

ଭାଷା ଅନ୍ତର୍ଭୁକ୍ତ ଯେଉଁ ଓଡ଼ିଆ ବିଭାଗ ରହିଛି, ଯାହା କେବଳ ଓଡ଼ିଶାରୁ ଯାଉଥିବା କେତେକ ଗବେଷକଙ୍କ ଗବେଷଣା ପ୍ରକଳ୍ପ କାର୍ଯ୍ୟ ମଧ୍ୟରେ ସୀମାବଦ୍ଧ । କଲିକତାର ଶାନ୍ତିନିକେତନ ବିଶ୍ୱବି୍ୟାଳୟ ଯିଓ ଓଡ଼ିଶା ବାହାରେ ଓଡ଼ିଆ ଭାଷା ଶିକ୍ଷା ପ୍ରଚାର ଓ ପ୍ରସାର କରିବାର ଏକମାତ୍ର ଅନୁଷ୍ଠାନ, ମାତ୍ର ଏ ବିଭାଗର କାର୍ଯ୍ୟକଳାପ ଏପରି ସ୍ଥିତିରେ ପହ•ôଛି ଯେ, ଓଡ଼ିଆ ଭାଷା ଓ ସାହିତ୍ୟ ସଂପ ସୁରକ୍ଷା ସଂପର୍କୀତ କାର୍ଯ୍ୟ ଏଠାରୁ ଆଶା କରିବା ବୃଥା । ଏପରିକି ଓଡ଼ିଶା ଭିତରେ ଥିବା ବିଭିନ୍ନ ମହାବି୍ୟାଳୟ ବିଶ୍ୱବି୍ୟାଳୟରେ କାର୍ଯ୍ୟରତ ଆଧ୍ୟାପକ, ପ୍ରାଧ୍ୟାପକ ପ୍ରଫେସରଙ୍କ ନକରାତ୍ମକ ମନୋଭାବ, ଉାସୀନତା ଓ ଅଜ୍ଞାନତା ସର୍ବୋପରି ନିଜ ବିଭାଗ ପ୍ରତି ହୀନମନ୍ୟ ଭାବେ ଖେିଲେ ଯେକେହି ବୁଝିପାରିବ ଯେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଏପର୍ଯ୍ୟନ୍ତ କାହିଁକି ପାଇପାରୁ ନାହିଁ ।

ଆନ୍ତର୍ଜାତୀକ ବିଶ୍ୱବି୍ୟାଳୟ ଖୋଲିବାକୁ ଅ•ାଭିଡ଼ି ବାହାରିଥିବା ଆମ ସରକାର ଓଡ଼ିଶାବାସୀଙ୍କ ଜମି, ଜଳ, ବିୁ୍ୟତ ଶକ୍ତି ସବୁକିଛି ବୋକୁ ପ୍ରସ୍ତୁତ ଥିବାବେଳେ ପ୍ରତିବଳରେ ଏହି ବିଶ୍ୱବି୍ୟାଳୟରେ ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ଅଧ୍ୟାପନା ଓ ଗବେଷଣା ତଥା ଓଡ଼ିଶାର ଇତିହାସ ଓ ପ୍ରତ୍ନତା•୍ୱିକ ବିଭାଗର ପୁନରୁଦ୍ଧାରପାଇଁ ସ୍ୱତନ୍ତ୍ର ବିଭାଗ ମାଧ୍ୟମରେ ଗବେଷଣାକୁ ପ୍ରୋତ୍ସାହିତ କରିବାପାଇଁ ସ•ର୍ ରଖିନାହାନ୍ତି । ଏପରିକି ଏଥିପାଇଁ ସ୍ୱତନ୍ତ୍ର ଓଡ଼ିଆ ବିଶ୍ୱବି୍ୟାଳୟଟିଏ ସ୍ଥାପନ କରିବାକୁ ସରକାର ଚିନ୍ତାକରି ନାହାନ୍ତି । ଆନ୍ତର୍ଜାତୀୟ ବିଶ୍ୱବି୍ୟାଳୟ ଖୋଲିବା ଓ ଘରୋଇ ଶିକ୍ଷା ଉପରେ ଗୁରୁତ୍ୱ େଉଥିବା ଆମ ଆଗ ଧାଡ଼ିର ଓଡ଼ିଆ ବୁଦ୍ଧିଜୀବୀଗଣ ମଧ୍ୟ ଏହାକୁ ଗୁରୁତ୍ୱ େଉନାହାନ୍ତି । ତେଣୁ ଏପରି ସ୍ଥଳେ ଓଡ଼ିଆଭାଷାର ପ୍ରାଚୀନତା, ଐତିହ୍ୟକୁ ବିଶ୍ୱବାସୀଙ୍କ ନିକଟରେ କିଏ ଉପସ୍ଥାପିତ କରିବ? ତଥାପି ଆମଭଳି ଛୋଟିଆପ୍ରାଣରେ ଓଡ଼ିଆ ମନନେଇ ଯେଉଁ କେତେକ ଯୁକ୍ତି ଖୋେଇଛି, ତାହା ନିମ୍ନରେ ସଂକ୍ଷେପରେ ବର୍ଣ୍ଣନା କରୁଛୁ । ଆଶା, ଏହାକୁ ଭି•ିକରି କିମ୍ବା ବିଶେଷଜ୍ଞ ସମିତି୍ୱାରା ଏହାର ସତ୍ୟତା ନିରୂପଣ କରି ରାଜ୍ୟସରକାର ଓଡିଆଭାଷାକୁ କେନ୍ଦ୍ରସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରାନ କରିବାପାଇଁଁ ।ବିକରିବେ ।