ପୃଷ୍ଠା:Netrutya O Netrutwa.pdf/୧୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୪
ନେତୃତ୍ୱ ଓ ନେତୃତ୍ୱ

ସେହିପରି ସମ୍ଭବ ଓ ସ୍ୱାଭାବିକ | ତେଣୁ ଜେଲଖାନାକୁ କାରଖାନା କରିବାରେ କିମ୍ବା କଏଦୀମାନଙ୍କ ଆହାର ପାଇଁ ଦୁଧ ମାଖନ ବନ୍ଦୋବସ୍ତ କରିବାରେ ଯେତେ ରକମ ସୁବ୍ୟବସ୍ଥାର ସୂଚନା ମିଳୁଚି ଏବଂ କଏଦୀଙ୍କ ପାଇଁ ଯେଉଁ ଉତ୍ସାହ ଓ ଅନୁରାଗ ପ୍ରଦର୍ଶିତ ହେଉଅଛି, ଆଉ କାହା କଥା ତେଣିକି ଥାଉ , ନିଜେ ମନ୍ତ୍ରୀ,ବାଚସ୍ପତି ବା ବ୍ୟବସ୍ଥା ସଭା ସଭ୍ୟମାନଙ୍କ ପାଇଁ ମଧ୍ୟ ସେଥିରୁ କମ୍ ବରଂ ବେଶି ନାହିଁ |

ବିଶେଷତଃ ଦୁଧ ଓ ଲହୁଣୀ ମେଧାଶକ୍ତି ପାଇଁ ବଡ ଉପାଦେୟ ଆହାର, ଅଥଚ ଏ ଦେଶର ବହୁ ନିରପରାଧ ଭଦ୍ରଲୋକଙ୍କ ସପକ୍ଷରେ ମଧ୍ୟ ତାହା ଦୂର୍ମୂଲ୍ୟ ଓ ଦୁଷ୍ପ୍ରାପ୍ୟ | ସେଥିପାଇଁ ମନେ ହୁଏ ଜେଲ୍ ଭିତରେ କଏଦୀମାନଙ୍କ ଲାଗି ଏ ସମସ୍ତ ସୁବ୍ୟବସ୍ଥା କ୍ରମେ ବେଶି ଦୂର ଆଗେଇଲେ ମନ୍ତ୍ରୀ, ବାଚସ୍ପତି ବା ବ୍ୟବସ୍ଥା ସଭାର ସଭ୍ୟମାନଙ୍କ କଥା ତ ଜାଣି, ଏ ଦେଶରେ କେଉଁ ଓଳ୍ୱ ଅବା ଜେଲ୍ ବାହାରେ ରହିବାକୁ ରାଜି ହେବ ?