ଉଇକିପାଠାଗାର:ଜନ୍ମତିଥି/୧/ନିର୍ଘଣ୍ଟ/ସୂଚନା

ଉଇକିପାଠାଗାର‌ରୁ

ସନ୍ଧ୍ୟା ୫:୧୫-୫:୩୦:ସଭାର ସଂକ୍ଷିପ୍ତ ସୂଚନା (ଡ. ସୁବାସ ଚନ୍ଦ୍ର ରାଉତ)[ସମ୍ପାଦନା]

ବିଦ୍ର: ତଳେ କେବଳ ବିଷୟବସ୍ତୁ ସମ୍ବନ୍ଧେ କିଛି ଲେଖାଗଲା । ବର୍ଣ୍ଣନା ଶୈଳୀ ଓ ଭାଷା ଆପଣ ନିଜ ମନମୁତାବକ ରଖିବେ

  • ଉଇକିପାଠାଗାର ସମ୍ବନ୍ଧରେ ଅଳ୍ପରେ ସୂଚନା (ଦୟାକରି ମନେ ରଖିବେ, ଏହା ପରେ ଏକ ବିଶଦ ବିବରଣୀ ଓ ପ୍ରେଜେଣ୍ଟେସନ ରହିଛି । ତେଣୁ କେବଳ ସଂକ୍ଷିପ୍ତ ସୂଚନା ରଖିଲେ ଭଲ) ।‌
  • ଆଉ କାଳବିଳମ୍ବ ନ କରି ମୁଁ ଏବେ ମୋର ସହ-ଉଇକିଆଳି ମୃତ୍ୟୁଞ୍ଜୟ କର ଓ ସୁଭାସିସ ପାଣିଗାହି ଓଡ଼ିଆ ଉଇକିପାଠାଗାର ବାବଦରେ ଏକ ବିବରଣୀ ପ୍ରଦାନ କରିବେ ।
  • ଆମ ଗହଣରେ ଆଜି ଓଡ଼ିଶାର ପାଠାଗାର ଓ ବହିର ସଂରକ୍ଷଣ ଆନ୍ଦୋଳନ ସହ ଜଡ଼ିତ ଅନେକ ଜଣାଶୁଣା ବ୍ୟକ୍ତିତ୍ୱ । ବିବରଣୀ ପାଠ ପରେ <ଅତିଥି ପରିଚୟ ପ୍ରଦାନ କରିବା ବ୍ୟକ୍ତିଙ୍କ ନାମ> ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ସେମାନଙ୍କୁ ମଞ୍ଚରେ ଆମନ୍ତ୍ରଣ କରିବେ ।
  • ଆଜି ପ୍ରଥମ ସୋପାନ ଓଡ଼ିଆ ବହିର ଡିଜିଟାଲ ସଂରକ୍ଷଣ । ସୃଜନିକା ଅନୁଷ୍ଠାନର ଦୀର୍ଘ ଓ କଠିନ ପରିଶ୍ରମ ସକାଶେ ଦେଢ଼ ଲକ୍ଷରୁ ଅଧିକ ପୃଷ୍ଠାର ଡିଜିଟାଲ ସଂରକ୍ଷଣ ସମ୍ଭବ ହୋଇଛି ।
  • ଆଜି ଆମ ଗହଣରେ ପ୍ରଫେସର ଯତିନ ମହାନ୍ତି, ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର, ସମଦୃଷ୍ଟି ପ୍ରକାଶନର ସମ୍ପାଦକ ସୁଧିର ପଟ୍ଟନାୟକ ଓ ଶିକ୍ଷାସନ୍ଧାନ ଅନୁଷ୍ଠାନର ସମ୍ପାଦକ ଅନୀଲ ପ୍ରଧାନ ଏକ ଆଲୋଚନା ଚକ୍ରରେ "ଓଡ଼ିଆ ପାଠାଗାର ଆନ୍ଦୋଳନ ଓ ଆଗାମୀ ଦିନରେ ଓଡ଼ିଆ ବହିର ସଂରକ୍ଷଣ" ବାବଦରେ ନିଜ ନିଜର ଅନୁଭୂତି ଓ ଅଭିଜ୍ଞତା ବାଢ଼ିବେ ।
  • ଶେଷରେ ଯେଉଁମାନଙ୍କ କଠିନ ପରିଶ୍ରମ ହେତୁ ଏହି ବିଶାଳ ଓଡ଼ିଆ ଅନଲାଇନ ପାଠାଗାର ଏତେ ଦୂର ଆସିପାରିଛି ସେମାନଙ୍କୁ ସମ୍ମାନୀତ କରାଯିବ ।

ବିବରଣୀ[ସମ୍ପାଦନା]

ସନ୍ଧ୍ୟା ୫:୩୦-୬:୦୦ ବିବରଣୀ ପାଠ (ମୃତ୍ୟୁଞ୍ଜୟ କର ଓ ସୁଭାସିସ ପାଣିଗାହି)

ଏଥର ଆମେ ଆମନ୍ତ୍ରିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ପାଇଁ <ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ବ୍ୟକ୍ତିଙ୍କ ନାମ'>ଙ୍କୁ ଅନୁରୋଧ କରୁଛୁ ।

ଅତିଥି ପରିଚୟ[ସମ୍ପାଦନା]

ସନ୍ଧ୍ୟା ୬:୦୦-୬:୧୦ ଅତିଥିମାନଙ୍କୁ ମଞ୍ଚପରେ ଆମନ୍ତ୍ରଣ ଅତିଥି ପରିଚୟ ପ୍ରଦାନ

ସୃଜନିକା:
  • ଓଡ଼ିଆ ଶିକ୍ଷକମାନଙ୍କ ନିମନ୍ତେ ନାନାଦି ଶିକ୍ଷା ଉପକରଣ ଓ ଶିକ୍ଷା ବିଧି ନିର୍ମାଣ ତଥା ବିଜ୍ଞାନକୁ ଶିଶୁ-କିଶୋରମାନଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ପାଖରେ ପରିଚିତ କରାଇବା ପାଇଁ ଡ ନିଖିଳ ମୋହନ ପଟ୍ଟନାୟକ ଓ ଡ ପୁଷ୍ପଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ।
  • ଅନେକ ସ୍ୱେଚ୍ଛାସେବୀ ସୃଜନିକାର କର୍ମଶାଳା ଓ କାମ ସହିତ ଜଡ଼ିତ, ଏକ ବିଜ୍ଞାନୀ ତିଆରି କାରଖାନା କହିଲେ ଅତ୍ୟୁକ୍ତି ହେବ ନାହିଁ ।
  • ଦେଢ଼ ଲକ୍ଷ ପୃଷ୍ଠାର ଓଡ଼ିଆ ବହିର ଡିଜିଟାଲ ଅଭିଲେଖ ତିଆରି । ୨୫ରୁ ଅଧିକ ଅଭିଧାନ ଓ ୧୮୫୦-୧୯୫୦ ଭିତରେ ପ୍ରକାଶିତ ପ୍ରାୟ ସମସ୍ତ ଓଡ଼ିଆ ପତ୍ରିକା ସାମିଲ ।
  • ଓଡ଼ିଆ କମ୍ପୁଟିଂ କ୍ଷେତ୍ରରେ ଫଣ୍ଟ ଓ ଇନପୁଟଠୁ ନେଇ କର୍ପସ (ଶବ୍ଦ ଭଣ୍ଡାର, ବନାନ ସଂଶୋଧନ କାମରେ ଲାଗେ) ଓ ଅଭିଧାନ ତିଆରି ଯାଏ ।
  • ଆଜି ସୃଜନିକା ତରଫରୁ ପୁଷ୍ପଶ୍ରୀ ପଟ୍ଟନାୟକ ଓ ଜୀବନ ପଣ୍ଡା ସୃଜନିକାର ବହିର ଡିଜିଟାଲ ସଂରକ୍ଷଣ ଉଦ୍ୟମ ସମ୍ବନ୍ଧରେ ଏକ ଅଭିଭାଷଣ ରହିଛି ।
  • ପ୍ରଫେସର ଯତିନ ମହାନ୍ତି: ଦକ୍ଷ ଅନୁବାଦକ ଓ ସାରା ଜଗତର ଅନୁବାଦ ସାହିତ୍ୟ ସଙ୍ଗେ ଜଡ଼ିତ ଜଣେ ଓଡ଼ିଆ । ଅଧ୍ୟାପନା ଜୀବନ ବାହାରେ ଶିକ୍ଷାସନ୍ଧାନ, ବକୁଳ ଫାଉଣ୍ଡେସନ ଓ ବକୁଳ ପାଠାଗାର ସହିତ ବିଶେଷ ଭାବେ ଜଡ଼ିତ ।
  • ସୁଧିର ପଟ୍ଟନାୟକ: ସମଦୃଷ୍ଟି ପ୍ରକାଶନର ସମ୍ପାଦକ, ଜଣାଶୁଣା ଲେଖକ ଓ ସାମ୍ୟବାଦୀ ଚେତନାର ଆବାହକ । ସମଦୃଷ୍ଟି ଜରିଆରେ ଓଡ଼ିଶାର ଅନେକ ଅସୁବିଧା ଓ ବଣମଲ୍ଲୀମାନଙ୍କ ବାବଦରେ ଜନସାଧାରଣଙ୍କୁ ଅବଗତ କରିବା । ସମଦୃଷ୍ଟିର ୫ଟି ବହି ଓଡ଼ିଆ ଉଇକିପାଠାଗାରରେ ଡିଜିଟାଇଜ କରିବା ପାଇଁ ଗତବର୍ଷ ଅନୁମତି ପ୍ରଦାନ ।
  • ଅନୀଲ ପ୍ରଧାନ: ଶିକ୍ଷାସନ୍ଧାନର ମୁଖ୍ୟ ସମ୍ପାଦକ ଭାବେ ଓଡ଼ିଆ ପାଠାଗାର ଆନ୍ଦୋଳନ ସଙ୍ଗେ ବହୁ ବର୍ଷରୁ ଜଡ଼ିତ । ନିଜେ ଜଣେ ଲେଖକ ଓ ଅନେକ ଲେଖକଙ୍କ ଲେଖାର ସମୀକ୍ଷକ ଓ ସମ୍ପାଦକ ।

ସନ୍ଧ୍ୟା ୬:୧୦-୬:୩୦ ସୃଜନିକା: ଦେଢ଼ ଲକ୍ଷ ପୃଷ୍ଠାର ଡିଜିଟାଲ ଅଭିଲେଖ (ଡ. ପୁଷ୍ପଶ୍ରୀ ପଟ୍ଟନାୟକ ଓ ଜୀବନ ପଣ୍ଡା)
ସନ୍ଧ୍ୟା ୬:୩୦-୭:୦୦ ଆଲୋଚନାଚକ୍ର: "ଓଡ଼ିଆ ବହିର ଡିଜିଟାଲ ସଂରକ୍ଷଣ, ଆବଶ୍ୟକତା ଓ ଭବିଷ୍ୟତ": ଡ. ଯତିନ ମହାନ୍ତି, ସୁଜିତ ମହାପାତ୍ର (ବକୁଳ ଫାଉଣ୍ଡେସନ), ସୁଧିର ପଟ୍ଟନାୟକ (ସମଦୃଷ୍ଟି ପ୍ରକାଶନ), ଅନୀଲ ପ୍ରଧାନ (ଶିକ୍ଷାସନ୍ଧାନ)