ପୃଷ୍ଠା:Netrutya O Netrutwa.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୫
ନବଯୁଗ ସାହିତ୍ୟ ସଂସଦ୍ ଉଦ୍‌ବୋଧନ

ଯୁବତୀର ଅବାଧ ମିଶ୍ରଣ ସମାଜରେ ସମ୍ଭବ ହୋଇ ନାହିଁ । ସେ କ୍ଷେତ୍ରରେ ପ୍ରାୟ ସବୁ ଯୁବତୀଙ୍କର ସ୍ୱାମୀ ହୁଏ ପ୍ରଥମ ପୁରୁଷ ଆଉ ସବୁ ଯୁବକଙ୍କର ପତ୍ନୀ ହୁଏ ପ୍ରଥମା ନାରୀ ।


ଏ ରୂପ ବିବାହର ଆରମ୍ଭରେ ଟିକିଏ ସ୍ୱାଧୀନତାର ଗନ୍ଧ ଥିଲେ ହେଁ, ବିବାହ ସରିଲେ ଏହାର ମଧ୍ୟ ସବୁ ସ୍ୱାତନ୍ତ୍ର୍ୟ ଲୋପ ପାଏ । ଏଥିରୁ ମଧ୍ୟ ପୁରୁଷ କିମ୍ବା ନାରୀକୁ ମୁକ୍ତି ମିଳିବାର ବାଟ ଅତି କଣ୍ଟକମୟ । ଏଥିରେ ମଧ୍ୟ ଥରେ ବିବାହ କରିବାର ଅର୍ଥ, ଆଜୀବନ ବିବାହ କରିବା । ଚିରସ୍ଥାୟୀ ବିବାହ ଯଥା ଅର୍ଥରେ ସଫଳ ନୁହେଁ । ଜଣେ ପୁରୁଷ ଜଣେ ସ୍ତ୍ରୀକୁ ମୃତ୍ୟୁ ପର୍ଯ୍ୟନ୍ତ ବିବାହ କରି ରହିବାକୁ ମୁଁ ଅବଶ୍ୟ ଦୋଷାବ‌ହ ବୋଲି କ‌ହୁ ନାହିଁ । କିନ୍ତୁ କେହି ଯଦି ମୋତେ ବୁଝାଏ ଯେ, ଜଣେ ପୁରୁଷ ଏବଂ ଏକ ମାତ୍ର ସ୍ତ୍ରୀ ତିରିଶ ଚାଳିଶ ବର୍ଷ ଏକତ୍ର ବିବାହ କରି ଅକ୍ଷୁର୍ଣ୍ଣ ପ୍ରେମ ଓ ସ୍ୱାଚ୍ଛନ୍ଦ୍ୟ ଉପଭୋଗ କରୁଅଛନ୍ତି, ତାହାହେଲେ ମୁଁ ମୋହର ବକ୍ତାଙ୍କୁ ପୁଣି ସେହି ସ୍ତ୍ରୀ ପୁରୁଷଙ୍କୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖିବି । କାରଣ, ପ୍ରେମିକ ପ୍ରେମିକା ବା ଯୁବକ ଯୁବତୀ ଯେତେବେଳେ ପୁରୁଷ ଓ ନାରୀ ଅଥବା ଗୃହସ୍ଥ ଓ ଗୃହିଣୀ ହୁଅନ୍ତି, ସେତେବେଳେ ଏହି ପ୍ରଥମ ତାରୁଣ୍ୟର ଭାବାବେଗ ବା ପ୍ରେମ ବସ୍ତୁଟା କି ଅକ୍ଷୁର୍ଣ୍ଣ ଓ ଅପ୍ରତିହତ ରହିପାରେ, ତାହା ଧାରଣା କରିବାକୁ ମୋ ମସ୍ତିଷ୍କ ପ୍ରସ୍ତୁତ ନୁହେଁ ।

ଆଉରି ମଧ୍ୟ ଯେଉଁଠାରେ ଏକ ମାତ୍ର ପୁରୁଷ ଓ ଏକ ମାତ୍ର ନାରୀର ବିବାହ ଆଜୀବନ-କଏଦୀ ସଙ୍ଗେ ସମାନ ସେଠାରେ