ପୃଷ୍ଠା:Netrutya O Netrutwa.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୨
ନେତୃତ୍ୱ ଓ ନେତୃତ୍ୱ


ଅଧିକାଂଶ ଛାତ୍ରଙ୍କୁ ଅଧିକାଂଶ ସମୟ ହିଁ ଅମନଯୋଗୀ କରେ କିମ୍ବା ପୂର୍ଣ୍ଣ ରୂପେ ସମସ୍ତ ଚିତ୍ତବୃତ୍ତିକୁହିଁ ଶୁଆଇ ରଖେ ।

ପ୍ରଚଳିତ ଶିକ୍ଷା-ପ୍ରଣାଳୀର ସ‌ହସ୍ର ତ୍ରୁଟି ଓ ଅଭାବ ଥିବା ସତ୍ୱେ ଅନ୍ୟ ଉତ୍କୃଷ୍ଟତର ପଦ୍ଧତିର ପ୍ରବର୍ତ୍ତନ ନ ହେବାଯାଏ, କୌଣସି ବିଚାର-ବାନ୍ ଲୋକ ଏ ଶିକ୍ଷାକୁ ଗ୍ରହଣ ନ କରିବାପାଇଁ ଛାତ୍ରମାନଙ୍କୁ ପରାମର୍ଶ ଦେଇ ନ ପାରେ । କିନ୍ତୁ କ୍ଳାସ ଭିତରେ ଶୋଇ ରହିବାର ଅଭ୍ୟାସଟାକୁ ବାହାରକୁ ଆସି ଭାଙ୍ଗି ଦେବା ପାଇଁ, କଲେଜ କିମ୍ବା ସ୍କୁଲ ହତା ବାହାରେ ଆଉ ଟିକିଏ ପ୍ରାଣ-ପ୍ରବାହ, ଆଉ ଟିକିଏ ଆଶା ଆକାଂକ୍ଷାର ଉତ୍ତେଜନା ଉଦ୍ଦୀପନ କରି ଦେବା ପାଇଁ ଦେଶ ବିଦେଶରେ ନଈ ପାହାଡ଼ରେ, କୁସ୍ତି କସରତରେ, ଟେନିସ୍ କ୍ରିକେଟ୍‌ରେ ସମସ୍ତଙ୍କର ଦେଖିବା ଭଳି ଟିକିଏ ଅଧିକ ଉପଯୁକ୍ତ ହେବା ପାଇଁ; ଆଉ ମଧ୍ୟ ବର୍ଷ ବର୍ଷ ଧରି ପଲାଓ ଏବଂ ପାଲା ଅଥବା ଥିଏଟର ନାମରେ ଯେଉଁ ଗଣେଶ ଚତୁର୍ଥୀ ଓ ସରସ୍ୱତୀ ପୂଜା ହୁଏ; ପୁଣି ସେଥି ପାଇଁ ସ୍କୁଲ କଲେଜର ସବୁ ଛାତ୍ରଙ୍କୁ ଟ୍ୟାକ୍‌ସ ଗଣିବାକୁ ପଡ଼େ, ତାହାର ଅର୍ଥଟା ଆହୁରି ଭଲ କରି ବୁଝିବା ପାଇଁ, ଖେଳ ପଡ଼ିଆରେ ପରସ୍ପର ପ୍ରତି ଆଉ ଟିକିଏ ଭଦ୍ର ବ୍ୟବ‌ହାର କରିବା ପାଇଁ, ସିନେମା କିମ୍ବା ଥିଏଟର ଗୃହ ଭିତରେ ଆଉ ଟିକିଏ ସାଧାରଣ ଶିଷ୍ଟାଚାର ଅଭ୍ୟାସ କରିବା ପାଇଁ, ରାସ୍ତାରେ, ଘାଟରେ, ଗାଡ଼ିରେ ନୌକାରେ ଆଉ ଟିକିଏ ମର୍ଯ୍ୟାଦା ଜ୍ଞାନର ପରିଚୟ ଦେବା ପାଇଁ ଅର୍ଥାତ୍ ସବୁ ଅବସ୍ଥାରେ ଛାତ୍ରକୁ ଟିକିଏ ଜୀବିତ ହେବା ପାଇଁ ଯେ କୌଣସି ଚକ୍ଷୁଥିବା ଲୋକ ଇଚ୍ଛା କରିବ ।


କିନ୍ତୁ ଏ ସମସ୍ତ ହାସଲ କଲେ ମଧ୍ୟ ଛାତ୍ର ବା ଯୁବକର ଆଉ ଦୁଇଟି ବାଧ୍ୟତା ମୂଳକ କର୍ତ୍ତବ୍ୟ ଅଛି । ତାହା ହେଉଛି ବିବାହ ଓ