ପୃଷ୍ଠା:Netrutya O Netrutwa.pdf/୧୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୪୬

ନେତୃତ୍ୱ ଓ ନେତୃତ୍ୱ

ହୋଇ ପାରିଥିଲ | ତୁମ ମୁହଁରୁ ଯେଉଁ ଶବ୍ଦ ବାହାରିବ, ତାହର ଅର୍ଥ ଠିକ ଥିବା ଉଚିତ |'
ଅର୍ଥ ! କେଉଁ ଶବ୍ଦର ଅର୍ଥ ବୁଝ, ମହାନଦି ? ଜହ୍ନ,କେଉଁ ଶବ୍ଦର ଅର୍ଥ ବୁଝ ତୁମେ ? ଦେଶ ? ଜାତି ? ବିବେକ ? ଦୁଃଖ ? ଦାରିଦ୍ର୍ୟ ? ସ୍ୱାସ୍ଥ୍ୟ ? ଜୀବନ ? ‌-କେଉଁ ଶବ୍ଦର ଅର୍ଥ ବୁଝ, ତାହା ହିଁ ମୁ ପ୍ରୟୋଗ କରିବି |'
'ନା ନା ତୁମର ଆକ୍ରମଣ ଏକାବେଳେ ବ୍ୟକ୍ତିଗତ,ତୁମର ଭାଷା ଭଦ୍ର ସମାଜର କିମ୍ବା ପାର୍ଲିମେଣ୍ଟର ସଂଗତ ଭାଷା ନୁହେଁ | ମୁଁ ଏହାର ଘୋର ପ୍ରତିବାଦ କରୁଚି ଏବଂ ଏ ରୂପ ଭାଷାକୁ ଫେରାଇ ନେବାକୁ ଦାବୀ କରୁଚି |'
'କେତେଟା ପାର୍ଲିଆମେଣ୍ଟର ଖବର ରଖ ତୁମେ ? ଯେଉଁ ସବୁ ପାର୍ଲିଆମେଣ୍ଟର ନାଁ ସବୁଠାରୁ ବେଶି ଯୋରରେ କାନରେ ଆମର ବାଜେ, ସେ ଗୁଡିକର ଚଟାଣ ଉପରେ ମଧ୍ୟ ବାକ୍ୟ ଦ୍ୱାରା ଯୋଡା ଯୋଡା ଚାବୁକ ପ୍ରୟୋଗ କରିବାର ୫୦୦ ଉଦାହରଣ ମିଳିବ ଏବଂ ତାକୁ ପୁଣି କର୍ମ ଦ୍ୱାରା ପ୍ରୟୋଗ କରିବାର ମଧ୍ୟ ଶହେଟା |'
ତଥାପି ଶୁଣିବା ଲୋକର କାନକୁ ଓ ମନକୁ ଭଲ ଲାଗିଲା ଭଳି ଭାଷା ଶିଷ୍ଟ ହେବା ଉଚିତ |'
'ବେଶି ବୋଲି ଯେବେ ଧାରଣା କରି ନ ପାର, ଭାରତବର୍ଷ ଶିଷ୍ଟଚାର ଶିଖିବାର ଅତି କମରେ ଦେଢଶ ବର୍ଷ ହେଲାଣି,ମହାନଦି | କିନ୍ତୁ ଫଳରେ ତାହା ଦେଢ ଇଞ୍ଚ ହେଲେ ଆଗେଇ ଥାନ୍ତା | ଯେଉଁ ଶିଷ୍ଟାଚାରର ଶୁଚି ବାୟୁ ଦ୍ୱାରା ତୁମେ ପୀଡିତ, ତାହା ଆମର ଏଇ ସମାଜ, ଏଇ ଶିକ୍ଷା, ଏଇ ଶାସନ, ଏଇ ସାହିତ୍ୟ ଓ