ପୃଷ୍ଠା:ଅଭିନବ ବୀଜଗାଣିତିକ ବିଧି ବିଜ୍ଞାନ.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୭ )

ଖ) ସଦୃଶ ପଦମାନଙ୍କରେ ବିପରୀତ ଗାଣିତିକ ଚିହ୍ନ ଥିଲେ, (ଗୋଟିଏ +, ଅନ୍ୟଟି -)

ସରଳୀକରଣ ପରେ, ବୃହତ୍ତର ସହଗରୁ କ୍ଷୁଦ୍ରତର ସହଗ ବିୟୋଗ କରାଯାଇ ଉକ୍ତ

ସରଳୀକୃତ ଉତ୍ତରରେ ବୃହତ୍ତର ସହଗର ଚିହ୍ନ ହିଁ ବସେ ।

[ସଦୃଶପଦ- ସମାନ ଘାତାଙ୍କ ବିଶିଷ୍ଟ ଏକା ସଂକେତ ବା ଅକ୍ଷରକୁ ନେଇ ଗଠିତ ।

ଅସଦୃଶ ପଦ - ପଦଗୁଡିକ ଭିନ୍ନ ଅକ୍ଷର ବିଶିଷ୍ଟ ବା ଏକା ସଂକେତ ଏବଂ ଭିନ୍ନ ଘାତାଙ୍କ

ହେଲେ, ଅସଦୃଶ ଅଟନ୍ତି ।]

ଗ) ଯେତୋଟି ଅସଦୃଶ ପଦ ଯୋଗ କରାଯିବ, ଯୋଗଫଳ ସେତିକି ପଦ ବିଶିଷ୍ଟ

ବହୁପଦ ରାଶି ହେବ ।

୭) ସମ ଆଧାର ବିଶିଷ୍ଟ ପଦ ମାନଙ୍କରେ ଗୁଣନ (କିମ୍ବା ହରଣ) ପାଇଁ ଚିହ୍ନ ସହ ଚିହ୍ନର,

ସହଗ ସହିତ ସହଗର ଓ ରାଶି ସହ ରାଶିର ଗୁଣନ (କିମ୍ବା ହରଣ) କରାଯାଏ ।

୮) ଏକା ପ୍ରକାର ଚିହ୍ନ ଦ୍ୱୟର (+,+ କିମ୍ବା -,-) ଗୁଣଫଳ କିମ୍ବା ଭାଗଫଳ = +

୯) ବିପରୀତ ପ୍ରକାର ଚିହ୍ନଦ୍ୱୟର ( +,- କିମ୍ବା -,+) ଗୁଣଫଳ କିମ୍ବା ଭାଗଫଳ = -