ସେଥିରେ ମୀମାଂସା ହୁଏ କି ? ଚାକିରିର ସମସ୍ୟା, ଉପାର୍ଜନର ସମସ୍ୟା, କେବଳ ଏହି ଦେଶର ନୁହେ , ବନ୍ଧୁଗଣ ! ଏହା ସମଗ୍ର ପୃଥିବୀବ୍ୟାପୀ । ଏହାର ମୀମାଂସା ଲାଗି ରୁଜ୍ଭେଲ୍ଟ ନିଉଁଡ଼ିଲ୍ କାଢ଼ିଛନ୍ତି ଓ ଲୟେଡ଼୍ ଜର୍ଜ ତାହାର ଆବୃତ୍ତି କରିଛନ୍ତି, ମୁସୋଲିନ୍ ଆବିସିନିଆକୁ ସୁସଭ୍ୟ କରିଛନ୍ତି କିମ୍ବା ହିଟ୍ଲର ଯୁଦ୍ଧଋଣ ଶୁଝିବେ ନାହିଁ ବୋଲି ମତ୍ଲପ ଅଣ୍ଟିଚନ୍ତି; ଯୁଗୋସ୍ଳେଭିଆର ରାଜା ଓ ଅଷ୍ଟ୍ରିୟାର ଡ଼ିକ୍ଟେଟରଙ୍କୁ ମସ୍ତକ ଦେବାକୁ ହୋଇଛି । ଜାପାନ ବଜାର ଦର ଶସ୍ତା କରୁଚି କିମ୍ବା ଭାରତ ସରକାର ବେଶି ସଂଖ୍ୟାରେ ମନ୍ତ୍ରୀ ନିୟୋଗ କରୁଚନ୍ତି ; କିନ୍ତୁ ଯାହାପାଇଁ ଏତେ ଆୟୋଜନ ସେ ଏ ସମ୍ବନ୍ଧରେ ଚିନ୍ତା କରେ କି ? ଯଦି କରେ, ତେବେ ତାହା ସମାଜ ଓ ରାଷ୍ଟ୍ର ଦୃଷ୍ଟିରୁ, କିମ୍ବା ନିଜର ବ୍ୟକ୍ତିଗତ ସୁବିଧା ପାଇଁ ? ସାମାଜିକ ଓ ରାଷ୍ଟ୍ରିକ ସମାଧାନ ନ ହେବାଯାଏଁ ବ୍ୟକ୍ତିର ସମାଧାନ ସମ୍ଭବ କି ?
ବ୍ୟଷ୍ଟି ଓ ସମଷ୍ଟିର ସବୁ ସୂତ୍ର , ସବୁ ସମ୍ବନ୍ଧ ବୁଝି ଶିକ୍ଷିତ ତରୁଣ ପକ୍ଷରୁ ଯାହା ଆଶା କରାଯାଏ , ସେ ସବୁ ପୂରଣ କରିବା ପାଇଁ ସେ ଆଜି କେତେ ଦୂର ସମର୍ଥ ହୋଇଛି ? ସମଷ୍ଟି-ଶିକ୍ଷା, ସମଷ୍ଟି-ବିବାହ , ସମଷ୍ଟି-ଉତ୍ପାଦନ ପ୍ରଭୃତି କଥାଗୁଡ଼ିକ ଯୁବକ ପକ୍ଷରେ କଣ ଖାଲି ଶୁକପକ୍ଷୀର ଭାଷା ? ଯେଉଁ ସମାଜ, ଯେଉଁ ଶିକ୍ଷା, ଯେଉଁ ବ୍ୟବସାୟ ଓ ଯେଉଁ ରାଷ୍ଟ୍ର ପୃଥିବୀର ବହୁ ଓ ସର୍ବାଧିକ ଅଂଶ ପାଇଁ ବାଞ୍ଛନୀୟ, ତାହା ହିଁ ଯେ ସର୍ବୋପେକ୍ଷା ଅଧିକ ଯୁକ୍ତି ଯୁକ୍ତ, ଏ କଥା ମଧ୍ୟ ଯୁବକର ମସ୍ତିଷ୍କରେ ପୂରାଇ ଦେବାକୁ ହେବ ? ଏ ସବୁ କ୍ଷେତ୍ରରେ ନିଜର ଚିନ୍ତା ଓ କର୍ମଦେବାକୁ ହେବ ? ଏ ସବୁ କ୍ଷେତ୍ରରେ ନିଜର ଚିନ୍ତା ଓ କର୍ମଯୋଜନା ପାଇଁ ଭବିଷ୍ୟତର ଯାତ୍ରୀମାନଙ୍କର ଯେଉଁ କର୍ତ୍ତବ୍ୟ ,