ପୃଷ୍ଠା:Barnabodha (1901).pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବର୍ଣ୍ଣବୋଧ
୪୫

ତାହା ନ ଖାଇଲେ ଘରର ବାୟୁ ଦୁଷିତ ହୋଇ ନାନା ପୀଡା ଜନ୍ମାଇବ ।

ପକ୍ଷିମାନେ କି ସୁନ୍ଦର ବସା ନିର୍ମାଣ କରନ୍ତି । କାଠି, କୁଟା, ଶୁଷ୍କପତ୍ର, ରୋମ ପ୍ରଭୃତି ନେଇ ପକ୍ଷିମାନେ ତାହାଦ୍ୱାରା ବସା ନିର୍ମାଣ କରନ୍ତି । ଏକ ଏକ ଜାତି

ପକ୍ଷୀ ଏକ ଏକ ପ୍ରକାର ବସା ନର୍ମାଣ କରନ୍ତି । ପକ୍ଷିମାନେ ବସା ମଧ୍ୟରେ ଡିମ୍ବ ରଖି, ଡିମ୍ବଗୁଡିକ ବାରମ୍ବାର ଉଷୁମା- ଇଲେ, ଡିମ୍ବ ମଧ୍ୟରୁ ପକ୍ଷିଶାବକ

ବାହାରନ୍ତି । ଶାବକମାନେ ଡିମ୍ବରୁ ବାହାରିଲା କ୍ଷଣି ଉଡି ପାରନ୍ତି
ନାହିଁ । ସେମାନଙ୍କର ବାପା ମା ସେମାନଙ୍କୁ ଅତି ଯତ୍ନରେ ଖୁଆଇ ରକ୍ଷା
କରନ୍ତି । ଏହି ପ୍ରକାରେ କ୍ରମେ କ୍ରମେ ସବଳ ହୋଇ ଶାବକମାନେ
ଆକାଶରେ ଉଡିବାକୁ ଶିଖନ୍ତି ।

ସୁନ୍ଦର ସଂସାର ।

ଆକାଶ ଦିଶେ କି ସୁନ୍ଦର,
ତାହାକୁ ରଚିଲେ ଈଶ୍ୱର ।
ଉଜ୍ଜ୍ୱଳ ସୂର୍ଯ୍ୟ, ଚନ୍ଦ୍ର, ତାରା,
ନୀଳ ସମୁଦ୍ର ଶ୍ୟମ ଧରା ।
ପର୍ବତ, ନଦୀ, ତରୁମାନ,
ସୃଜିଲେ ପ୍ରଭୁ ଭଗବାନ ।