କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ହ ଚମ୍ପୂ

ଉଇକିପାଠାଗାର‌ରୁ
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ହ ଚମ୍ପୂ

ହ ଚମ୍ପୂ
(ରାଗ ଗୌଡ଼ା)

ହରି ଆମ୍ଭର ହେ, ଏତ ପ୍ରାଣର ଧନ[୧] ।ପଦ।

ହରିହୟମଣିକି ଜିଣିଛି ଅପଘନ,
ନିନ୍ଦୁଅଛି ଇନ୍ଦୁକୁ ବଦନ ଗୋ ।୧।

ହଜାର ସଂଖ୍ୟକ ହେଲେ ହେଲେହେଁ ମଦନ,
ନୋହିବ ଏ ମୋହନ ସମାନ ଗୋ ।୨।

ହଜି ନ ଯିବ ଜୀମୂତକେଶାର କି ଜ୍ଞାନ
ଶୁଣୁ ଶୁଣୁ ମୃଦୁ ବେଣୁଗାନ ଗୋ ।୩।

ହଟି ଥରେ କରିବା କି ରଦାମ୍ବର ପାନ,
ହେଉ ଫଳବନ୍ତ ଯଉବନ ଗୋ ।୪।

ହାର ମଧ୍ୟରେ ଆମ୍ଭ ତରଳରତନ ଗୋ,
ହେବେ କି ଏ ଯୁବତୀ ଜୀବନ ଗୋ ।୫।

ହୃଷ୍ଟ ହୋଇ ଅଷ୍ଟଦୁର୍ଗ ନମୁଚିସୂଦନ ଗୋ,
କରେ ଏ ରସରେ ବିରଚନ ଗୋ ।୬।

[୧] ତାଳପତ୍ର ପୋଥି ଅନୁସାରେ ‘ହରି ହାମାର ହେ ଏତ ପ୍ରାନେର୍ଦ୍ଧନ’। ଏଠାରେ ଉପରେ ବହୁପ୍ରଚଳିତ ‘ହରି ଆମ୍ଭର’ ଦିଆଗଲା । ମୂଳରେ କବି ବଙ୍ଗର ଶ୍ରୀଚୈତନ୍ୟଙ୍କ ପ୍ରଭାବରୁ ଭାବାବେଗରେ ବଙ୍ଗାଳୀ ଭାଷା ଭଳି ‘ହାମାର’ ଓ ‘ପ୍ରାନେର୍ଦ୍ଧନ’ ଲେଖିଥିବା ମଧ୍ୟ ଆଦୌ ଅସମ୍ଭବ ନୁହେଁ, କାରଣ କବିସୂର୍ଯ୍ୟ ନିଜ ରଚନାଗୁଡ଼ିକରେ ଅନ୍ୟତ୍ର ମଧ୍ୟ ଅନ୍ୟ ଭାଷାଗୁଡ଼ିକର ଶବ୍ଦ, ମାଧୁର୍ଯ୍ୟ ରକ୍ଷା କରି, ବ୍ୟବହାର କରିଛନ୍ତି, ଯେପରି ‘ଫଉଜ’ ।